ନୂଆଦିଲ୍ଲୀ,୨୩/୧୨: ଆଜି ଖୋଲିବ ୟୁନିମେକ୍‌ ଏରୋସ୍ପେଶ ଆଣ୍ଡ୍‌ ମାନୁଫାକ୍‌ଚରିଂ  ଲିମିଟେଡର ପ୍ରାଥମିକ ପବ୍ଲିକ ଅଫର । ନିବେଶକ  ଏହି ଇସ୍ୟୁରେ ୨୭ ଡିସେମ୍ବର ଯାଏ ବିଡିଂର ସୁଯୋଗ ପାଇବେ । ୩୧ ଡିସେମ୍ବରରେ  କମ୍ପାନିର ଶେୟାର ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ  ଏକ୍ସଚେଞ୍ଜରେ ସୂଚୀଭୁକ୍ତ ହେବ । ଏହି ଇସ୍ୟୁ ଜରିଆରେ କମ୍ପାନି ୫୦୦ କୋଟି  ଟଙ୍କା ଉଠାଇବାକୁ ଚାହୁଁଛି । ଏହି ଇସ୍ୟୁ ମଧ୍ୟରେ ୨୫୦ କୋଟିର ନୂଆ ଇସ୍ୟୁ  ଏବଂ ଅଫର ଫର୍‌ ସେଲ୍‌ ଜରିଆରେ କମ୍ପାନି ୨୫୦ କୋଟି ଟଙ୍କା ଉଠାଇବ ।