ଢେଙ୍କାନାଳ, ୧୮।୧୧: ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ସୋମବାର ଭିଜିଲାନ୍ସ ଅଚାନକ ଚଢ଼ାଉ କରିଥିବା ସୂଚନା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପଜିଲ୍ଲାପାଳଙ୍କ ଘରେ ରେଡ୍ କରିଥିବା ଜଣାପଡ଼ିଛି । କାମାକ୍ଷାନଗରରେ ଉପଜିଲ୍ଲାପାଳଙ୍କ ଅଫିସ୍ ସମେତ ସରକାରୀ ବାସଭବନ ସହ ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ, ମୟୁରଭଞ୍ଜ ଏକକାଳୀନ ମୋଟ୍ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଭଦ୍ରକ ବାସୁଦେବପୁର ପୈତୃକ ଘରେ ମଧ୍ୟ ଭିଜିଲାସ୍ ରେଡ୍ ଆରମ୍ଭ କରିଛି । ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି ।
ଭୁବନେଶ୍ୱର ଝାରପଡ଼ାରେ ଗୋଟିଏ ମହଲା ଓ ତିନି ମହଲା କୋଠା, ଭଦ୍ରକ କୁଆଁସ ଓ ଗେଲପୁରରେ ତିନି ମହଲା ଓ ୨ ମହଲା କୋଠା, ଭଦ୍ରକ ବାସୁଦେବପୁର କପାଗାଡ଼ିଆଠାରେ ଥିବା ପୈତୃକ ସମ୍ପତ୍ତି, ସମ୍ପର୍କୀୟଙ୍କ ଘରେ ଆଦି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଚଢ଼ାଉରେ ୭ ଜଣ ଡିଏସ୍ପି, ୩ ଇନ୍ସପେକ୍ଟର, ୮ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ ।