ପ୍ରମୂଖ ଖବର

ଡିଭାଇଡରରେ ପିଟିହୋଇ ଓଲଟିଲା ବ୍ୟାଣ୍ଡ୍‌ପାର୍ଟି ଗାଡି : ଜଣେ ଗୁରୁତର, ୩ ଆହତ

Published By : Harapriya Sethi | October 14, 2024 7:35 AM

କାମାକ୍ଷାନଗର,୧୪/୧୦: ଡିଭାଇଡରରେ ପିଟିହୋଇ ଓଲଟିଲା ମ୍ୟୁଜିକାଲ ବ୍ୟାଣ୍ଡପାର୍ଟି ଗାଡି। ଏହି ଦୁର୍ଘଟଣାରେ ୩ ଜଣ ଆହାତ ହେବ ସହ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁରର ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିବାବେଳେ, ଏନଏଚ ୫୩ ବଡ଼ ମୁକ୍ତାପଶି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ସିବମ ମ୍ୟୁଜିକାଲ କାମାକ୍ଷାନଗର ଦଶହରା ଭସାଣୀରେ ଯୋଗଦେବାପାଇଁ ଆସୁଥିଲା । ଏହି ସମୟରେ ଏନ ଏଚ ୫୩ ବଡ଼ ମୁକ୍ତାପଶି ନିକଟରେ ଡିଭାଇଡରରେ ପିଟିହୋଇ ଓଲଟିଲା ଟାଟା ମ୍ୟାଜିକ ଗାଡ଼ି । ଗାଡ଼ିରେ ଡ୍ରାଇଭର ସମେତ ମୋଟ ୫ ଜଣ କଳାକର ଥିଲେ । ଏହି ଦୁର୍ଘଟଣାରେ ୩ ଜଣ ଆହତ ହେବା ସହ ଜଣେ ଜୁରୁତର ହେଇଛନ୍ତି । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି । ଏଥି ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.