ଭୁବନେଶ୍ୱର,୧୪/୦୩: ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ । ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।

ଶୁକ୍ରବାର ଝାରସୁଗୁଡ଼ା ଓ ହୀରାଦୁଦରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସମ୍ବଲପୁରରେ ୩୯.୯, ସୁନ୍ଦରଗଡ଼ରେ ୩୯.୫, ରାଉରକେଲା ଓ ବରଗଡ଼ରେ ୩୮.୮, ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୩୮.୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୪.୨ ଓ କଟକରେ ୩୪ ଡିଗ୍ରୀ ତାପମାତ୍ରା ରହିଥିଲା । ଅଧିକାଂଶ ସ୍ଥାନରେ ମଧ୍ୟାହ୍ନରେ ପ୍ରବଳ ଖରା ଓ ତାତି ଅନୁଭୂତ ହୋଇଥିଲା ।

ଅଧିକ ପଢ଼ନ୍ତୁ:- ଇଏ କେମିତିକା ମାଆ ? ୨ ଶିଶୁକନ୍ୟାଙ୍କୁ କୂଅକୁ ଫୋପାଡ଼ି କରିଦେଲା ହତ୍ୟା