ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଏବେ ଆଗୁଆ ଜାଣିହେବ ମୃତ୍ୟୁ ତାରିଖ ! ବିକଶିତ ହେଲା ଏଆଇ-ସଞ୍ଚାଳିତ ମୃତ୍ୟୁହାର କାଲକୁଲେଟର

Published By : Swapna Ray | October 26, 2024 3:51 PM

ନୂଆଦିଲ୍ଲୀ, ୨୬।୧୦: ମଣିଷ କେବେ ଜନ୍ମ ନେବ କିମ୍ୱା କେବେ ତା’ର ମୃତ୍ୟୁ ହେବ ତାହା କେହି କହିପାରନ୍ତିନି । କିନ୍ତୁ, ବର୍ତ୍ତମାନ ଏଆଇ ଯୁଗରେ ଭବିଷ୍ୟତ ଦେଖିବା ବି ସମ୍ଭବପର ହୋଇଛି । ଏହି ନୂଆ ଡିଭାଇସ୍ ସାହାଯ୍ୟରେ ଆପଣ ଜାଣିପାରିବେ ନିଜ ମୃତ୍ୟୁ ଦିନର ତାରିଖ ! ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ? କିନ୍ତୁ, ଏହା ସମ୍ପୂର୍ଣ୍ଣ ସତ । ଏକ ରିସର୍ଚ୍ଚରେ ଅନୁସନ୍ଧାନକାରୀ ଟିମ୍ ବିକଶିତ କରିଛନ୍ତି ଏଆଇ-ସଞ୍ଚାଳିତ ମୃତ୍ୟୁହାର କାଲକୁଲେଟର । ୟୁକେର ଡାକ୍ତରଖାନାରେ ହେବ ଏହାର ଲାଇଭ୍ ଟେଷ୍ଟ । ଲାନସେଟ୍ ଡିଜିଟାଲ୍ ସ୍ୱାସ୍ଥ୍ୟରେ ପ୍ରକାଶ ପାଇଛି ଏହି ରିପୋର୍ଟ । 

ଏଣିକି ମୃତ୍ୟୁ ପୂର୍ବରୁ ଜାଣିପାରିବେ ନିଜ ମୃତ୍ୟୁ ତାରିଖ ! ରିସର୍ଚ୍ଚରେ ଅନୁସନ୍ଧାନକାରୀ ଟିମ୍ ବିକଶିତ କରିଛନ୍ତି ଏକ ଏଆଇ-ସଞ୍ଚାଳିତ ମୃତ୍ୟୁହାର କାଲକୁଲେଟର । ଆପଣ କେବେ ମରିବେ ଏବଂ ମୃତ୍ୟୁ ଆପଣଙ୍କର କେତେ ନିକଟତର, ଏହି କାଲକୁଲେଟର ଆପଣଙ୍କୁ କହିପାରିବ । ଲାନସେଟ୍ ଡିଜିଟାଲ୍ ସ୍ୱାସ୍ଥ୍ୟରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ଏଆଇ ଚାଳିତ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ଜଣେ ବ୍ୟକ୍ତିଙ୍କ ଭବିଷ୍ୟତର ସ୍ୱାସ୍ଥ୍ୟ ସମସ୍ୟା ଏବଂ ମୃତ୍ୟୁ ହେବାର ଆଶଙ୍କାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ, ତାହାର ବ୍ୟବହାର ଏ ପର୍ଯ୍ୟନ୍ତ ଦୈନନ୍ଦିନ ଚିକିତ୍ସା ବ୍ୟବହୃତ ହୋଇନାହିଁ । ଲାନସେଟ୍ ଅନୁସନ୍ଧାନକାରୀମାନେ ଏଆଇ-ଇସିଜି ରିସ୍କ ଏଷ୍ଟିମେଟର୍ (AIRE) ନାମକ ଏକ ନୂତନ ଉପକରଣ ତିଆରି କରିଛନ୍ତି । 

ତେବେ ମୃତ୍ୟୁର ଭବିଷ୍ୟବାଣୀ କରିବା ବ୍ୟତୀତ ଏହା ଭବିଷ୍ୟତରେ ହେବାକୁ ଥିବା ହୃଦ୍‌ଘାତର ମଧ୍ୟ ପୂର୍ବାନୁମାନ କରିପାରିବ । ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ହଠାତ୍ ବନ୍ଦ ହୋଇଯାଏ, ଏଭଳି ସ୍ଥିତିରେ ୮ରୁ ୧୦ଟି ସ୍ୱାସ୍ଥ୍ୟ ମାମଲାରେ ପ୍ରାରମ୍ଭିକ ମୃତ୍ୟୁ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବାନୁସାରେ, ଏଆଇ-ଇସିଜି ରିସ୍କ ଏଷ୍ଟିମେଟର (AIRE) ପ୍ଲାଟଫର୍ମର ବିକାଶ କରି ହୃଦ୍‌ ସମସ୍ୟାର ପୂର୍ବ ସୂଚନା ଦେଇପାରିବେ । ବ୍ରିଟେନର ସ୍ୱାସ୍ଥ୍ୟ ଏଜେନ୍ସି ଜାତୀୟ ସ୍ୱାସ୍ଥ୍ୟ ସେବା ଅଧୀନରେ ଥିବା ଦୁଇଟି ଡାକ୍ତରଖାନା ୨୦୨୫ରେ ପ୍ରଥମ ଥର ପାଇଁ ଏହି ଟେକ୍ନୋଲୋଜିର ପରୀକ୍ଷା କରିବାକୁ ଯାଉଛି । ଏହା ପାଞ୍ଚ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ହେବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.