ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅନୁଷ୍କା ଶର୍ମା - ବିରାଟ କୋହଲିଙ୍କ ଭିଡ଼ିଓରେ ୟୁଜରଙ୍କର ପ୍ରତିକ୍ରିୟା , ଅଭିନେତ୍ରୀଙ୍କୁ କହିଲେ ଦ୍ୱିତୀୟ ଜୟା ବଚ୍ଚନ

Published By : Prameya | January 12, 2025 6:03 PM

ମୁମ୍ୱାଇ : ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି ଆଜି ନିଜର ସନଡେ ଅଲିବାଗରେ ସେଲିବ୍ରେଟ କରିବେ। ଉଭୟ ଆଜି ମୁମ୍ୱାଇରୁ ବୋଟ୍‌ ଧରି ଅଲିବାଗ ଯାଇଛନ୍ତି। କପଲଙ୍କର ଏହି ଭିଡ଼ିଓ ସାମନାକୁ ଆସିଛି , ଯେଉଁଥିରେ ଷ୍ଟାର କପଲଙ୍କୁ ନିଜର ବୋଟ୍‌କୁ ଅପେକ୍ଷା କରିବାର ଦେଖି ପାରିବେ। ଏହି ସମୟରେ ଅନୁଷ୍କା ଷ୍ଟ୍ରିପ୍ ବ୍ଲୁ ସର୍ଟ ଓ ରେଡ୍‌ ଶୁଜ୍‌ ପିନ୍ଧି ଥିଲେ, ଖରାରୁ ବର୍ତ୍ତିବା ପାଇଁ ଡାର୍କ ସନଗ୍ଲାସେଜ୍‌ରେ ନିଜର ଲୁକ୍‌ ପୂରା କରି ଥିଲେ। ବିରାଟ ବ୍ଲାକ୍‌ଟି-ସର୍ଟ ଓ ପ୍ୟାଣ୍ଟ ସହ ହ୍ୱାଇଟ୍‌ କ୍ୟାପ୍‌ ପିନ୍ଧିଛନ୍ତି। 

ବିରାଟ ଓ ଅନୁଷ୍କା ହଠାତ୍‌ ସାଧାରଣ ଜନତାଙ୍କ ମଧ୍ୟରେ ପହଞ୍ଚି ନିଜର ବୋଟ୍‌ର ଅପେକ୍ଷା କରି ଥିଲେ। ଭିଡ଼ିଓରେ ଦେଖି ପାରିବେ ଯେ , ପ୍ରଥମେ ତ କିଛି ଲୋକ ତାଙ୍କୁ ଚିହ୍ନି ପାରି ନଥିଲେ। କିନ୍ତୁ ପରେ ନିଜ ସାମନାରେ ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ କପଲଙ୍କୁ ଦେଖି ଆଖପାଖରେ ଠିଆ ହୋଇଥିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ। କିନ୍ତୁ ଏହି ଭିଡ଼ିଓକୁ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ଷ୍ଟାର କପଲଙ୍କର କମ୍‌ ଓ ତାଙ୍କର ପଛରେ ଠିଆ ହୋଇଥିବା ଯୁବତୀଙ୍କର ଅଧିକ କଥାବାର୍ତ୍ତା କରୁଛନ୍ତି।

ଉଲ୍ଲେଖନୀୟ ଯେ, ଭିଡ଼ିଓରେ ହ୍ୱାଇଟ୍ ଆଉଟଫିଟ୍‌ରେ ଜଣେ ଯୁବତୀଙ୍କୁ ଦେଖି ପାରିବେ , ଯିଏ ଅନୁଷ୍କାଙ୍କୁ ନିଜ ସାମନାରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାନ୍ତି। ପ୍ରଥମେ ତ କପଲଙ୍କୁ ଚିହ୍ନି ପାରୁ ନାହାନ୍ତି , ପରେ ତାଙ୍କୁ ଜଣାପଡ଼େ କି, ତାଙ୍କ ଆଗରେ ଅନୁଷ୍କା ଓ ବିରାଟ ଠିଆ ହୋଇଛନ୍ତି ତ ସେ ନିଜର ଖୁସ୍‌ ରୋକି ପାରନ୍ତି ନାହି। ଯୁବତୀଙ୍କ ଏକ୍ସପ୍ରେସନ କ୍ୟାମେରାରେ କଏଦ ହୋଇଛି ଏବଂ ଏବେ ସୋସିଆଲ ମିଡ଼ିଆରେ ପ୍ରଶଂସା ହେଉଛି। ଭିଡ଼ିଓରେ ସୋସିଆଲ ମିଡ଼ିଆ ୟୁଜର୍ସ ଅନୁଷ୍କାଙ୍କ ତୁଳନା ଜୟା ବଚ୍ଚନଙ୍କ ସହ ମଧ୍ୟ କରିଛନ୍ତି। 


ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି , ମୁଁ କେବଳ ପଛରେ ଠିଆ ହୋଇଥିବା କପଲଙ୍କୁ ଦେଖୁଛି। ଅନ୍ୟମାନେ ମଧ୍ୟ ଅନୁଷ୍କା ଓ ବିରାଟଙ୍କ ପଛରେ ଠିଆ ହୋଇଥିବା ଯୋଡ଼ିଙ୍କ ବିଷୟରେ କଥା ହୋଇ ଲେଖିଛନ୍ତି, ସେ ଯୁବତୀ ତାଙ୍କ ଦେଖି କେତେ ଖୁସି ହେଉଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ପଛରେ ଠିଆ ହୋଇଥିବା ଯୁବତୀଙ୍କ ଏକ୍ସପ୍ରେସନ କମାଲ। ଜଣେ ୟୁଜର ଅନୁଷ୍କା ଶର୍ମାଙ୍କ ତୁଳନା ଜୟା ବଚ୍ଚନଙ୍କ ସହ କରି ଲେଖିଛନ୍ତି, ଏ ମଧ୍ୟ ଜୟା ବଚ୍ଚନ ଭଳି ହୋଇ ଚାଲିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ମ୍ୟାଡାମଙ୍କର ରାଗ ଓ ଆଟିଟ୍ୟୁଡ୍‌ ଦେଖ, ସେତିକି ତ ବିରାଟ କୋହଲିଙ୍କ ଠାରେ ଦେଖା ଯାଉ ନାହିଁ। କହି ରଖୁଛୁ କି, ଏହି ସମୟରେ ଅନୁଷ୍କା ଓ ବିରାଟଙ୍କ ଉଭୟ ପିଲା ଭାମିକା ଓ ଅକାୟ ତାଙ୍କ ସାଥିରେ ନଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.