ଢେଙ୍କାନାଳ, ୧୫।୪ : ଢେଙ୍କାନାଳ ମହିଷାପାଟ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍ ଉପରେ ମାଡିଗଲା ଟ୍ରକ। ସ୍ତ୍ରୀ ଆଗରେ ଚାଲିଗଲା ସ୍ବାମୀର ଜୀବନ। ଦୁର୍ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରାଯାଇଛି। ଢେଙ୍କାନାଳ ଶଙ୍କରପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୃତକ ସ୍ଥାନୀୟ ରଗଡି ସାହିର ଶ୍ୟାମ ସୁନ୍ଦର ନାୟକ।
ଶ୍ୟାମସୁନ୍ଦର ଓ ତାଙ୍କ ପତ୍ନୀ ଭାରତୀ ନାୟକ ବାଇକରେ ଯାଉଥିଲେ। ଢେଙ୍କାନାଳ ମହିଷାପାଟ ନିକଟରେ ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ପତ୍ନୀଙ୍କୁ ଗୁରୁତର ହୋଇଥିଲେ। ଭାରତୀ ନାୟକ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
ତେବେ ଏହି ଦୁର୍ଘଟଣା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଢେଙ୍କାନାଳ ଶଙ୍କରପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି। ଦୁଘଟଣା ସ୍ଥଳରେ ଟାଉନ ପୁଲିସ ପହଂଚି ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି। ସେପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ପୁଲିସ । ଉତ୍ତ୍ୟକ୍ତ ଲୋକମାନେ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।