ନୂଆଦିଲ୍ଲୀ,୧୪।୧: ସୁହଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ମୁଖ୍ୟ ଏବଂ ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭରଙ୍କ ବୟାନକୁ ନେଇ ବିବାଦ। ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ସେ ପରିଚିତ। କିନ୍ତୁ ଏଥର ଏଭଳି କିଛି କହିଦେଇଛନ୍ତି ଯେ, ତାକୁ ନେଇ ସୃଷ୍ଟି ହୋଇଛି ଝଡ। ଓମ୍ ପ୍ରକାଶ କହିଛନ୍ତି ବିନା ଲାଇସେନ୍ସରେ ଆମେ ଅସ୍ତ୍ରଶସ୍ତ୍ର ବାଣ୍ଟିବୁ। ଏପରିକି ସେ ତାରିଖ ଏବଂ ସ୍ଥାନ ବି କହିଛନ୍ତି। ସେ କହିଛନ୍ତି, ଯାହାକୁ ବି ବିନା ଲାଇସେନ୍ସରେ ହତିଆର ଦରକାର ସେ ୧୮ ଜାନୁଆରୀରେ ଆଜମଗଡ ଆସି ତାଙ୍କଠାରୁ ହତିଆର ନେଇପାରିବେ।

ଓମ୍ ପ୍ରକାଶ ରାଜଭର ମଙ୍ଗଳବାର ଲକ୍ଷ୍ନୌରେ ଆୟୋଜି ନିଷାଦ ପାର୍ଟିର ‘ସଂକଳ୍ପ ଦିବସ କାର୍ଯ୍ୟକ୍ରମ’ରେ ଏଭଳି କିଛି କହିଛନ୍ତି। ତାଙ୍କର ବୟାନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ନିର୍ବଲ ଇଣ୍ଡିଆନ୍ ଶୋଷିତ ହମାରା ଆମ୍ ଦଲ(ନିଷାଦ ପାର୍ଟି)ର ୧୩ ତମ ସ୍ଥାପନା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ମନ୍ତ୍ରୀ ଡକ୍ଟର ସଞ୍ଜୟ ନିଷାଦ କର୍ମୀଙ୍କୁ ପାର୍ଟିର ବଢୁଇବା ଶକ୍ତିର ଆଭାସ କରିବାର ଚେଷ୍ଟା କରିଛନ୍ତି।

କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟାରେ କର୍ମୀଙ୍କୁ ସାମିଲ କରାଯାଇଛି। ଡକ୍ଟର ସଞ୍ଜୟ ନିଷାଦ କହିଛନ୍ତି, ସେ ୧୩ ଜାନୁଆରୀ ୨୦୧୩ ରେ ମହାରାଜ ଗୁହ୍ନରାଜ ନିଷାଦଙ୍କ କଲା ଶୃଙ୍ଗଭେରଧାମ୍ରେ ମତ୍ସ୍ୟଜୀବି ସମାଜର ଶୋଷଣ କରିଥିବା ଦଳର ଅନ୍ତ କରିବାକୁ ସଂକଳ୍ପ ନେଇଥିଲେ। କାରଣ ମତ୍ସ୍ୟଜୀବି ସମାଜ କାହାର ଭୋଟ ବ୍ୟାଙ୍କ ନୁହେଁ। ଏହି ସମାଜ କେବଳ ନଦୀ ଓ ପୋଖରୀରେ କେବଳ ମାଛ ମାରେନି,ବଂର ସରକାର ତିଆରି କରିବା ଓ ଭାଙ୍ଗିବା ବି ଜାଣିଛି। ରାମମନୋହ ଲୋହିୟା ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାରୋହରେ ଡକ୍ଟର ନିଷାଦ କହିଛନ୍ତି, ମତ୍ସ୍ୟଜୀବି ସମାଜ ଚାହୁଁଛି ଯେ, ବୀରାଙ୍ଗନା ଭଉଣୀ ଫୁଲନ ଦେବୀ ଓ ଲୌହପୁରୁଷ ଜମୁନା ନିଷଦଙ୍କ ହତ୍ୟାର ସିବିଆଇ ଯାଞ୍ଚ ହେବା ଦରକାର। ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, ଉପ-ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ମଧ୍ୟ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ :ତୁରନ୍ତ ଇରାନ ଛାଡି ଦିଅନ୍ତୁ, ଖରାପ ପରିସ୍ଥିତି ଭିତରେ ନାଗରିକଙ୍କୁ ଭାରତ ସରକାରଙ୍କ ପରାମର୍ଶ