ମୁମ୍ବାଇ,୨୯/୪ : ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ଧୂମ୍ ମଚାଉଛନ୍ତି । ପ୍ରତି ମ୍ୟାଚରେ ସେ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି । ଆରମ୍ଭରେ ତାଙ୍କର ଏହି ଷ୍ଟାଇଲ୍ ଉପରେ ପ୍ରଶ୍ନ ବି ଉଠିଥିଲା । କିନ୍ତୁ ଏବେ ସେ ନିଜକୁ ପ୍ରମାଣିତ କରିଛନ୍ତି । ବିଶ୍ୱର ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ବହୁତ କମ୍ ସମୟ ମଧ୍ୟରେ ସେ ଅନେକ ବଡ଼ ରେକର୍ଡ଼ ସ୍ଥାପନ କରିଛନ୍ତି ଏବଂ ଭାଙ୍ଗିଛନ୍ତି, ଏବେ ସେ ଆଉ ଏକ ବିଶ୍ୱ ରେକର୍ଡ଼ର ବହୁତ ନିକଟତର। ବୈଭବ ସୂର୍ଯ୍ୟବଂଶୀ ସେଟ୍ ହେବାକୁ ବହୁତ ସମୟ ଲାଗେ ନାହିଁ, ସେ ପ୍ରଥମ ବଲ୍ ରୁ ତାଙ୍କର ବଡ଼ ଷ୍ଟ୍ରାଇକ୍ ପାଇଁ ଜଣାଶୁଣା। ସେ IPL ୨୦୨୬ରେ ୪୦୦ ରନ୍ କରିସାରିଛନ୍ତି । ଯାହାକି ୩୫୦ରୁ ଅଧିକ ରନ ଛକା ଏବଂ ଚୌକାରୁ ଆସିଛି। ଚଳିତ ସିଜନରେ, ସେ ୩୪ଚୌକା ଏବଂ ୩୭ଛକା (୩୫୮ରନ) ମାରିଛନ୍ତି, ଯେତେବେଳେ ସିଙ୍ଗଲ୍ସ ଏବଂ ଡବଲ୍ସରୁ ମାତ୍ର ୪୨ ରନ କରିଛନ୍ତି । ଏବେ ସେ ଗୋଟିଏ ଛକା ମାରି କିରନ ପୋଲାର୍ଡ଼ଙ୍କ ବିଶ୍ୱ ରେକର୍ଡ଼ ଭାଙ୍ଗି ପାରିବେ ।

ବୈଭବ ସୂର୍ଯ୍ୟବଂଶୀ ଟି-୨୦ର ୨୭ଇନିଂସରେ ୧୧୦୧ ରନ କରିଛନ୍ତି । ଯେଉଁଥିରେ ୪ ଶତକ ଏବଂ ୩ ଅର୍ଦ୍ଧଶତକ ସାମିଲ ରହିଛି । ସେ ଟି-୨୦ରେ ଏ ପର୍ଯ୍ୟନ୍ତ ୯୯ଟି ଛକା ମାରିଛନ୍ତି । ସେ ନିଜ ୧୦୦ ଟି-୨୦ ଛକା ହାସଲ କରିବା ପାଇଁ ଗୋଟିଏ ହିଟ୍ ଦୂରରେ ଅଛନ୍ତି। ସେ ଖୁବଶୀଘ୍ର ଏହି ମାଇଲଖୁଣ୍ଟରେ ପହଞ୍ଚିବେ। ବର୍ତ୍ତମାନ ଟି-୨୦ରେ ସବୁଠାରୁ ଦ୍ରୁତତମ ୧୦୦ଟି ଛକା ଲଗାଇଥିବା ବ୍ୟାଟର ହେଉଛନ୍ତି କିରନ ପୋଲାର୍ଡ଼ । କିନ୍ତୁ ବୈଭବ ତାଙ୍କ ରେକର୍ଡ ଭାଙ୍ଗିବା ନିକଟରେ ଅଛନ୍ତି।

ପୋଲାର୍ଡ ଟି-୨୦ରେ ୮୪୩ବଲରେ ୧୦୦ଛକା ମାରିବାରେ ରେକର୍ଡ଼ କରିଥିଲେ । ଯାହା ବଲର ଆଧାରରେ ସବୁଠାରୁ ଦ୍ରୁତ ଅଟେ । ବୈଭବ ୫୧୧ବଲରେ ୯୯ଛକା ଲଗାଇ ସାରିଛନ୍ତି । ଫଳରେ ତାଙ୍କ ପାଖରେ ଏବେ ୩୦୦ରୁ ଅଧିକ ବଲ୍ ଅଛି ଏବଂ କେବଳ ଗୋଟିଏ ଛକା ମାରିବାରେ ଅଛି । ଏହି ରେକର୍ଡ଼ ଭାଙ୍ଗିବା ନିଶ୍ଚିତ । ଏବେ ଦେଖିବାକୁ ହେବ କି ପୋଲାର୍ଡ଼ଙ୍କ ଏହି ବିଶ୍ବ ରେକର୍ଡ଼ କେଉଁମ୍ୟାଚରେ ଭାଙ୍ଗୁଛି । ରାଜସ୍ଥାନର ଆଗାମୀ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ୧ ମଇରେ ଅଛି ।