ନୂଆଦିଲ୍ଲୀ : ରୁଷ ସହ ଚାଲୁଥିବା ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍ସକି ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଓ୍ବେବସାଇଟ ସହ ଆଲୋଚନା ସମୟରେ କହିଛନ୍ତି ଯେ, ସେ ଯୁଦ୍ଧ ସରିବା ପରେ ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଉଦ୍ଦେଶ୍ୟ ଯୁଦ୍ଧ ସମାପ୍ତ କରିବା । ଏହାର ଅର୍ଥ ନୁହେଁ ଯେ, ଲଗାତାର କ୍ଷମତାରେ ବସି ରହିବା ।
ଜେଲେନ୍ସକି ଏହା ମଧ୍ୟ କହିଛନ୍ତି ଯେ, ସେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାକୁ ସମସ୍ତ ପ୍ରୟାସ ଜାରି ରଖିବେ । ତାଙ୍କର କହିବା କଥା ଦେଶରେ ଯୁଦ୍ଧର ଅନ୍ତ କେବଳ ରାଜନୈତିକ ରୂପରେ ନୁହେଁ ବରଂ ଜନତାଙ୍କ ସ୍ବାଧିନତା ଏବଂ ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ହେବା ଆବଶ୍ୟକ ।
ମସ୍କୋ ବାରମ୍ବାର ଜେଲନ୍ସକିଙ୍କୁ ଜଣେ ଅବୈଧ ରାଷ୍ଟ୍ରପତି ଭାବେ ଅବିହିତ କରୁଛି । କାରଣ ତାଙ୍କର ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହୋଇଯାଇଥିଲା । କିନ୍ତୁ ରୁଷ୍ ଆକ୍ରମଣ ପରେ ଲଗା ଯାଇଥିବା ମାର୍ଶଲ ଆଇନ୍ ପାଇଁ ୟୁକ୍ରେନ ନିର୍ବାଚନ ହୋଇପାରିନାହିଁ । ୟୁକ୍ରେନର ସଂସଦ ଫେବୃଆରୀରେ ଏକ ପ୍ରସ୍ତାବ ଆଗତ କରି ଜେଲେନ୍ସକିଙ୍କ କାର୍ଯ୍ୟକାଳ ମାର୍ଶଲ ଆଇନ୍ ଶେଷ ହେବା ଯାଏଁ ବୃଦ୍ଧି କରିଥିଲା ।
ଏହା ପୂର୍ବରୁ ଜେଲନ୍ସକି ୟୁଏନରେ କହିଥିଲେ ଯେ, ରୁଷକୁ ଏବେ ଅଟକାଇବା ପାଇଁ ନିଷ୍ପତି ନେବା ଆବଶ୍ୟକ। କାହିଁକି ନା, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପରେ ଯୁଦ୍ଧ ବିସ୍ତାର କରିବାକୁ ଚାହୁଁଛନ୍ତି । ଜେଲେନ୍ସକି କହିଛନ୍ତି କି ବିଶ୍ବ ଏବେ ଇତିହାସର ଅସ୍ତଶସ୍ତ୍ରରେ ସବୁଠୁ ବିନାଶକାରୀ ଦୌଡରେ ସାମିଲ୍ ରହିଛି ।