ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଇରଫାନ୍‌ ଖାନଙ୍କ ପରି ବଡ଼ ହୃଦୟବାନ ପୁଅ ବାବିଲ, ବିମାନ ବନ୍ଦରରେ ବ୍ୟକ୍ତିଙ୍କୁ ଦେଲେ ୫୦ ହଜାର ଟଙ୍କା

ମୁମ୍ୱାଇ : ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲା ଖାନ୍‌ ନିଜ ପିତାଙ୍କ ପରି ବଡ଼ ଦିଲ୍‌ୱାଲ। ଯଦିଓ ଇରଫାନ୍‌ ଏହି ଦୁନିଆରେ ନାହାନ୍ତି , କିନ୍ତୁ ବାବିଲଙ୍କୁ ଦେଖି ପ୍ରଶଂସକ ମାନେ ଏହି ଲୋକପ୍ରିୟ ଅଭିନେତାଙ୍କୁ ମନେପକାଉଛନ୍ତି। ଇରଫାନଙ୍କ ନିକଟରେ ଡେଥ୍‌ ଆନିଭର୍ସାରୀ ଥିଲା ଏବଂ ଏହି ଅବସରରେ ବାବିଲା କିଛି ଏମିତି କରିଛନ୍ତି ,ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କୁ ନେଇ ଖୁବ୍‌ ଗର୍ବିତ ଅନୁଭବ କରିଛନ୍ତି। ଖାଲି ଏତିକି ନୁହେଁ ବାବିଲ ନିଜେ ଏହି ବିଷୟରେ କିଛି ଘୋଷଣା କରି ନାହାନ୍ତି କି ଆଉ କାହାକୁ ବି ଏ ବିଷୟରେ କିଛି କହି ନାହାନ୍ତି ଏବଂ ଏବେ ସୋସିଆଲ ମିଡ଼ିଆରେ ଅଭିନେତାଙ୍କର ଖୁବ୍‌ ପ୍ରଶଂସା ହେଉଛି। 

୨-୨ ଟଙ୍କା ଚାନ୍ଦାରେ ତିଆରି ହୋଇଥିଲା ଏହି ଫିଲ୍ମ , ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ହେବ ଏହାର ୱାର୍ଲ୍ଡ ପ୍ରିମିୟର

ଉଲ୍ଲେଖନୀୟ ଯେ, ବାବିଲ ନିକଟରେ ଏକ ଏନଜିଓକୁ ୫୦ ହଜାର ଟଙ୍କା ଡୋନେଟ୍‌ କରିଛନ୍ତି। ବିଶେଷ କଥା ଏହା କି, ବାବିଲ ଯେଉଁ ଦିନ ଏହି ଡୋନେସନ ଦେଇଥିଲେ ,ସେଦିନ ଇରଫାନ ଖାନଙ୍କ ଡେଥ୍‌ ଆନିଭର୍ସରୀ ଥିଲା ଏବଂ ଏସବୁ ପ୍ଲାନ ବି ନଥିଲା। ବାବିଲ ଏୟାରପୋର୍ଟରେ ନଜର ଆସିଥିଲେ ଏବଂ ଏହି ସମୟରେ ଫଟୋ ସାମ୍ୱାଦିକ ତାଙ୍କୁ ଖୋଜୁ ଥିଲେ। ଯେବେ ସେ ବାହାରକୁ ଯାଉଥିଲେ, ସେତେବେଳେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ କହିଲେ ଏନଜିଓ ଚଲାଉଛି। ଏହାପରେ ବାବିଲ ତାଙ୍କୁ ୫୦ ହଜାର ଟଙ୍କା ଦେଲେ।

ଖାଲି ଏତିକି ନୁହେଁ , ଏହି ସମୟରେ ବାବିଲ ଏହା ବି କହିଥିଲେ କି, ତାଙ୍କ ନାଁକୁ ହାଇଲାଇଟ୍‌ କରିବ ନାହିଁ। ବିରଲ ଭୟାନୀଙ୍କ ଦ୍ୱାରା ସେୟାର କରାଯାଇ ଥିବା ଏହି ଭିଡ଼ିଓରେ ସେହି ବ୍ୟକ୍ତି ବି କମେଣ୍ଟ କରିଛନ୍ତି , ଯାହାଙ୍କର ଏନଜିଓ ଅଛି। ସେ ଲେଖିଛନ୍ତି, ଡିୟର ବାବିଲା ଖାନ୍‌। ମୁଁ ଆପଣଙ୍କ ସପୋର୍ଟ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ଆପଣଙ୍କର ଏହି ଉତ୍ତମ କାମ ମୋ ପାଇଁ ବହୁତ ବଡ଼ କଥା। ଆପଣଙ୍କ ଦ୍ୱାରା ଦିଆଯାଇ ଥିବା ୫୦ ହଜାର ଟଙ୍କା ଜଳ ସମସ୍ୟାରେ ଥିବା ଲୋକଙ୍କୁ ସାହାଯ୍ୟ କରିବ। ଏକ ଭଲ ଉଦାହରଣ ହେବା ନେଇ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ସପୋର୍ଟ ଆମକୁ ଆସନ୍ତାକାଲି ପାଇଁ ଏକ ଭଲ ଦିନର ଆଶା ଦେଇଛି। 

ବାବିଲାଙ୍କ ପ୍ରଫେସନ ଲାଇଫ୍‌ କଥା ଯଦି କହିବା ତ ସେ ନିଜ କ୍ୟାରିୟରର ଆରମ୍ଭ ଫିଲ୍ମ’କାଲା’ରୁ କରିଛନ୍ତି। ଯେଉଁଥିରେ ତୃପ୍ତି ଡିମରୀ ଲିଡ୍‌ ରୋଲ୍‌ରେ ଥିଲେ ଏବଂ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଏହାପରେ ସେ ଫ୍ରାଇଡେ ନାଇଟ୍‌ ପ୍ଲାନ୍‌ରେ ନଜର ଆସି ଥିଲେ। ସିରିଜ୍ ଦ ରେଲୱେ ମ୍ୟାନ୍‌ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ଆର୍‌ ମାଧବନ୍‌ , କେକେ ମେନନ , ଜୁହି ଚାୱଲା ଓ ଦିବ୍ୟେନ୍ଦୁ ମଧ୍ୟ ପ୍ରମୁଖ ଚରିତ୍ରରେ ଥିଲେ। ଏବେ ବାବିଲା ଫିଲ୍ମ ଦ ଉମେଶ କ୍ରନିକଲ୍ସରେ ନଜର ଆସିବାକୁ ଯାଉଛନ୍ତି , ଯାହାକୁ ସୁଜିତ ସରକାର ପ୍ରଡ୍ୟୁସ କରୁଛନ୍ତି ଏବଂ ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.