- କମ୍ବୋଡିଆ ଓ ଥାଇଲାଣ୍ଡର ଯୁଦ୍ଧରେ ଟ୍ରମ୍ପ କରିବେ ହସ୍ତକ୍ଷେପ
- କହିଲେ- ମୁଁ ଗୋଟିଏ ଫୋନ୍ କରି ଯୁଦ୍ଧ ରୋକିବି
- ପୂର୍ବରୁ ୮ଟି ଯୁଦ୍ଧ ରୋକି ଥିବାର ଦାବି କରିଛନ୍ତି
ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ପୁଣିଥରେ ଅନ୍ତର୍ଜାତୀୟ ମାମଲାରେ ହସ୍ତକ୍ଷେପ କରିବାର ଦାବି କରିଛନ୍ତି। ଏଥର ତାଙ୍କର ଧ୍ୟାନ କମ୍ବୋଡିଆ ଓ ଥାଇଲାଣ୍ଡ ଭିତରେ ଆରମ୍ଭ ହୋଇଥିବା ସୀମା ସଂଘର୍ଷ ଉପରେ ରହିଛି। ଦୁଇ ଦେଶ ଭିତରେ ଚାଲିଥିବା ବିବାଦ ଓ ଫାଇଟର ଜେଟ୍ ମୁତୟନ ପରେ ଯୁଦ୍ଧ ଆଶଙ୍କା ବଢିଯାଇଛି। ଟ୍ରମ୍ପ କହିଛନ୍ତି, ସେ ମାତ୍ର ଏକ ଫୋନ୍ କଲ କରି ଏହି ସଂଘର୍ଷକୁ ରୋକି ଦେବେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦାବି କରିଛନ୍ତି, ସେ କମ୍ବୋଡିଆ ଓ ଥାଇଲାଣ୍ଡ ଭିତରେ ଆରମ୍ଭ ହୋଇଥିବା ନୂଆ ଯୁଦ୍ଧ ରୋକିବାକୁ ହସ୍ତକ୍ଷେପ କରିଛନ୍ତି। ଟ୍ରମ୍ପ କହିଛନ୍ତି ମୋତେ ଏହା ଦୁଃଖର ସହ କହିବାକୁ ପଡୁଛି, କିନ୍ତୁ ଦୁଇ ଦେଶ ପୁଣିଥରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ସାର୍ବଜନିକ ଭାବରେ ଘୋଷଣା କରିଛନ୍ତି କାଲି ମୋତେ ଏକ ଫୋନ୍ କରିବାର ଅଛି। ମୁଁ ଗୋଟିଏ ଫୋନ୍ କରି ଦୁଇ ଶକ୍ତିଶାଳୀ ଦେଶ, ଥାଇଲାଣ୍ଡ ଓ କମ୍ବୋଡିଆ ଭିତରେ ଯୁଦ୍ଧ ରୋକିବି। ସେମାନେ ପୁଣି ପରସ୍ପର ଭିତରେ ଲଢୁଛନ୍ତି।’ କମ୍ବୋଡିଆ ଓ ଥାଇଲାଣ୍ଡ ଭିତରେ ଏହି ବିବାଦ ସୀମା ବିବାଦ କାରଣରୁ ସୃଷ୍ଟି ହୋଇଛି। ୭ ଡିସେମ୍ବରରେ କମ୍ବୋଡିଆ ସୈନିକ ଥାଇଲାଣ୍ଡ ସୀମରେ ଲାଗିଥିବା କେଟ୍ ଷ୍ଟେଟ୍ ଫୁ ଫା ଲେକ୍ ପ୍ଲାନ୍ ହିଟ୍’ ଅଞ୍ଚଳରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ଜବାବରେ ଥାଇଲାଣ୍ଡ ଏୟାର ଷ୍ଟ୍ରାଇକ୍ କରି ପାଲଟା ଆକ୍ରମଣ କରିଛି।
ଅଧିକ ପଢନ୍ତୁ : ଲଣ୍ଡନରେ ଫଶିଲେ ପାକିସ୍ତାନ ଗୃହମନ୍ତ୍ରୀ, ଗାଡି ରୋକି ଚେକିଂ କଲା ପୁଲିସ
୮ ଡିସେମ୍ବରରେ ମଧ୍ୟ ଉବୋନ ରତଚାଥାନି ପ୍ରଦେଶର ଚୋଙ୍ଗ ଆପ୍ ମା ଅଞ୍ଚଳର ବର୍ଡରରେ ସଂଘର୍ଷ ହୋଇଛି। ବଢୁଥିବା ବିବାଦ କାରଣରୁ ଦୁଇ ଦେଶର ସୀମାରେ ଫାଇଟର ଜେଟ୍ ମୁତୟନ କରାଯାଇଛି। ଯାହାଫଳରେ ପୂର୍ଣ୍ଣ ଯୁଦ୍ଧର ଆଶଙ୍କା ବଢିଯାଇଥିଲା ଟ୍ରମ୍ପ ନିଜ ବୟାନରେ କହିଛନ୍ତି, ଶକ୍ତି ବଳରେ ଶାନ୍ତି ସ୍ଥାପିତ କରୁଛନ୍ତି। ସେ ପୂର୍ବରୁ ମଧ୍ୟ ୮ଟି ଯୁଦ୍ଧ ରୋକି ଥିବାର ଦାବି କରିଛନ୍ତି। କମ୍ବୋଡିଆ ଓ ଥାଇଲାଣ୍ଡ ଭିତରେ ଏହି ସଂଘର୍ଷ ଐତିହାସିକ ଓ ଆଞ୍ଚଳିକ ବିବାଦ ସହ ଜଡିତ। ଟ୍ରମ୍ପଙ୍କ ଏହି ଦାବି ବିଶ୍ବ ମଞ୍ଚରେ ତାଙ୍କ ଭୂମିକାକୁ ମଜବୁତ ମଧ୍ୟସ୍ଥତା ରୂପରେ ସ୍ଥାପିତ କରିବାର ଚେଷ୍ଟା ଭାବରେ ଦେଖାଯାଉଛି। ଦୁଇ ଆସିୟାନ ସଦସ୍ୟ ଦେଶ ଭିତରେ ସାମରିକ ସଂଘର୍ଷ ଆରମ୍ଭ ହେବା ଫଳରେ ଅନ୍ତର୍ଜାତୀୟ ସମୁଦାୟ ଭିତରେ ଚିନ୍ତା ସୃଷ୍ଟି ହୋଇଛି। ସୀମାରେ ଫାଇଟର ଜେଟ୍ ମୁତୟନ ଏକ ଗମ୍ଭୀର ସଙ୍କେତ ଥିଲା। ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଏହି ଦୁଇ ଦେଶ ଭିତରେ ଚାପ କମ୍ କରିବା ପାଇଁ ରାଜନୈତିକ ରୂପରେ କାମ କରୁଛନ୍ତି। ଯଦିଓ ଏହାର ବାସ୍ତବିକ କୁଟନୈତିକ ପକ୍ରିୟା ପରଦା ପଛରେ ରହିଛି।