ନୂଆଦିଲ୍ଲୀ,୧୮/୦୧: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଏବେ ଆମେରିକାର ଏକ କାରାଗାରରେ ବନ୍ଦୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ସାମରିକ ଅଭିଯାନ କରି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଉଠାଇ ନେଇଥିଲା ଆମେରିକା ସେନା । କୁହାଯାଉଛ କି ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାର ଉପରେ ଆମେରିକାର ଲୋଭିଲା ଆଖି ଅନେକ ଦିନ ଆଗରୁ ରହିଥିଲା । ସେହି ଖଣିକୁ ନିଜ କବଜାକୁ ଆଣିବାକୁ ମାଦୁରୋଙ୍କୁ ଗିରଫ କରିବା ହେଉଛି ଆମେରିକାର ସୁଚିନ୍ତିତ ଗୋଟିଚାଳନା । ତେବେ ଏହି ମାମଲା ସହିତ ଆଉ ଏକ ପ୍ରସଙ୍ଗ ଯୋଡ଼ା ଯାଉଛି । ସାମାଜିକ ଗଣମାଧ୍ୟମରେ ଟ୍ରମ୍ପଙ୍କୁ ସମାଲୋଚନା କରାଯାଉଛି । ତେବେ କଣ ତାହା ଜାଣନ୍ତୁ ଏହି ରିପୋର୍ଟରେ ।

କୁହାଯାଉଛି କି, ଟ୍ରମ୍ପଙ୍କ ଆଖି ଭେନେଜୁଏଲାର ତୈଳ ଖଣି ଉପରେ ଯେତିକି ନୁହେଁ, ତାଠାରୁ ଅଧିକ ଲୋଭିଲା ଆଖି ସେଠାକାର ସୁନ୍ଦରୀଙ୍କ ଉପରେ । ଟ୍ରମ୍ପଙ୍କ ପୁରୁଣା ରେକର୍ଡରୁ ଜାଣିବାକୁ ମିଳେ ଦେଶ ବିଦେଶର ସୁନ୍ଦରୀଙ୍କ ପ୍ରତି ତାଙ୍କ ଅନୁରକ୍ତି କେତେ ଅଧିକ । ଏହା କାରଣରୁ ଭେନେଜୁଆଲାର ସୁନ୍ଦରୀମାନଙ୍କୁ ଅଧିକ ସତର୍କ ରହିବାକୁ ହେବ ବୋଲି ମଧ୍ୟ ସୋସିଆଲ ମଡିଆରେ ମିମ୍ ଦେଖିବାକୁ ମିଳୁଛି । ୯ଟି ମିସ୍ ଇଣ୍ଟରନ୍ୟାସନାଲ, ୨ଟି ମିସ୍ ଆର୍ଥ, ୬ଟି ମିସ୍ ୱାର୍ଲ୍ଡ ଏବଂ ୭ଟି ମିସ୍ ୟୁନିଭର୍ସ ମିଶାଇ ୨୪ଟି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜୟିନୀ ମୁକୁଟ ହାସଲ କରିଛନ୍ତି ଭେନେଜୁଏଲା ସୁନ୍ଦରମୀମାନେ । ରନର୍ସଅପ ତାଲିକାରେ ବି ଭେନେଜୁଏଲା ସୁନ୍ଦରୀଙ୍କ ନାମ ରହିଛି । ଏହି କାରଣରୁ ଭେନେଜୁଏଲାକୁ ସୁନ୍ଦରୀ ଦେଶ ବୋଲି ମଧ୍ୟ କୁହାଯାଏ ।

ଏହା ବି ପଢନ୍ତୁ...ଗ୍ରୀନଲାଣ୍ଡ ମିଶନ୍ ପାଇଁ ଟ୍ରମ୍ପଙ୍କ ଟାରିଫ୍ ବ୍ରହ୍ମାସ୍ତ୍ର, ୮ ୟୁରୋପୀୟ ଦେଶ ଉପରେ ଲଗାଇଲେ ୧୦% ଶୁଳ୍କ

୭୦ ଦଶକରୁ ଧାରା ଆରମ୍ଭ- ବିଶ୍ୱର ସବୁଠୁ ଅଧିକ ତୈଳ ଖଣି ଥିବା ଦେଶର ରେକର୍ଡ ଭେନେଜୁଏଲା ନାଁରେ । ଠିକ୍ ସେମିତି ଏହା ସବୁଠୁ ଅଧିକ ସୁନ୍ଦରୀ, ଲାସ୍ୟମୟଙ୍କ ଦେଶ ଭବେ ମଧ୍ୟ ଜଣାଶୁଣା । ଅନେକ ବଡ଼ ବଡ଼ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟିନୀ ହୋଇଛନ୍ତି ଏହି ଦେଶର ସୁନ୍ଦରୀମାନେ । ପ୍ରାକୃତିକ ତୈଳ ଭଣ୍ଡାର କାରଣରୁ ଏହି ଦେଶଟି ୭୦ ଦଶକରେ ଲାଟିନ ଆମେରିକୀୟ ଦେଶଗୁଡିକ ମଧ୍ୟରେ ସବୁଠୁ ଅଧିକ ଧନୀ ଦେଶର ମାନ୍ୟତା ପାଇଥିଲା ।