ନୂଆଦିଲ୍ଲୀ,୧୧/୦୨; କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ ।  ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, "ବନ୍ଦେ ମାତରମ୍"  ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମେତ ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ ହେବ ।  ଏହି କାର୍ଯ୍ୟକ୍ରମଗୁଡ଼ିକରେ ସମସ୍ତଙ୍କ ପାଇଁ ସମ୍ମାନ ଜଣାଇ ଛିଡା ହେବା ବାଧ୍ୟତାମୂଳକ ହେବ । ଜାତୀୟ ସଙ୍ଗୀତ 'ଜନ ଗଣ ମନ' ପରେ ତୁରନ୍ତ ୬ ପଦ ବିଶିଷ୍ଟ 'ବନ୍ଦେ ମାତରମ୍' ଗାନ ହେବ । ଏହି ସମୟରେ ଛିଡା ହେବା ବାଧ୍ୟତାମୂଳକ । ଗୀତ ସମୟସୀମା ୩ ମିନିଟ୍ ୧୦ ସେକେଣ୍ଡ ରହିବ । ନିୟମରେ ଏହା କୁହାଯାଇଛି କି, ଯଦି 'ଜନ ଗଣ ମନ' ଏବଂ 'ବନ୍ଦେ ମାତରମ୍' ଏକା ସଙ୍ଗେ ଗାନ ହେବାର ଥିବ ତେବେ 'ବନ୍ଦେ ମାତରମ୍' ପ୍ରଥମ ଗାନ କରାଯିବ ।

ନୂତନ ନିୟମ ଅନୁଯାୟୀ, ୬ଟି ପଦ୍ୟ ବିଶିଷ୍ଟ  'ବନ୍ଦେ ମାତରମ୍' ପୂର୍ଣ୍ଣ ସଂସ୍କରଣ ଏବେ ବାଜିବ, ଯାହାର ଅବଧି ୩ ମିନିଟ୍ ୧୦ ସେକେଣ୍ଡ । ଏଥିରେ ଦୁର୍ଗାଙ୍କ ସମେତ ୩ ଜଣ ହିନ୍ଦୁ ଦେବୀଙ୍କର ଉଲ୍ଲେଖ ଅଛି । ଏପର୍ଯ୍ୟନ୍ତ, ମୂଳ ବନ୍ଦେ ମାତରମ୍ ଗୀତର କେବଳ ୬ ପଦ୍ୟ ମଧ୍ୟରୁ ପ୍ରଥମ ଦୁଇଟି ଗାନ କରାଯାଉଥିଲା । ଜାତୀୟ ପତାକା ଉତ୍ତୋଳନ, କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଆଗମନ, ଜାତି ଉଦ୍ଦେଶ୍ୟରେ ତାଙ୍କର ଭାଷଣ ଏବଂ ଅଭିଭାଷଣ ପୂର୍ବରୁ ଏବଂ ପରେ, ଏବଂ ରାଜ୍ୟପାଳମାନଙ୍କ ଆଗମନ ଏବଂ ଭାଷଣ ପୂର୍ବରୁ ଏବଂ ପରେ 'ବନ୍ଦେ ମାତରମ୍' ବଜାଇବା ଅନେକ ସରକାରୀ ଅବସରରେ ବାଧ୍ୟତାମୂଳକ କରାଯାଇଛି । ସାର୍ବଜନୀନ ସମାବେଶରେ 'ବନ୍ଦେ ମାତରମ୍'ର ଛଅଟି ପଦ ବାଧ୍ୟତାମୂଳକ କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ​​​​​​​ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ବନ୍ଦେ ମାତରମ୍ ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମ, ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ । ‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା । ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ।

ଏହା ବି ପଢନ୍ତୁ...ଭାରତ-ୟୁଏସ୍‌ ଟ୍ରେଡ୍‌ ଡିଲ୍‌ରେ ଆମେରିକାର ସାଇଲେଣ୍ଟ ୟୁ-ଟର୍ଣ୍ଣ, ଫ୍ୟାକ୍ଟ ସିଟ୍‌ ବଦଳାଇଲା ହ୍ୱାଇଟ୍ ହାଉସ୍‌

ପ୍ରଥମେ 'ବନ୍ଦେ ମାତରମ୍' ରଚନା ସ୍ୱତନ୍ତ୍ର ଭାବେ କରାଯାଇଥିଲା । ଏହା ପରେ ବଙ୍ଗିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ 'ଆନନ୍ଦମଠ'ରେ ସାମିଲ କରାଯାଇଥିଲା । ୧୮୯୬ ମସିହାରେ କୋଲକାତାରେ କଂଗ୍ରେସ ଅଧିବେଶନରେ ଏହାକୁ ପ୍ରଥମେ ଗାନ କରାଯାଇଥିଲା । ୧୯୦୫ ମସିହା ଅଗଷ୍ଟ ୭ ତାରିଖରେ 'ବନ୍ଦେ ମାତରମ୍' ପ୍ରଥମ ଥର ପାଇଂ ଏକ ରାଜନୈତିକ ସ୍ଲୋଗାଲ ଭାବରେ ବ୍ଯବହାର ହୋଇଥିଲା । ୧୯୫୦ ମସିହାରେ ସମ୍ବିଧାନ ସଭା ଏହାକୁ ଭାରତୀର ଜାତୀୟ ଗୀତ ଭାବେ ଗ୍ରହଣ କରାଯାଇଥିଲା ।

ବ୍ରିଟିଶ ବନ୍ଦ କରିବାକୁ ଚାହୁଁଥିଲା- ପିଆଇବି ଅନୁଯାୟୀ, 'ବନ୍ଦେ ମାତରମ୍' ଗୀତ ଏବଂ ସ୍ଲୋଗାନ ଭାବରେ ପ୍ରଭାବ ବଢିଥିଲା । ଏହାକୁ ନେଇ ଚିନ୍ତାରେ ପଡ଼ିଥିଲା ବ୍ରିଟିଶ । ଏହାର ପ୍ରସାରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଥିଲେ । ନବଗଠିତ ପୂର୍ବ ବଙ୍ଗ ପ୍ରଦେଶର ସରକାର ସ୍କୁଲ ଏବଂ କଲେଜରେ 'ବନ୍ଦେ ମାତରମ୍' ଗାନ କିମ୍ବା ପାଠ କରିବା ନିଷେଧ କରି ସର୍କୁଲାର ଜାରି କରିଥିଲେ । ଶିକ୍ଷାନୁଷ୍ଠାନଗୁ଼ଡ଼ିକୁ ମାନ୍ୟତା ରଦ୍ଦ କରାଯିବାର ଧମକ ଦିଆଯାଇଥିଲା ।  ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ଛାତ୍ରମାନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯିବାର ଧମକ ଦିଆଯାଇଥିଲା । ୧୯୦୫ ମସିହାରେ ନଭେମ୍ୱର ମାସରେ ବଙ୍ଗଳାର ରଙ୍ଗପୁରର ଏକ ସ୍କୁଲରେ ୨୦୦ ଜଣ ଛାତ୍ର 'ବନ୍ଦେ ମାତରମ୍' ଗାନ କରିବା ପାଇଁ ପ୍ରତ୍ୟେକଙ୍କୁ ୫ ଟଙ୍କା ଲେଖାଏଁ ଜରିମାନା ହୋଇଥିଲା । ରଙ୍ଗପୁରରେ ବିଭାଜନ ବିରୋଧୀ ନେତାମାନେ ସ୍ପେଶାନ କନଷ୍ଟେବଳ ଭାବେ କାମ କରୁଥିବା ଏବଂ 'ବନ୍ଦେ ମାତରମ୍'  ଗାଇବାକୁ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।