ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ତାତିରୁ ମିଳିବନି ତ୍ରାହି: ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ରୁ ୨୪ ଯାଏ ସାମୟିକ ଆଶ୍ୱସ୍ତି

ଭୁବନେଶ୍ୱର,୨୦/୦୪: ଏ ବର୍ଷ ପ୍ରଥମଥର ୪୪ଡିଗ୍ରୀ ଟପିଛି ତାତି । ବୌଦ୍ଧରେ ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବାରିପଦାରେ ୪୪.୨ ରହିଛି ।  ପ୍ରଚଣ୍ଡ ତାତି ସାଙ୍ଗକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଛଟପଟ କରିଛି । ଶନିବାର ବି ଏଥିରୁ ତ୍ରାହି ନାହିଁ । ଅତି ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟ୍‌ୱେଭ) ବହିବ ।

୨୦ରେ ନୟାଗଡ଼, ଅନୁଗୁଳ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କନାଳ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଗ୍ରୀଷ୍ମଲହରୀ ଜାରି ରହିବ । 

ଗ୍ରୀଷ୍ମପ୍ରବାହର ଏଭଳି ଭୟଙ୍କର ଜ୍ୱାଳାରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ଦେଇଛନ୍ତି । ପାଣିପାଗ ବିଭାଗ କହିଛି, ୨୧ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୨୪ ତାରିଖ ଯାଏ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ୨୧ରୁ ୨୪ ଯାଏ ତାତିରେ ସାମାନ୍ୟ ବ୍ରେକ୍‌ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ପୂର୍ବାନୁମାନ ଦେଇଛି, ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନ୍‌ ସୃଷ୍ଟି ହେବାର ସମ୍ଭାବନା ଅଛି । ୨୧ରୁ ସମୁଦ୍ରରୁ ଉପକୂଳ ଓଡ଼ିଶାକୁ ଦୁର୍ବଳ ବାୟୁ ପ୍ରବାହିତ ହେବ। ୨୧ ଓ ୨୨ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ରହିବ । କିଛି ସ୍ଥାନରେ ୩୬ ଡିଗ୍ରୀରୁ କମ୍‌ ରହିପାରେ । ଆଭ୍ୟନ୍ତରୀଣରେ ଦିନ ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ରହିପାରେ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଏପ୍ରିଲ ୨୬ରୁ ତାତି ପୁଣି ବଢ଼ିବ । ୨୮ ତାରିଖ ପରେ ତାତି ଉପରମୁହାଁ ହୋଇ ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ସେ ଆକଳନ କରିଛନ୍ତି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏପ୍ରିଲ ୨୨ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସୋନପୁର, ସମ୍ବଲପୁର, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଯୋଗୁ ତାତି କମିବ । ୨୪ ଯାଏ ତାତି କମିବ । ତାତି ଖସିଲେ ବି ୪୦ଡିଗ୍ରୀ ପାଖାପାଖି ରହିବ ବୋଲି ସେ କହିଛନ୍ତି । ଉପକୂଳରେ ପୁରୀଠାରୁ ବାଲେଶ୍ୱର ଯାଏ ଆସନ୍ତା ତିନି ଦିନରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ କମ୍‌ ରହିପାରେ । ସାମୁଦ୍ରିକ ଦକ୍ଷିଣ ଓ ପୂର୍ବା ପବନ ଯୋଗୁ ପାଗ ଆଂଶିକ ମେଘୁଆ ରହିବା ସହ ତାତି କମିପାରେ ବୋଲି ସେ କହିଛନ୍ତି ।

ତେବେ ଏପ୍ରିଲ ଶେଷ ପୂର୍ବରୁ ରାଜ୍ୟରେ ତାତିରୁ ନିସ୍ତାର ମିଳିବନି ବୋଲି ଡ. ପଶୁପାଳକ କହିଛନ୍ତି । ଏପ୍ରିଲ ୨୫ରୁ ପୂରା ରାଜ୍ୟରେ ତାତି ବହୁତ ବଢ଼ିବ । ଭୁବନେଶ୍ୱର, ଅନୁଗୁଳ, ଝାରସୁଗୁଡ଼ା ଓ ରାୟଗଡ଼ା ଭଳି କିଛି ସ୍ଥାନରେ ତାତି ୪୬ ଡିଗ୍ରୀ ଟପିଯିବ ବୋଲି ସେ ସତର୍କ କରାଇଛନ୍ତି । ରାଜ୍ୟରେ ୟୁଭି ଇଣ୍ଡେକ୍ସର ମାତ୍ରା ୧୨ ରହିଛି । ୟୁଭି ମାତ୍ରା ଅତ୍ୟଧିକ ରହିବା ଯୋଗୁ ତାତି ୪ରୁ ୫ ଡିଗ୍ରୀ ଅଧିକ ଅନୁଭୂତ ହେଉଛି । ପଶ୍ଚିମା ଓ ଉତ୍ତର ପଶ୍ଚିମା ଶୁଷ୍କ ପବନ, ନିର୍ମଳ ଆକାଶ, ଶାନ୍ତ ବାୟୁ ପ୍ରବାହ ସହ ଭୁବନେଶ୍ୱରରେ ଗାଡ଼ିମୋଟର ଚଳାଚଳ ସଂଖ୍ୟା ବଢ଼ିବା, ଏସିରୁ ବାହାରୁଥିବା ଗ୍ୟାସ୍‌ ଓ କଂକ୍ରିଟ୍‌ ସହର ଯୋଗୁ ତାତି ଅଧିକ ହେଉଛି ।

ଶୁକ୍ରବାର ୩୨ଟି ସହର ୪୦ ଡିଗ୍ରୀ ଉପରେ ଥିଲା । ବାରିପଦାରେ ସ୍ୱାଭାବିକଠାରୁ ସର୍ବାଧିକ ୬ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗୀର ଓ ଭବାନୀପାଟଣା, ମାଲକାନଗିରି, ନୂଆପାଟଣା ଓ ନୟାଗଡ଼ରେ ୪୩, କଟକରେ ୪୨.୭ ଓ ଭୁବନେଶ୍ୱରରେ ୪୧.୪ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ନେଇ ଶୁକ୍ରବାର ସରକାରୀ ତଥ୍ୟ ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) । ଗତ ୧୫ ତାରିଖରେ ଅଂଶୁଘାତରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଭୋଗରାଇ ବ୍ଲକ୍‌ ମହେଶପୁରର ୬୨ ବର୍ଷୀୟ ଲକ୍ଷ୍ମୀକାନ୍ତ ସାହୁ ଅଂଶୁଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବଲାଙ୍ଗୀରର ତ୍ରିନାଥ ବକୁଲ ଓ ଗଞ୍ଜାମର ସୁରେନ୍ଦ୍ର ଗୌଡ଼ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଅଂଶୁଘାତ ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି । ତେବେ ପ୍ରଚଣ୍ଡ ତାତି ସତ୍ତେ୍ୱ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ଆସିଛି । ଏଥିପ୍ରତି ଦୃଷ୍ଟି ଦେଇ ତତ୍କାଳ ପଦକ୍ଷେପ ନେବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.