ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାକଟପୁରର ବଢେଇ ଛକ ନିକଟରେ ଦୋକାନ ଭିତରକୁ ପଶିଲା କାର, ଜଣେ ଗୁରୁତର

କୋଣାର୍କ,୩/୦୫: କାକଟପୁର ରାସ୍ତାର ବଢେଇ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଏକ କାର ଦୋକାନ ଭିତରକୁ ପଶିଯିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବିକ, ଶୁକ୍ରବାର ମଧ୍ୟାହ୍ନରେ  କୋଣାର୍କ କାକଟପୁର ରାସ୍ତାର ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଗୋପ କୋଣାର୍କ ରାସ୍ତାରେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଫେରାର ହେଉଥିବା ଏକ କାର ବଢେଇ ଛକ ନିକଟରେ ଦୋକାନକୁ  ଭିତରକୁ ପଶିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି  ହୋଇଛନ୍ତି । କାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଗ ଚୂରମାର ହୋଇଯାଇଥିବା ବେଳେ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କୋଣାର୍କ ପୋଲିସ ପହଞ୍ଚି ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.