ପାଟଣା,୧୩/୧୨: ୪୯ ନମ୍ୱର ଜାତୀୟ ରାଜପଥ ବୈତରଣୀ ପୋଲ ନିକଟରେ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇଟି ଟ୍ରକ୍‌ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୪  ଘଣ୍ଟା ଧରି ଗାଡି ଭିତରେ ଫସି ରହିଛନ୍ତି ଡ୍ରାଇଭର । କଟର ସହାଯ୍ୟରେ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏନଏଚ୪୯ ବୈତରଣୀ ପୋଲ ନିକଟରେ ଦୁଇଟି ଟ୍ରକ୍‌ ମୁହାମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଗାଡ଼ିର ଡ୍ରାଇଭର ଚାପି ହୋଇ ରହିଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାରି ଭିତରେ ଦୀର୍ଘ ୪ ଘଣ୍ଟା ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ଡ୍ରାଇଭର । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀ ଦ୍ୱାରା କଟର ସାହାଯ୍ୟରେ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।