ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରୁଷ୍‌ରୁ ଆସିବ ଯୁଦ୍ଧ ଜାହାଜ ‘ତମଲ’, ଖଞ୍ଜା ହୋଇଛି ବ୍ରହ୍ମୋସ ମିସାଇଲ

Published By : Rasmita Pradhan | May 7, 2025 8:04 AM

ନୂଆଦିଲ୍ଲୀ, ୦୭/୦୫ : ପାକିସ୍ତାନ ସହ ଯୁଦ୍ଧ ଆଶଙ୍କା ଘନେଇଥିବା ବେଳେ ଭାରତ ଏହାର ପ୍ରତିରକ୍ଷା କ୍ଷମତା ବଢ଼ାଇବାରେ ଲାଗିଛି । ବାରମ୍ବାର ମିସାଇଲ ପରୀକ୍ଷଣ ହେଉଥିବା ବେଳେ ଯୁଦ୍ଧାଭ୍ୟାସ ବି ଜାରି ରହିଛି । ସେହିଭଳି ଖୁବଶୀଘ୍ର ନୌସେନାକୁ ଆଉ ଏକ ଯୁଦ୍ଧ ଜାହାଜ ମିଳିବାକୁ ଯାଉଛି । ଚଳିତମାସ ୨୮ ତାରିଖରେ ନୌସେନାକୁ ‘ଆଇଏନ୍‌ଏସ୍‌-ତମଲ’ ଯୁଦ୍ଧ ଜାହାଜ ମିଳିବ । ରୁଷ୍‌ରୁ ଏହା ଆସିବ । କିଛିଦିନ ତଳେ ରୁଷ୍‌ ଭାରତକୁ ଇଗଲା-ଏସ୍‌ ମିସାଇଲ ଦେଇଥିଲା । 

ରିପୋର୍ଟ ମୁତାବକ, ଆଇଏନ୍‌ଏସ୍‌-ତମଲ ମେ ଶେଷ ଭାଗରେ ମିଳିବା ପରେ ଏହାକୁ ଜୁନ୍‌ରେ ଔପଚାରିକ ଭାବେ ନୌସେନାରେ ସାମିଲ କରାଯିବ । ଏଥିରେ ଯେଉଁ ବ୍ରହ୍ମୋସ ମିସାଇଲ ଖଞ୍ଜା ହୋଇଛି, ତାହା କୌଣସି ଦେଶର ରାଡାରର ନଜରକୁ ଆସିବ ନାହିଁ । ଅର୍ଥାତ୍‌ ରାଡାରକୁ ଏହା ଚକ୍‌ମା ଦେଇ ଶତ୍ରୁ ପକ୍ଷକୁ ଟାର୍ଗେଟ୍‌ ବନାଇ ପାରିବ । ତମଲ ଯୁଦ୍ଧପୋତ ୨୦୧୬ରେ ଭାରତ ଓ ରୁଷ୍‌ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିର ଅଂଶବିଶେଷ । ଏହି ଚୁକ୍ତି ଅଧୀନରେ ୪ଟି ତଲୱାର-ଶ୍ରେଣୀ ଷ୍ଟିଲ୍‌ଥ ଫ୍ରିଗେଟ୍‌ (ଯୁଦ୍ଧପୋତ) ନିର୍ମାଣ କରାଯାଉଛି । ତନ୍ମଧ୍ୟରୁ ଦୁଇଟି ରୁଷ୍‌ର ୟନ୍ତର ଶିପୟାର୍ଡରେ ଏବଂ ଦୁଇଟି ଭାରତର ଗୋଆ ଶିପୟାର୍ଡରେ ପ୍ରସ୍ତୁତ ହେଉଛି । ତମଲ ରୁଷ୍‌ରେ ନିର୍ମିତ ଦ୍ୱିତୀୟ ଫ୍ରିଗେଟ୍‌ ବା ଯୁଦ୍ଧପୋତ । ଏହା ପୂର୍ବରୁ ଆଇଏନ୍‌ଏସ୍‌ ତୁଶିଲକୁ ୨୦୨୪ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରୁଷ୍‌ର ତଟବର୍ତ୍ତୀ ସହର କଲିନିନଗ୍ରାଦରେ ହାସଲ କରିଥିଲେ । 

ଆଇଏନ୍‌ଏସ୍‌-ତମଲରେ ରହିଥିବା ବିଶେଷତ୍ୱଗୁଡ଼ିକ ହେଉଛି ଏହା ଗୋଟିଏ ଥରରେ ୩ ହଜାର କିଲୋମିଟର ଯାଇପାରିବ । ଏହା ସୁପରସୋନିକ ବ୍ରହ୍ମୋସ ମିସାଇଲ ମାଡ଼ କରିପାରିବ । ଏହାର ଓଜନ ୩୯୦୦ ଟନ ହୋଇଥିବା ବେଳେ ବେଗ ଘଣ୍ଟା ପିଛା ୫୫ କିଲୋମିଟର । ଏଥିରେ ଅତ୍ୟାଧୁନିକ ରାଡାରସେନ୍‌ସର ଓ ଯୁଦ୍ଧ ପରିଚାଳନା ବ୍ୟବସ୍ଥା ରହିଛି । ଏହି ଯୁଦ୍ଧପୋତକୁ ସଞ୍ଚାଳନ ପାଇଁ ୨୦୦ରୁ ଅଧିକ ଭାରତୀୟ ନୌସୈନିକଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଏହାର ବୈଷୟିକ ବୈଶିଷ୍ଟ୍ୟ ବାବଦରେ ବି ଭଲ ଭାବେ ଅବଗତ ହୋଇଛନ୍ତି । ତମଲର ଯେଉଁ ସାମୁଦ୍ରିକ ପରୀକ୍ଷାମୂଳକ ଜଳାବତରଣ ହୋଇଥିଲା ସେଥିରେ ଏମାନେ ସାମିଲ ହୋଇଥିଲେ । ଏହି ଭାରତୀୟ ଦଳ ମେ ଶେଷ ଭାଗରେ ତମଲକୁ ରୁଷ୍‌ରୁ ଆଣି ଭାରତ ଫେରିବ । ବର୍ତ୍ତମାନ ଗୋଆରେ ଆଉ ଦୁଇଟି ଯୁଦ୍ଧପୋତ ନିର୍ମାଣ କରାଯାଉଛି । ଏଗୁଡ଼ିକ ଲାଗି ଆବଶ୍ୟକ ଇଞ୍ଜିନକୁ ଆଗୁଆ ଅଣାଯାଇଛି ।

ଏହି ଖବରଟିକୁ ପଢନ୍ତୁ-Operation Sindoor: ପାକିସ୍ତାନରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ; ଭାରତରେ ବିମାନବନ୍ଦର ବନ୍ଦ, ବିମାନ ସେବା ରଦ୍ଦ କଲା ଏୟାରଲାଇନ୍ସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.