ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଜୀବନରେ ସବୁ ପ୍ରକାର ଏକ୍ସପେରିୟନ୍ସ ନେବା ଆବଶ୍ୟକ ’- ନାଗା ଚୈତନ୍ୟ

ନୂଆଦିଲ୍ଲୀ, ୩୦/୪ : ସାଉଥ ଅଭିନେତା ନାଗା ଚୈତନ୍ୟ ଏବଂ ନାଗାର୍ଜୁନଙ୍କ ପୁଅ ପୁଣି ଥରେ ନିଜ ପର୍ସନାଲ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନାଗା ଚୈତନ୍ୟ ନିଜ ଡେଟିଂ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଅଭିନେତା ନିଜ ସମ୍ପର୍କ ଏବଂ ପର୍ସନାଲ ଲାଇଫ ବିଷୟରେ କେବେ କେବେ ଖୋଲି କଥା ହୋଇଛନ୍ତି, କିନ୍ତୁ ସେ କିଛି ବି କହିବାକୁ ଡରି ନ ଥାନ୍ତି । 

ନିକଟରେ ରୋଡିଟରେ ନାଗା ଚୈତନ୍ୟଙ୍କ ଏକ ପୁରୁଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି  । ଯେଉଁଥିରେ ନାଗା କହିଛନ୍ତି କି ସେ ଟୁ ଟାଇମିଂ କରିଥିଲେ । ଅଭିନେତାଙ୍କ ୨୦୧୮ର ଫିଲ୍ମ ଶୈଲଜା ରେଡ୍ଡୀ ଅଲ୍ଲୁଡ୍ଡୁର ପ୍ରମୋଶନ ସମୟରେ ସୁଟ କରାଯାଇଥିବା ଭିଡ଼ିଓରେ ନାଗାଙ୍କୁ ଯେତେବେଳେ ପଚରାଯାଇଥିଲା କି କ’ଣ ସେ ରିଲେଶନସିପରେ କେବେ ବି ‘ଟୁ ଟାଇମିଂ କରିଛନ୍ତି ? ନାଗା ‘ହଁ’ର ପ୍ଲାକାର୍ଡ଼ ଉଠାଇଥିଲେ ଏବଂ କହିଥିଲେ, ପ୍ରତ୍ୟେକଙ୍କ ଜୀବନରେ ସବୁ ଜିନିଷର ଏକ୍ସପେରିୟନ୍ସ କରିବା ଜରୁରୀ । ଯେତେବେଳେ ଆପଣ ବଡ଼ ହେଉଛନ୍ତି ଏବଂ ଆପଣଙ୍କୁ ଜଣାପଡ଼ୁଛି କି, ଠିକ୍ ଅଛି , ମୋତେ ସବୁ ଅନୁଭବ ମିଳି ଯାଇଛି, ଏବେ ସେଟଲ ହେବାର ସମୟ ଆସିଯାଇଛି ।

ପ୍ରକାଶ ଯେ, ନାଗା ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ଅଟନ୍ତି । ସେ ୨୦୧୭‌‌ରେ ସାମନ୍ଥା ରଥ ପ୍ରଭୁଙ୍କୁ ବିବାହ କରିଥିଲେ । ମାତ୍ର ଏହି ଦମ୍ପତ୍ତି ବର୍ଷ ୨୦୨୧ରେ ନିଜ ରାସ୍ତା ଅଲଗା କରିଦେଇଥିଲେ । ଏହାପରେ ୨୦୨୨ରୁ ନାଗା ଶୋଭିତା ଧୁଲିପାଲାଙ୍କୁ ଡେଟ କରିବାର ଚର୍ଚ୍ଚା ହେବାରେ ଲାଗିଛି । କିନ୍ତୁ ଉଭୟେ ଏବେ ପର୍ଯ୍ୟନ୍ତ ନିଜ ସମ୍ପର୍କ ବିଷୟରେ କିଛି କହିନାହାନ୍ତି ।

ନାଗା ଅଦ୍ବେତ ଚନ୍ଦନଙ୍କ ‘ଲାଲ ସିଂହ ଚଢ୍ଢା’ରୁ ବଲିଉଡ଼ରେ ଡେବ୍ୟୁ କରିଛନ୍ତି । ଯେଉଁଥିରେ ଅମିର ଖାନ, କରୀନା କପୁର ଏବଂ ମୋନା ସିଂହ ମୁଖ୍ୟ ଭୂମିକା ନିଭାଇଥିଲେ । ସେ ଶେଷ ଥର ଭେଙ୍କଟ ପ୍ରଭୁଙ୍କ ପିରିୟଡ଼ ଏକ୍ସନ- ଥ୍ରୀଲର ‘କଷ୍ଟଡୀ’ରେ ଦେଖାଯାଇଥିଲେ । ନାଗା ଚୈତନ୍ୟଙ୍କ ଆଗାମୀ ଫିଲ୍ମର ନାଁ ଥଣ୍ଡେଲ ରହିଛି । ଏହି ଫିଲ୍ମର ନିର୍ଦେଶନା ଚନ୍ଦୁ ମୋଣ୍ଡିତ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.