ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ରେକର୍ଡ ଜିଏସ୍‌ଟି ଆଦାୟ, ଏପ୍ରିଲରେ ମୋଟ ୫୯୦୦ କୋଟିର ଟିକସ ସଂଗ୍ରହ

ନୂଆଦିଲ୍ଲୀ/ଭୁବନେଶ୍ୱର,୦୩/୦୫: ଚଳିତ ଆର୍ଥିକବର୍ଷର ପ୍ରଥମ ମାସରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟରେ ରେକର୍ଡ କରିଛି ରାଜ୍ୟ । ୨୦୨୪ ଏପ୍ରିଲ ମାସରେ ଓଡ଼ିଶା  ସର୍ବାଧିକ ୫୯୦୨.୨୫ କୋଟି ଟଙ୍କାର ମୋଟ ଜିଏସ୍‌ଟି (ସିଜିଏସ୍‌ଟି୍ମଆଇଜିଏସ୍‌ଟି୍ମଓଜିଏସ୍‌ଟି୍ମସେସ୍‌) ଆଦାୟ କରିଥିବା ଜଣାପଡ଼ିଛି । 

ପୂର୍ବବର୍ଷ ସମାନ ସମୟରେ ରାଜ୍ୟ ୫୦୩୫.୭୪ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ କରିଥିଲା । ଏ କ୍ଷେତ୍ରରେ ୧୭.୨୧% ଅଭିବୃଦ୍ଧି ହାସଲ କରିଛି ରାଜ୍ୟ । ତେବେ ସମାନ ଅବଧିରେ ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ରହିଛି ୧୨.୪% । 

ଓଡ଼ିଶା ମଧ୍ୟ ରେକର୍ଡ ରାଜ୍ୟ ଜିଏସ୍‌ଟି(ଓଜିଏସ୍‌ଟି୍ମଆଇଜିଏସ୍‌ଟି ସେଟେଲ୍‌ମେଣ୍ଟ) ଆଦାୟ କରିଛି । ଚଳିତ ଆର୍ଥିକବର୍ଷର ପ୍ରଥମ ମାସରେ ରାଜ୍ୟ ୨୯୯୬.୦୫ କୋଟିର ରାଜ୍ୟ ଜିଏସ୍‌ଟି ଆଦାୟ କରିଛି, ଯାହାକି ୨୦୨୩ ଏପ୍ରିଲରେ ୨୨୫୩.୭୧ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ୩୨.୯୪% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୨୦୮୧.୮୩ କୋଟିର ଓଜିଏସ୍‌ଟି ମଧ୍ୟ ଏଯାବତ ସର୍ବାଧିକ ଓଜିଏସ୍‌ଟି ଆଦାୟ ।

ସରକାରୀ ତଥ୍ୟ ଅନୁସାରେ ୨୦୨୪ ଏପ୍ରିଲରେ ରାଜ୍ୟରେ ୨୩.୧୫ ଲକ୍ଷ ଇ-ୱେ ବିଲ୍‌ ଜାରି ହୋଇଛି । ଏହା ୨୦୨୩ ଏପ୍ରିଲରେ ୨୦.୯୦ ଲକ୍ଷ ଥିଲା । ଏ କ୍ଷେତ୍ରରେ ୧୦.୭୬% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଜାରି ହୋଇଥିବା ୨୩.୧୫ ଲକ୍ଷ ଇ-ୱେ ବିଲ୍‌ ମଧ୍ୟରୁ ୧୨.୩୮ ଲକ୍ଷ ହେଉଛି ଇଣ୍ଟ୍ରା-ଷ୍ଟେଟ୍‌ ଇ-ୱେ ବିଲ୍‌ ଏବଂ ୮.୫୧ ଲକ୍ଷ ହେଉଛି ଇଣ୍ଟର୍‌-ଷ୍ଟେଟ୍‌ ଇ-ୱେ ବିଲ୍‌ । 

 କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଚଳିତବର୍ଷ ଏପ୍ରିଲରେ ଦେଶରେ ରେକର୍ଡ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଏ କ୍ଷେତ୍ରରେ ପ୍ରଥମ ଥର ପାଇଁ ୨ ଲକ୍ଷ କୋଟି ମାଇଲ୍‌ଖୁଣ୍ଟ ପାର୍‌ ହୋଇଛି । ବିଭିନ୍ନ ପ୍ରକାର ରିଫଣ୍ଡ୍‌ ପରେ ନେଟ୍‌ ରାଜସ୍ୱ ଆଦାୟ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି । ଘରୋଇ କାରବାର ଏବଂ ଆମଦାନି ବୃଦ୍ଧି ଯୋଗୁ ମୋଟ ଜିଏସ୍‌ଟି ଆଦାୟରେ ୧୨.୪% ଅଭିବୃଦ୍ଧି ଦେଖିବାକୁ ମିଳିଛି । 

ଏହି ୨.୧୦ ଲକ୍ଷ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ରୀୟ ଜିଏସ୍‌ଟି ପରିମାଣ ୪୩,୮୪୬ କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍‌ଟି ୫୩,୫୩୮ କୋଟି, ସମନ୍ୱିତ ଜିଏସ୍‌ଟି ୯୯,୬୨୩ କୋଟି ଏବଂ କ୍ଷତିପୂରଣ ସେସ୍‌ ବାବଦ ୧୩,୨୬୦ କୋଟି ଟଙ୍କା ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.