ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଆକାଶରୁ ନିଆଁ ବର୍ଷା: ହିଟ୍ଓ୍ୱେଭ୍ ନେଇ ୩ ସହରକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର ୩୦/୦୪: ରାଜ୍ୟରେ ଅସ୍ୟହ ଗ୍ରୀଷ୍ମ ପ୍ରବାହ ଜାରି। ପ୍ରଚଣ୍ଡ ତାତି କରୁଛି କଲବଲ। ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୬ ଡ଼ିଗ୍ରୀ ଡେଇଁଲା ପାରଦ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିନ୍ ସିଟି ସମେତ ବାଲେଶ୍ବରରେ ସିଭିୟର ହିଟ୍‌ଓ୍ବେଭ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିଭଳି ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ  ଉତ୍ତପ୍ତ ସହର ପାଲଟିଲା ବାଲେଶ୍ବର। ୪୦ ଡିଗ୍ରୀ ଉପରେ ୬ ସହର ତାପମାତ୍ରା ରେକର୍ଡ କରାଯାଇଛି।




ପାଣିପାଗ ବିଭାଗ ସୂଚନା ମୁତାବିକ, ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୩.୬ ଡ଼ିଗ୍ରୀ, ଝାରସୁଗୁଡାରେ ୪୨.୫ ଡ଼ିଗ୍ରୀ, କେନ୍ଦୁଝରରେ ୪୧.୪ ଡ଼ିଗ୍ରୀ,ଚାନ୍ଦବାଲିରେ ୪୧.୨ ଡ଼ିଗ୍ରୀ, ରାଉରକେଲାରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୩୯.୯ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୮ ଡ଼ିଗ୍ରୀ,ପୁରୀରେ ୩୪.୪ ଡ଼ିଗ୍ରୀ,ପାରାଦୀପରେ ୩୩.୬ ଡ଼ିଗ୍ରୀ,ଗୋପାଳପୁରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

  • prameyanews
  • PrameyaOdia
  • prameya
  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.