ଭୁବନେଶ୍ୱର, ୧୩/୭ : ଭିଜିଲାନ୍ସ ପଞ୍ଝାରେ ITDAର ସହକାରୀ ନିର୍ଦ୍ଦେଶକ। ଭୁବନେଶ୍ଵର ITDAର ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର କେସପେଟାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱର, ରାଉରକେଲା ଓ କୋରାପୁଟରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।
କୋରାପୁଟରେ ଥିବା ସଞ୍ଜୟ କୁମାରଙ୍କ ଏକ ଚାରି ମହଲା ବିଳାସପୂର୍ଣ୍ଣ ହୋଟେଲ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ସେ କୋରାପୁଟ ITDAର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ପ୍ରାୟ ୫ ମାସ ପୂର୍ବରୁ ସେ କୋରାପୁଟ ITDAରୁ ପଦୋନ୍ନତି ପାଇ ଭୁବନେଶ୍ୱର ITDAରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।
ଆହୁରି ପଢନ୍ତୁ- Labanagiri Hill : ଲବଣଗିରି ପାହାଡ଼ରେ ବାସ କରୁଥିଲା ଏହି ଅସୁର... ମାଟିତଳୁ ମିଳିଲା ପ୍ରମାଣ