ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭାରତକୁ ରୋକି ପାରିବୁ ନାହିଁ.... , ସିନ୍ଧୁ ଜଳ ଚୁକ୍ତି ମାମଲାରେ ହାତ ଟେକି ଦେଲା ୱାର୍ଲ୍ଡ ବ୍ୟାଙ୍କ

Published By : Prameya | May 9, 2025 4:24 PM

ନୂଆଦିଲ୍ଲୀ : ସିନ୍ଧୁ ଜଳ ଚୁକ୍ତି ନେଇ ପାକିସ୍ତାନକୁ ବହୁତ ବଡ଼ ଝଟକା ଲାଗିଛି। ୱାର୍ଲ୍ଡ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ସ୍ପଷ୍ଟ କରିଛନ୍ତି ଯେ , ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିରେ ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ଫେସିଲିଟେଟର ଅର୍ଥାତ୍‌ ମଧ୍ୟସ୍ଥି ଭାବେ ରହିଛି। ସେ ଏହି ଚୁକ୍ତିରେ ଉତ୍ପନ୍ନ ହୋଇଥିବା ସଦ୍ୟ ଗତିରୋଧକୁ ସମାଧାନ କରିବା ପାଇଁ ହସ୍ତକ୍ଷେପ କରିବ ନାହିଁ। ସେ କହିଛନ୍ତି ଯେ, ୱାର୍ଲ୍ଡ ବ୍ୟାଙ୍କ ଭାରତକୁ ରୋକିବା ପାଇଁ ହସ୍ତକ୍ଷେପ କରିବ ନାହିଁ।

ଭାରତ ନିଲମ୍ୱିତ କରିଛି ସନ୍ଧି –

ଜମ୍ମୁ –କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ତତ୍କାଳ ପ୍ରଭାବରେ ନିଲମ୍ୱିତ କରି ଦେଇ ଥିଲା। ଭାରତ ଏହି ନିଷ୍ପତ୍ତି ସେପର୍ଯ୍ୟନ୍ତ ପାଇଁ ନେଇଛି , ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଦେବାର ନୀତିରେ ସ୍ପଷ୍ଟ ଓ ସ୍ଥାୟୀ ରୂପେ ପଛକୁ ହଟିବ ନାହିଁ। ଏହି ସନ୍ଦର୍ଭରେ ମିଡ଼ିଆରେ ଅନେକ ଆକଳନ ଚାଲୁଥିବା ଯେ ୱାର୍ଲ୍ଡ ବ୍ୟାଙ୍କ୍‌ ବୋଧହୁଏ ଏହି ବିବାଦରେ ହସ୍ତକ୍ଷେପ କରିବ, କିନ୍ତୁ ଅଜୟ ବଙ୍ଗା ସ୍ପଷ୍ଟ ମନା କରି ଦେଇଛନ୍ତି। 

ପ୍ରେସ୍‌ ସୂଚନା ବ୍ୟୁରୋ ମୁତାବିକ , ଭାରତୀୟ ବଂଶୋଦ୍ଭବ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ କହିଛନ୍ତି , ଆମର ଭୂମିକା କେବଳ ଜଣେ ମଧ୍ୟସ୍ଥିର। ମିଡ଼ିଆରେ ଯେଉଁ କଥା ଆସୁଛି ଯେ, ବିଶ୍ୱ ବ୍ୟାଙ୍କ ମଝିରେ ଆସି ବିବାଦକୁ ସମାଧାନ କରିବ, ଏ ସବୁ ଭିତ୍ତିହୀନ କଥା। ସିନ୍ଧୁ ଜଳ ଚୁକ୍ତି ୧୯୬୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୯ବର୍ଷର ଆଲୋଚନା ପରେ ହୋଇଥିଲା। ଏହି ସନ୍ଧି ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ଗଠନ ହୋଇଥିଲା ଏବଂ ସେ ମଧ୍ୟ ଏହା ଉପରେ ସାଇନ୍‌ କରିଥିଲା।

ଦ୍ୱିପାକ୍ଷୀୟ ମାମଲାରେ ହସ୍ତକ୍ଷେପ କରିବ ନାହିଁ ୱାର୍ଲ୍ଡ ବ୍ୟାଙ୍କ୍‌-

ଅଜୟ ବଙ୍ଗା ସିଏନବିସି –ଟିଭି -୧୮କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି , ଆମର ଭୂମିକା କେବଳ ସୁବିଧା ପ୍ରଦାନ କରିବା ଯାଏ ସୀମିତ। ବିଶ୍ୱ ବ୍ୟାଙ୍କ ଏହି ଟ୍ରଷ୍ଟ ଫଣ୍ଡର ମାଧ୍ୟମରେ ତଟସ୍ଥ ବିଶେଷଜ୍ଞ ବା ମଧ୍ୟସ୍ଥତା ନ୍ୟାୟାଳୟର ନିଯୁକ୍ତି ପାଇଁ ଶୁଳ୍କର ପେମେଣ୍ଟ କରିଥାଏ, ଯାହା ଚୁକ୍ତି ସମୟରେ ସ୍ଥାପନ କରାଯାଇ ଥିଲା। ଏହା ବ୍ୟତୀତ ଆମର କୌଣସି ଭୂମିକା ନାହିଁ। ସେ ଜୋର ଦେଇ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ଏହି ଦ୍ୱିପାକ୍ଷୀୟ ମାମଲାରେ ହସ୍ତକ୍ଷେପ କରିବ ନାହିଁ। ଚୁକ୍ତି ଅନୁସାରେ , ଇଣ୍ଡସ ନଦୀ ପ୍ରଣାଳୀର ୮୦ ପ୍ରତିଶତର ଆବଣ୍ଟନ ପାକିସ୍ତାନକୁ ଓ  ୨୦ ପ୍ରତିଶତ ଭାରତକୁ କରାଯାଇଛି।   

ବଙ୍ଗା କହିଛନ୍ତି , ଏହା ତାଙ୍କର ନିଷ୍ପତ୍ତି ଯେ , ସେ କଣ କରିବେ। ଆମ କିଛି କରି ପାରିବୁ ନାହିଁ। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କକୁ ନୂଆ ଘଟଣାକ୍ରମ ବିଷୟରେ ଉଭୟ ସରକାର ଠାରୁ କୌଣସି ଔପଚାରିକ କମ୍ୟୁନିକେସନ ପ୍ରାପ୍ତ ହୋଇ ନାହିଁ। ସେ କହିଛନ୍ତି ଯେ, ଏହି ଚୁକ୍ତିରେ ଏମିତି କୌଣସି ପ୍ରାବଧାନ ନାହିଁ, ଯାହା ଏହାକୁ କୌଣସି ଦେଶ ଦ୍ୱାରା ନିଲମ୍ୱିତ କରିବାରେ ରୋକିବ। 

ସିନ୍ଧୁ ଜଳ ସନ୍ଧି- 

- ପଶ୍ଚିମୀ ନଦୀ ଗୁଡ଼ିକ (ସିନ୍ଧୁ , ଝେଲମ , ଚିନାବ) –ପାକିସ୍ତାନକୁ ଆବଣ୍ଟିତ

- ପୂର୍ବୀୟ ନଦୀ ଗୁଡ଼ିକ ( ରାବୀ , ବ୍ୟାସ, ସତଲୁଜ)-ଭାରତକୁ ଆବଣ୍ଟିତ 

ହେଲେ , ଉଭୟ ଦେଶକୁ ପରସ୍ପରର ନଦୀ ଗୁଡ଼ିକରୁ ସୀମିତ ମାତ୍ରାରେ ପାଣି ବ୍ୟବହାର କରିବାର ଅଧିକାର ମଧ୍ୟ ଚୁକ୍ତିରେ ରହିଛି। ଭାରତକୁ ସିନ୍ଧୁ ନଦୀ ପ୍ରଣାଳୀରେ ମୋଟ ୨୦ ପ୍ରତିଶତ ଜଳ ବ୍ୟବହାର କରିବାର ଅଧିକାର ଅଛି। ଯେବେକି ୮୦ ପ୍ରତିଶତ ଜଳ ପାକିସ୍ତାନକୁ ମିଳିଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.