ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି

ଭୁବନେଶ୍ୱର,୧୮/୦୪: ଆଗକୁ ଏଭଳି ଅଗ୍ନିବର୍ଷା ଆହୁରି ସାଙ୍ଘାତିକ ହେବ । ସହିବାର ସବୁ ସୀମା ଡେଇଁଯିବ । ଗୁରୁବାର ତାତି ୪୫ ଡିଗ୍ରୀ ଛୁଇଁବ । ଲୋକେ ତ୍ରାହି ତ୍ରାହି ଡାକିବେ । ଆସନ୍ତା ଦୁଇ ଦିନ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ତତଲା ହାୱା ନୁହେଁ, ନିଆଁ ହୁଳା ମାଡ଼ ଭଳି ଅନୁଭବ ହେବ । ଜୀବନ ନେଇଯିବ ଏହି ଭୟଙ୍କର ତାତି । ପାଣିପାଗ ବିଭାଗର ତାଜା ସତର୍କବାଣୀ ଏଭଳି ବିପଦ ଆଡ଼କୁ ଇଙ୍ଗିତ କରିଛି। ସପ୍ତାହ ଆଗରୁ ଗ୍ରୀଷ୍ମପ୍ରବାହ କମିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ କହିଛନ୍ତି । ରାୟଗଡ଼ାରେ ଜଣେ ମହିଳା ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହୁରି ଅନେକ ସ୍ଥାନରୁ ଏଭଳି ଖବର ଆସିଛି । 

ଆଗାମୀ ଦୁଇ ଦିନ ହେବାକୁ ଥିବା ଅତିଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ତିନି ଦିନ ସବୁ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲକୁ ୨୦ ତାରିଖ ପାଇଁ ଛୁଟି ଦିଆଯାଇଛି । ୨୧ ତାରିଖ ରବିବାର ଥିବାରୁ ୨୨ରେ ସ୍କୁଲ ଖୋଲିବ ।

ଗୁରୁବାର ଆକାଶରୁ ନିଆଁବର୍ଷା ହେବ । ବାରିପଦାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ମାଲକାନଗିରି, ବଲାଙ୍ଗୀର, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ନୂଆପଡ଼ାରେ ତାତି ୪୩ ବା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୟଙ୍କର ତାତି ପାଇଁ ଗୁରୁବାର ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟ୍‌ୱେଭ) ଗ୍ରୀଷ୍ମପ୍ରବାହ ବହିପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ବହିବ ।  

୧୯ ତାରିଖରେ ବି ଉତ୍ତପ୍ତ ପିଣ୍ଡ ପାଲଟିବ ପୂରା ଓଡ଼ିଶା । ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ବାରିପଦାରେ ତାତି ୪୫ ଡିଗ୍ରୀ ରହିବ । ନୂଆପଡ଼ା, ଟିଟିଲାଗଡ଼, ସମ୍ବଲପୁର ଓ ଢେଙ୍କାନାଳରେ ତାତି ୪୪ ଡିଗ୍ରୀ ଛୁଇଁବ । ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ରେ ଅତି ଭୀଷଣ(ସିଭିୟର ହିଟ୍‌ୱେଭ) ବହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ୨୦ ଓ ୨୧ ତାରିଖରେ ବି  ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହିଟ୍‌ୱେଭ ରହିବ ।

 ଡ. ପଶୁପାଳକଙ୍କ ଆକଳନ ଅନୁସାରେ, ଏବେ କାଳବୈଶାଖୀ ସମ୍ଭାବନା ଦିଶୁନି ।  ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ପବନ ବହିବ । ଏଥିପାଇଁ ତାତି ଅଧିକ ରହିବ ।  ଗୁରୁବାରଠାରୁ ପଶ୍ଚିମରେ ତାତି ଅଧିକ ବଢ଼ିବ । ଝାରସୁଗୁଡ଼ାରୁ କଳାହାଣ୍ଡି ଓ ପାଖ ଜିଲ୍ଲା ସବୁଠୁ ଅଧିକ ଉତ୍ତପ୍ତ ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ସପ୍ତାହ ଯାଏ ତାତି  ୪୧.୫ ଡିଗ୍ରୀରୁ ୪୪ ଡିଗ୍ରୀ ଭିତରେ ରହିବ । କେବେ କମିବ ସେ ନେଇ ସେ କୌଣସି ଆକଳନ କରିନାହାନ୍ତି । ତେବେ ଭୁବନେଶ୍ୱରରେ ୧୯ ତାରିଖ ଅପରାହ୍ନରେ ପରିଚାଳନାଜନିତ ମେଘ ଯୋଗୁ ତାତି ଉପରମୁହାଁ ହୋଇ ପୁଣି ଖସିଯିବ ।

ବୁଧବାର ତାଳଚେରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା । ନୂଆପଡ଼ାରେ ୪୩, ପାରଳାଖେମୁଣ୍ଡିରେ ୪୨.୮, ଅନୁଗୁଳ ଓ ନୟାଗଡ଼ରେ ୪୨.୭, ବାରିପଦାରେ ୪୨.୬, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୨, ଢେଙ୍କାନାଳରେ ୪୧.୮, ଭୁବନେଶ୍ୱରରେ ୪୧.୭, ଚାନ୍ଦବାଲିରେ ୪୧.୬, କଟକରେ ୪୧.୫ ଡିଗ୍ରୀ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.