ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସରିଲା ଶ୍ରୀକ୍ଷେତ୍ରର ସାହିଯାତ: ବଡ଼ଦାଣ୍ଡ ସାଜିଲା ନନ୍ଦିଗ୍ରାମ, ଶ୍ରୀମନ୍ଦିରରେ ରାମାଭିଷେକ ସମ୍ପନ୍ନ

ପୁରୀ,୦୩/୦୫: ରାବଣ ବଦ୍ଧ ସରିବା ପରେ ମା’ ସୀତାଙ୍କୁ ସାଥୀରେ ନେଇ ଲଙ୍କାରୁ ଫେରିଲେ ପ୍ରଭୁ ଶ୍ରୀରାମ ଓ ଭାଇ ଲକ୍ଷ୍ମଣ । ନନ୍ଦିଗ୍ରାମରେ ପ୍ରଭୁ ରାମଙ୍କ କଠଉ ଧରି ଫେରିବା ବାଟକୁ ଚାହିଁ ରହିଥିଲେ ଭାଇ ଭରତ । ଯୁଦ୍ଧରେ ଜୟ କରି ପ୍ରଭୁ ରାମ ପ୍ରଭୁ ଲକ୍ଷ୍ମଣ ଓ ମାତା ସୀତା ଫେରୁଥିବା ଖବର ଭାଇ ଭରତଙ୍କ ନିକଟରେ ପହଞ୍ଚାଇଲେ ପତିଆରା ହନୁମାନ । ଖବର ପାଇ ଖୁସିରେ ମନ୍ତ୍ରମୁଗ୍ଧ ହୋଇଗଲେ ନଗରବାସୀ । ବନବାସ ସାରି ଫେରୁଥିବା ପ୍ରଭୁଙ୍କୁ ପାଚ୍ଛୋଟି ରାମାଭିଷେକ କରିବାକୁ ଆରମ୍ଭ କରିଦେଲେ ପ୍ରସ୍ତୁତି । ଯଥା ନୀତି ରାମାଭିଷେକ ହେଲା । ଏହା ସହ ଶେଷ ହେଲା ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ସାହିଯାତ ।

ପ୍ରସିଦ୍ଧ ସାହିଯାତର ସର୍ବଶେଷ ପର୍ଯ୍ୟାୟ ଭାବେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ ବଡ଼ଦାଣ୍ଡ ପାଲଟିଥିଲା ନନ୍ଦିଗ୍ରାମ । ଠାକୁରଙ୍କ ନୀତି ପାଇଁ ନିର୍ମାଣ କରାଯାଇଥିଲା ଅସ୍ଥାୟୀ ଗୃହ । ଶ୍ରୀମନ୍ଦିରରୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ଓ ରୁପା କଠଉ ସେଠାରେ ବିଜେ ହୋଇଥିଲେ । ଗୌଡ଼ବାଡ଼ ସାହି ଆଖଡ଼ା ତରଫରୁ ଭରତ, ଶତ୍ରୁଘ୍ନ, ବଶିଷ୍ଠ ଋଷି ଓ ଶ୍ରୀହନୁମାନ ବାହାରିଥିଲେ । ଶ୍ରଦ୍ଧାଳୁଙ୍କ ଗହଣରେ ଠାକୁରଙ୍କ ରାମାଭିଷେକ ନୀତି ସମ୍ପନ୍ନ ହୋଇଥିଲା । 

ପାରମ୍ପରିକ ବାଦ୍ୟର ତାଳେତାଳେ ପୌରାଣିକ ଚରିତ୍ରମାନ ବାହାରି ସାହି ଭ୍ରମଣ କରିଥିଲେ । ଗୌଡ଼ବାଡ଼ ସାହି, ହରଚଣ୍ଡିସାହି, ମଣିକର୍ଣ୍ଣିକା ସାହି ଆଦି ଭ୍ରମଣ କରି  ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଜୟବିଜୟଦ୍ୱାରଠାରେ ପହଞ୍ଚିଥିଲେ । ଖୁଣ୍ଟିଆ ମେକାପ ଭଣ୍ଡାର ଘରୁ ଶ୍ରୀରାମଙ୍କ ରୁପା କଠଉ ଆଣିଥିଲେ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଭରତଙ୍କୁ ଦେଇଥିଲେ । ଶ୍ରୀରାମ, ଦେବୀ ସୀତା, ଶ୍ରୀଲକ୍ଷ୍ମଣ, ଶ୍ରୀଭରତଙ୍କ ସହ ରୁପା କଠଉ, ଶତ୍ରୁଘ୍ନ, ବଶିଷ୍ଠ ୠଷି ଓ ଶ୍ରୀହନୁମାନ ଏକତ୍ରିତ ହୋଇ ପଟୁଆରରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡସ୍ଥିତ ନନ୍ଦିଗ୍ରାମରେ ବିଜେ ହୋଇଥିଲେ । ସେଠାରେ ନୀତି ସାରି ଠାକୁରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମହାଲକ୍ଷ୍ମୀଙ୍କ ଜଗମୋହନଠାରେ ଶ୍ରୀରାମ ବିଜେ ହୋଇ ରାମାଭିଷେକ ନୀତି ସମ୍ପନ୍ନ ହୋଇଥିଲା ।

ଏପଟେ ଗୌଡ଼ବାଡ଼ ସାହିର ବିଭିନ୍ନ ଜାଗା ପକ୍ଷରୁ ଭୁଆସିକ ବାହାରିଥିଲେ । ପାରମ୍ପରିକ ବାଦ୍ୟରେ ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ମୁଗ୍ଧ କରି ଦେଇଥିଲେ । ଅଡ଼ଙ୍ଗତିଆଡ଼ି ଜାଗା, ଖାସ୍‌ ଜାଗା ଓ ଜବାନ ଗଡ଼ ଜାଗା ଆଦି ଅନୁଷ୍ଠାନର ସାଙ୍ଗମାନେ ସାହିଯାତରେ ସାମିଲ ହୋଇଥିଲେ । ନାଗା, କର୍ଣ୍ଣ ଅର୍ଜୁନ, ନୃସିଂହ ମେଢ଼, ଗଣେଶ ମେଢ଼ ସହ ପ୍ରଜ୍ଞାପନ ମେଢ ଆଦି ମଧ୍ୟ ପରିବେଷଣ କରାଯାଇଥିଲା । ଭୁଆସିକମାନେ ଗୌଡ଼ବାଡ଼ ସାହିରୁ ବାହାରି ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହି ହୋଇ ଶ୍ରୀମନ୍ଦିର ପରିକ୍ରମା କରିଥିଲେ । ପରେ ମାର୍କଣ୍ଡେଶ୍ୱର ସାହି ଅନ୍ତର୍ଗତ ଭଗବତୀ କୋଟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରୁ ବାଲିସାହି ହୋଇ ନିଜ ନିଜ ଆସ୍ଥାନକୁ ଫେରିଥିଲେ । ଗୌଡ଼ବାଡ଼ ସାହି ଆଖଡ଼ାର ସଭାପତି ରବିନାରାୟଣ ଗୁରୁ, ସଂପାଦକ ଦାମୋଦର ମହାପାତ୍ର, ସହ ସଂପାଦକ ରଘୁନାଥ ଖୁଣ୍ଟିଆଙ୍କ ସମେତ ଆଖଡ଼ାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.