ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ

ପୁରୀ,୦୩/୦୪: ଆସନ୍ତା ୧୦ରେ ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଠାକୁରଙ୍କ ବାହାର ଚନ୍ଦନ ଯାତ୍ରା ଅବସରରେ ଶ୍ରୀମଦନମୋହନ,  ଭୂଦେବୀ, ଶ୍ରୀଦେବୀ, ଶ୍ରୀରାମକୃଷ୍ଣଙ୍କ  ସମେତ ପାଞ୍ଚ ମହାଦେବ ନରେନ୍ଦ୍ର ଜଳରେ  ନୌବିହାର କରିବେ । ସେଥିପାଇଁ ପ୍ରସ୍ତୁତିରେ  ଲାଗିଛନ୍ତି ମହାପ୍ରଭୁଙ୍କ ସେବକ ତଥା  ଶ୍ରୀମନ୍ଦିର ପ୍ରଶାସନ । ଏହି ମହୋତ୍ସବକୁ  ଆଉ ମାତ୍ର ୭ ଦିନ ରହିଥିଲା ବେଳେ  ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ  ସେବକମାନେ କାମ ଅନୁକୂଳ କରିଛନ୍ତି ।  

ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁ ୧୭ଟି  ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି ସହ  ନନ୍ଦା ଭଦ୍ରା ଡଙ୍ଗାଦ୍ୱୟ ପାଇଁ ଧଳା ଓ ନାଲି ଚାପମଣ୍ଡଳୀ ତିଆରି ହେବ । ୨ଟି ଡଙ୍ଗା  ପାଇଁ ୮ଟି ବାଙ୍କ ତିଆରି ହେଉଛି । ଚାପର  ଚଉକାଠ ଭଳି ବାଙ୍କ ଲାଗିବ । ୨ଟି ପାଲିଙ୍କି  ପାଇଁ ଚାଳି ତିଆରି ହେବ। ୧୩ଟି ଚାନ୍ଦୁଆ  ନରେନ୍ଦ୍ର ପରିସରରେ ଲାଗିବ । ତରାସ,  ପତାକା, କଳା ଓ ଧଳା ଛତି, ଓଲାର ଓ  ଖଣ୍ଡା ଓ ଛୁରିର ସାଜ୍ଜ ତିଆରି ହେବ । ପାଳିଆ ସେବକ ଛୁରି ଓ ଖଣ୍ଡା ଧରି ଠାକୁରଙ୍କ ସହ  ଯାତ୍ରା କରିବେ । ସୁନା ବିଞ୍ଛଣା, ଅଳଙ୍କାର ମୁଣି, ପାନ ବଟୁଆ ଆଦିର ସାଜ୍ଜ ତିଆରି  ହେବ । ଏଣୁ ଗୁରୁବାର ମହାପ୍ରସାଦ,  ଶ୍ରୀଫଳ, ଦୀପ ଓ ଧୂପ ଦେଇ ପାରମ୍ପରିକ  ବିଧିରେ ସାଜ କାମ ଅନୁକୂଳ କରିଛନ୍ତି  ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର । ସର୍ଦ୍ଦାରଙ୍କ  ନେତୃତ୍ୱରେ ୧୭ ଜଣ ଠାକୁରଙ୍କ କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି । ଭେଲଭେଟ୍‌ କନା, ଜରି, ଜମ୍ବୁରା ଆଦି ସାଜ ପ୍ରସ୍ତୁତିରେ  ବ୍ୟବହାର କରାଯାଉଛି । ଗତବର୍ଷ ଭଳି  ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ କାର୍ଯ୍ୟରେ  ଲାଗିବାକୁ ବିଭିନ୍ନ ସାମଗ୍ରୀ କେନ୍ଦ୍ରାପଡ଼ାବାସୀ  ଦାନ ଦେଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.