ନୂଆଦିଲ୍ଲୀ, ୨୦/୦୫: ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଲିକାରେ ବୈଭବ ସୂର୍ଯ୍ୟବଂଶୀ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ପୂର୍ବରୁ ଅଭିଷେକ ଶର୍ମା ୨୦୨୪ରେ ସର୍ବାଧିକ ୪୨ଟି ଛକା ମାରିଥିଲେ । କିନ୍ତୁ ବୈଭବ ଏହାକୁ ଅତିକ୍ରମ କରିଛନ୍ତି । ସେ ଚଳିତ ସିଜନରେ ୫୩ଟି ଛକା ମାରି ସାରିଲେଣି ।
ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାର ତାଲିକାରେ କ୍ରିସ ଗେଲ ଶୀର୍ଷ ସ୍ଥାନରେ ଅଛନ୍ତି । ସେ ୨୦୧୨ରେ ୫୯ଟି ଛକା ମାରିଥିଲେ । ବୈଭବ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ସେ ଆଉ ୬ଟି ଛକା ମାରିଲେ ଗେଲଙ୍କ ରେକର୍ଡର ସମକକ୍ଷ ହେବେ । ବୈଭବଙ୍କ ପଛକୁ ତୃତୀୟ ସ୍ଥାନରେ ଆନ୍ଦ୍ରେ ରସେଲ (୫୨ଟି , ୨୦୧୯) ରହିଛନ୍ତି । ଗେଲ୍ ୨୦୧୩ରେ ୫୧ଟି ଓ ୨୦୧୧ରେ ୪୪ଟି ଛକା ମାରିଥିଲେ । ସେହିପରି ୨୦୨୨ରେ ଜୋସ ବଟଲର ୪୫ଟି ମାରିଥିଲେ ।
ଅଧିକ ପଢ଼ନ୍ତୁ :- FIFA World Cup: ଫିଫା ବିଶ୍ୱକପ୍ ପାଇଁ ପର୍ତ୍ତୁଗାଲ ଦଳ ଘୋଷଣା, କ୍ୟାରିୟରରେ ଷଷ୍ଠ ୱାର୍ଲ୍ଡକପ୍ ଖେଳିବେ କ୍ରିଷ୍ଟିଆନୋ ରୋନାଲ୍ଡୋ