ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭେନେଜୁଏଲାର ଅପରେସନ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି , ଅପରେସନ ହେବା ପୂର୍ବରୁ ସମଗ୍ର ଭେନେଜୁଏଲାରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇ ଥିଲା। ଲୋକେ ଏଥିରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ କୌଣସି ଅଘଟଣ ଘଟିବାକୁ ଯାଉଛି ବୋଲି ଅନୁମାନ କରିବାକୁ ଲାଗିଲେ। ଏହି ସମୟରେ ପୂରା ଭେନେଜୁଏଲାରେ ଆଲୋକର ଏକମାତ୍ର ଉତ୍ସ ମହମବତୀ ହିଁ ଥିଲା।

ଏହାସହ ମଧ୍ୟ ପଢନ୍ତୁ :ଆମେରିକା ବିରୋଧରେ ଏକାଠି ହେଲେ ଜର୍ମାନୀ , ଫ୍ରାନ୍ସ ସମେତ ୭ ଦେଶ ; ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଧମକର ଦେଲେ ଜବାବ

ରାଷ୍ଟ୍ରପତି ଟ୍ରମ୍ପ ଏହି ଅପରେସନକୁ ‘ଅବିଶ୍ୱସନୀୟ ’ କହିଥିଲେ । ଟ୍ରମ୍ପ ଅପରେସନ ବିଷୟରେ ବିସ୍ତୃତ କହିଥିଲେ – ଏହା ବହୁତ ମୁସ୍କିଲ ଥିଲା। ୧୫୨ଟି ଫାଇଟର ପ୍ଲେନ୍ ଏହି ଆକ୍ରମଣରେ ସାମିଲ ଥିଲା, ଆମର ଅନେକ ସୈନିକ ସ୍ଥଳ ଭାଗରେ ବି ଥିଲେ। କିନ୍ତୁ ଏହା କମାଲକର ଥିଲା।

ଟ୍ରମ୍ପ କହିଛନ୍ତି ଯେ, ଏହି ବିଷୟରେ ଟିକେ ଭାବନ୍ତୁ ଯେ, ଏହି ଅପରେସନରେ ଆମେ କାହାକୁ ହରାଇ ନାହୁଁ ଏବଂ ଅନ୍ୟପଟେ ବହୁତ ଲୋକ ମରିଯାଇଛନ୍ତି। ହେଲେ ମୁଁ ଏହା ମଧ୍ୟ କହିବି ଯେ , ଏହା ଦୁର୍ଭାଗ୍ୟ ଥିଲା।

ଟ୍ରମ୍ପ କହିଛନ୍ତି –କାରାକସରେ ବିଦ୍ୟୁତ୍ ନଥିଲା । କେବଳ ସେହି ଲୋକଙ୍କ ପାଖରେ ଆଲୋକ ଥିଲା ଯାହାଙ୍କ ପାଖରେ ମହମବତୀ ଥିଲା, ଯାହାକି କେବଳି ଲିଭିବା ମୁହୂର୍ତ୍ତରେ ଥିଲା। ଆମେ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲୁ ,କିନ୍ତୁ ଏହା ଆକର୍ଷଣୀୟ ଥିଲା-ଏହି ରଣନୀତିକ ହିସାବରେ ଆକର୍ଷଣୀୟ ଥିଲା। ଏହା ଏକ ଅବିଶ୍ୱସନୀୟ ଜିନିଷ ଥିଲା।

ଆମେରିକୀୟ ରାଷ୍ଟ୍ରପତି କହିଥିଲେ ଯେ, ଯେମିତି ହିଁ ବିଦ୍ୟୁତ୍ କଟିଲା , ତାଙ୍କୁ ଜଣାପଡ଼ିଗଲା ଯେ, ଆମେ ଆସୁଛୁ । ସେ କହିଥିଲେ ଯେ, ଭେନେଜୁଏଲାର ସରକାର ରାଜଧାନୀ କାରାକସ ମଧ୍ୟରେ ଏକ ଅତ୍ୟାଚାରର ଚ୍ୟାମ୍ୱର ତିଆରି କରୁଥିଲେ। ତାକୁ ଏବେ ବନ୍ଦ କରିଦିଆ ଯାଇଛି।

ରାଷ୍ଟ୍ରପତି ଟ୍ରମ୍ପ ଭେନେଜୁଏଲାକୁ ନେଇ ଆମେରିକାର ପ୍ଲାନ ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି ଏସବୁ କିଛି ତେଲକୁ ନେଇ ହୋଇଛି।

ରାଷ୍ଟ୍ରପତି ଟ୍ରମ୍ପ ଇରାକରେ ଆମେରିକୀୟ ଅପରେସନ ତୁଳନାରେ ଭେନେଜୁଏଲା ସହ କରିଛନ୍ତି ଏହି କହିଛନ୍ତି ଇରାକ ଓ ଏଥିରେ ତଫାତ୍ ଏହା ଯେ, ପୂର୍ବତନ ରାଷ୍ଟ୍ରପତି ବୁଶ୍ ତେଲ ରଖି ନାହାନ୍ତି । କିନ୍ତୁ ଏହିଥର ଆମେ ତେଲ ନିଜ ପାଖରେ ରଖିବୁ ।