ନୂଆଦିଲ୍ଲୀ,୨୦/୦୬: ବିଶିଷ୍ଟ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ୱାରେନ ବଫେଟ୍‌  ଜନକଲ୍ୟାଣ ଲାଗି ତାଙ୍କର ୯୯% ସମ୍ପତ୍ତି ଦାନ  କରିବେ । ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦୦ ବିଲିୟନ ଡଲାର ହେବ । ସମ୍ପତ୍ତିକୁ ପରବର୍ତ୍ତି ପିଢ଼ିଙ୍କ ଲାଗି ଛାଡି ଯିବା ପରିବର୍ତ୍ତେ ଏହାକୁ ଦାତବ୍ୟ କାମ ଲାଗି  ବ୍ୟବହାର କରିବାକୁ  ନିଷ୍ପତ୍ତି ନେଇଛନ୍ତି ବଫେଟ୍‌ । ତାଙ୍କର ଏହି ନୀତି ସାମାଜିକ  ଉତ୍ତରଦାୟିତ୍ୱ ,  ସ୍ୱଚ୍ଛତା ଏବଂ ସୁଯୋଗ  ଉପରେ ପର୍ଯ୍ୟବେସିତ ।  

୨୦୨୪ରେ ସେ ଏକ  ବିବୃତ୍ତିରେ କହିଥିଲେ, କୌଣସି ବଂଶଗତ ଐତିହ୍ୟ  ରଖିବାକୁ ଆଗ୍ରହୀ ନୁହେଁ । ସମାଜରେ ସକରାତ୍ମକ  ପ୍ରଭାବ ଆଣିବା ଦିଗରେ ସମ୍ପତ୍ତିର ଅର୍ଥ ଖର୍ଚ୍ଚ  ହେଉ । ସମ୍ପତ୍ତି କୌଣସି ଏକକ ପରିବାରରେ  ନ ରହି ସମାଜକୁ ପ୍ରତିଦାନ ଦେବା ଉଦ୍ଦେଶ୍ୟରେ  ବ୍ୟବହାର କରାଯାଉ । ମୋ ମୃତ୍ୟୁ ପରେ ଦାତବ୍ୟ  ଅନୁଷ୍ଠାନର ଦେଖାରେଖା ପରିବାର ଦାୟାଦ ମାନେ  କରିବେ । ଦାତବ୍ୟ କାର୍ଯ୍ୟକ୍ରମକୁ ସେମାନେ ଆଗକୁ  ଜାରି ରଖିବେ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ :-  Reliance Jio : ଆଇପିଓ ଆଣିବ ଜିଓ, ଉପଗ୍ରହ ଇଣ୍ଟରନେଟ୍ ସେବା ଆରମ୍ଭ କରିବ ରିଲାଏନ୍ସ

ଉଲ୍ଲେଖଯୋଗ୍ୟ,  ବିଗତ କିଛି ଦଶନ୍ଧି ଧରି ୱାରେନ ବଫେଟ୍‌ ବୃହତ  ପରିମାରଣ ଅର୍ଥ ଦାନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ,  ଦାରିଦ୍ର‌୍ୟ ଦୂରୀକରଣ, ସାମାଜିକ ବିକାଶ ଭଳି କ୍ଷେତ୍ରରେ  ଏହି ଅର୍ଥ ବିନିଯୋଗ କରାଯାଇଛି ।