ନୂଆଦିଲ୍ଲୀ,୪।୧୨: ପାକିସ୍ତାନରେ ଚାଲିଥିବା ଦମନକାରୀ କାର୍ଯ୍ୟକୁ ନେଇ ଆମେରିକା ରାଜନୀତି ସରଗରମ ଆମେରିକା କଂଗ୍ରେସର ଦୁଇ ବଡ଼ ନେତା ପ୍ରମିଳା ଜୟପାଳ ଓ ଗ୍ରେଗ୍ କେସରଙ୍କ ନେତୃତ୍ବରେ ପ୍ରାୟ ୪୨ ପ୍ରମୁଖ ଆମେରିକୀୟ ସାଂସଦ ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓଙ୍କୁ ଚିଠି ଲେଖି ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୁବିଓଙ୍କ ନିକଟରେ ଦାବି କରିଛନ୍ତି।
ଏହି ସାଂସଦ ରୁବିଓଙ୍କୁ ଅପିଲ କରିଛନ୍ତି ଯେ, ପାକିସ୍ତାନରେ ଲୋକତନ୍ତ୍ର ଓ ମାନବାଧିକାର ବିରୋଧି ଥିବା ଦମନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପାକିସ୍ତାନ ଏକଛତ୍ରବାଦୀ ସ୍ଥିତିରେ ରହିଛି, ଯେଉଁଠି ଲୋକତାନ୍ତ୍ରିକ ସଂସ୍ଥାକୁ ଦୁର୍ବଳ କରି ସ୍ବାଧିନତାକୁ ଶେଷ କରି ଦିଆଯାଉଛି। ଏହି ଦାୟିତ୍ବ ଆମେରିକାର, ସେ ପାକ୍ ସେନା ଅଧିକାରୀଙ୍କୁ ଉତ୍ତର ମାଗୁ। ଯେଉଁ ଅଧିକାରୀ ମାବାଧିକାର ଉଲଂଘନ କରୁଛନ୍ତି, ତାଙ୍କର ଭିସା ବନ୍ଦ ଏବଂ ସମ୍ପତ୍ତି ଜବତ କରିବା ଭଳି ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଉ। ପାକିସ୍ତାନରେ ଆମେରିକା ନାଗରିକ ଓ ତାଙ୍କ ପରିବାରକୁ ଧମକ ମିଳୁଛି, ଯାହା ଖୁବ୍ ଭୟଙ୍କର। ପାକ୍ ସରକାର କାର୍ଯ୍ୟାନୁଷ୍ଠାନରେ ମନମାନୀ କଷ୍ଟଡି, ହିଂସା ଓ ପ୍ରତିଶୋଧର ସଜା ସାମିଲ ରହିଛି। ଏହି ସବୁ ବାକ୍ ସ୍ବାଧୀନତାକୁ ମଧ୍ୟ ଉଲଂଘନ କରିଥାଏ ଓ ଆମେରିକାରେ ବିଦେଶୀ ହସ୍ତକ୍ଷେପ ଏକ ଖରାପ ଉଦାହରଣ ପାଲଟିଛି।
ଏହା ସହ ସାଂସଦମାନେ ପାକିସ୍ତାନର ସେନା ନେତୃତ୍ବକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତାଙ୍କୁ ମାନବାଧିକାର ଉଲଂଘନ ପାଇଁ ଦାୟୀ କରାଯିବା ଦରକାର। ସେମାନେ ରାଜନୈତିକ କଏଦୀଙ୍କ ମୁକ୍ତିର ଦାବି କରିଛନ୍ତି। ଏହା ସହ ଚେତାବନୀ ଦେଇଛନ୍ତି ପାକିସ୍ତାନରେ ଲୋକତନ୍ତ୍ର ଶେଷ ହେଉଛି। ବିରୋଧି ଓ ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି। ବିଶେଷ ଭାବରେ ମହିଳା, ସଂଖ୍ୟାଲଘୁ ଓ ବେଲୁଚିସ୍ତାନର ଲୋକ ଅଧିକ ପ୍ରଭାବିତ ହେଉଛନ୍ତି।