ନୂଆଦିଲ୍ଲୀ,୧୧/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରି ଇଚ୍ଛା କି ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଉଛି । ବିଶ୍ୱରେ ସେ ୮ଟି ଯୁଦ୍ଧ ବନ୍ଦ କରିଥିବା ନେଇ ଦାବି କରି ଆସୁଛନ୍ତି । ୨୦୨୫ ନେବେଲ୍ ଶାନ୍ତି ପୁରସ୍କାର ତାଙ୍କୁ ହିଁ ମିଳିବ ବୋଲି ସେ ଆଶା କରିଥିଲେ ହେଲେ ସେମିତି କିଛି ହୋଇନଥିଲା । ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ ନୋବେଲ୍ ପିସ୍ ପ୍ରାଇଜ୍ ଜିତିଛନ୍ତି । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ମାଚାଡୋ ଚାହିଁଲେ ତାଙ୍କୁ ତାଙ୍କର ନୋବେଲ ପୁରସ୍କାର ଦେଇପାରିବେ, କିନ୍ତୁ ଏବେ ନୋବେଲ ପୁରସ୍କାର କମିଟି ଏ ନେଇ ପ୍ରତିକ୍ରିୟା ଦେଇଛି ।

ଭେନେଜୁଏଲା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ ପରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଭେନେଜୁଏଲାରେ ପଶି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଉଠାଇ ଆଣିଛି । ଫଳରେ ଲାଟିନ୍ ଆମେରିକାର ଏହି ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏହାମଧ୍ୟରେ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ ମାଚାଡୋ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ନେଇ ଏକ ବଡ ବୟାନ ଦେଇଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ନୋବେଲ ପ୍ରଦାନ କରୁଥିବା ଅନୁଷ୍ଠାନ ନରଓ୍ୱେ ନୋବେଲ୍ ଇନଷ୍ଟିଚ୍ୟୁଟ୍ । କମିଟି ସ୍ପଷ୍ଟ ଭାବରେ କହିଛି କି, ନୋବେଲ୍ ପୁରସ୍କାର କାହାକୁ ଦିଆଯିବ ନାହିଁ । ଥରେ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା ହେଲେ ଏହାକୁ ପ୍ରତ୍ୟାହାର କରାଯାଏ ନାହିଁ କି କାହା ମଧ୍ୟରେ ବାଣ୍ଟ କରାଯାଏ ନାହିଁ । ଏହି ନିଷ୍ପତ୍ତି ସବୁଦିନ ପାଇଁ ଚୂଡାନ୍ତ ଏବଂ ବୈଧ ରହିବ ।

ନିକଟରେ ମାରିଆ କହିଥିଲେ ଯେ, ତାଙ୍କୁ ନୋବେଲ ପୁରସ୍କାର ମିଳିଛି । ସେ ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେୟାର କରିବାକୁ ଚାହାଁନ୍ତି । ଟ୍ରମ୍ପ ଭେନେଜୁଏଲାରେ ଏକଛତ୍ରବାଦୀ ଶାସନର ଅନ୍ତ କରିଛନ୍ତି ।ଏବେ ଭେନେଜୁଏଲାରେ ଶାନ୍ତି ଫେରିଛି । ଭେନେଜୁଏଲାବାସୀଙ୍କ ତରଫରୁ ସେ ନିଜେ ପାଇଥିବା ନୋବେଲକୁ ଟ୍ରମ୍ପଙ୍କୁ ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଟ୍ରମ୍ପ୍ ଯାହା କରିଛନ୍ତି ତାହା ଗଣତନ୍ତ୍ରର ରକ୍ଷା ପାଇଁ ଜରୁରୀ ବୋଲି ମାରିଆ କହିଥିଲେ ।

ତେବେ ମାଚାଡୋଙ୍କ ବୟାନକୁ ନେଇ ନୋବେଲ ପ୍ରଦାନକରୁଥିବା ଅନୁଷ୍ଠାନ କହିଛି ଯେ, ଥରେ ପୁରସ୍କାର ଘୋଷଣା ହୋଇଗଲେ ଏହାକୁ ଫେରସ୍ତ ନିଆଯିବ ନାହିଁ । ଆହୁରି ମଧ୍ୟ ପୁରସ୍କାରକୁ ଅନ୍ୟ କାହାକୁ ପ୍ରଦାନ ଏବଂ ସେୟାର କରାଯାଇପାରିବ ନାହିଁ । ପୁରସ୍କାର ପାଇଁ ନିଆଯାଇଥିବା ନିଷ୍ପତ୍ତି ଚୂଡାନ୍ତ ଏବଂ ଏହା ସବୁଦିନ ପାଇଁ ବୋଲି ନରଓ୍ୱେ ନୋବେଲ ଇନଷ୍ଟିଚ୍ୟୁଚ୍ ପ୍ରକାଶ କରିଛି ।

ତେବେ ଏହା ପୂର୍ବରୁ ଟ୍ରମ୍ପ୍ ନିଜେ ନୋବେଲ ପୁରସ୍କାର ପାଇବା ପାଇଁ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ । ଅନେକ ଯୁଦ୍ଧ ସେ ରୋକିଥିବା ଦାବି କରିଥିଲେ । ତେଣୁ ତାଙ୍କୁ ଶାନ୍ତି ପାଇଁ ନୋବେଲ ମିଳୁ ବୋଲି ସେ ଚାପ ମଧ୍ୟ ପକାଉଥିଲେ । ହେଲେ ସବୁ ଯୋଜନା ଫେଲ୍ ମାରିଥିଲା । ତାଙ୍କୁ ନୋବେଲ ପୁରସ୍କାର ମିଳିନଥିଲା ।