ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ସଲମାନଙ୍କ ଘର ଉପରକୁ ଫାୟାରିଂ କରିଥିବା ବ୍ୟକ୍ତିଙ୍କ ବଢିଲା ମୁସ୍କିଲ , ଏବେ ଖୋଲିବ ସବୁ ରହସ୍ୟ

ମୁମ୍ୱାଇ : ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ଼ ମାମଲାରେ ଅନେକ ବଡ଼ ରହସ୍ୟର ପର୍ଦ୍ଦାଫାସ୍‌ ହୋଇପାରେ। ଉକ୍ତ ଘଟଣାରେ ସାମିଲ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କହି ରଖୁଛୁ କି, ମୁମ୍ୱାଇର ଏକ ସ୍ୱତନ୍ତ୍ର ଅଦାଲତ ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିମାଡ଼ ଘଟଣା ସମ୍ୱନ୍ଧରେ ଗିରଫ ତିନି ଜଣ ଅଭିଯୁକ୍ତଙ୍କୁ ସୋମବାର ୮ମେ ଯାଏ ପୁଲିସ ହେପାଜତକୁ ପଠାଯାଇଛି। 

ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ(ମକୋକା) ଅଦାଲତର ସ୍ୱତନ୍ତ୍ର ବିଚାରପତି ଏ ଏମ୍‌ ପାଟିଲ୍‌ ଅଭିଯୁକ୍ତ ଭିକ୍କି ଗୁପ୍ତା(୨୪), ସାଗର ପାଲ (୨୧) ଓ ଅନୁଜ ଥାପନ (୩୨)କୁ ପୁଲିସ ହେପାଜତକୁ ଓ ସୋନୁ କୁମାର ଚନ୍ଦର ବିଷ୍ଣୋଇ (୩୭)କୁ ଚିକିତ୍ସା ଆଧାରରେ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।

ଏହାପରେ ମକୋକାର ଅପରାଧର ସାମ୍ନା କରୁଥିବା ଜଣେ ବ୍ୟକ୍ତି ମାମଲାରେ ସରକାରୀ ସାକ୍ଷୀ ହେବାକୁ ଇଚ୍ଛା ବ୍ୟକ୍ତି  କରିଛନ୍ତି। ମୁମ୍ୱାଇ ଅପରାଧ ଶାଖାର ସୂତ୍ର ମଙ୍ଗଳବାର ଏହି ସୂଚନା ଦେଇଛି। ଦୋଷୀଙ୍କର ପରିଚୟର ଖୁଲାସା ନକରି ସୂତ୍ର କହିଛି ୧୪ ଅପ୍ରେଲର ଫାୟାରିଂ ମାମଲାରେ ଗିରଫ କରାଯାଇଛି ଏବଂ ମକୋକା ଅନୁସାରେ , ଅଭିଯୋଗର ସାମ୍ନା କରୁଥିବା ଲୋକଙ୍କ ମଧ୍ୟରେ ଜଣେ ସରକାରୀ ସାକ୍ଷୀ ହେବାର ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏହି ଅନୁସାରେ ଆବଶ୍ୟକ ଆଇନ୍‌ ପ୍ରକ୍ରିୟା ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.