ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ବିଜେପି ଛାଡ଼ିଲେ ଅମୀୟ ଦାଶ, ଦଳୀୟ ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର ୩୦/୪: ବିଜେପିକୁ ବାଏ ବାଏ କଲେ ଭୁବନେଶ୍ବର ଏକାମ୍ରର ବିଜେପି ନେତା ଅମୀୟ ଦାଶ। ନିଜ ଇସ୍ତଫା ପତ୍ର ଦଳୀୟ ସଭାପତିଙ୍କ ପଠାଇଛନ୍ତି।  ଏବେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ଦୁଇ ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଅମୀୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକସଭା କ୍ଷେତ୍ରର ବିଜେପି ପ୍ରଭାରୀ ଦାୟିତ୍ବରେ ଥିଲେ । ହେଲେ ସେ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । 

ଚଳିତ ନିର୍ବାଚନ ପାଇଁ ଏକାମ୍ର ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନର ଜିଲ୍ଲା ସଭାପତି ବାବୁ ସିଂ ଟିକେଟ୍‌ ପାଇଛନ୍ତି। ଏକାମ୍ରରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଏବେ ମୁଖ୍ୟ ବିରୋଧୀ ହୋଇଛି । ୨୦୦୯ ମସିହାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ୧୩ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୪ରେ ଅମୀୟ ଦାଶ ୨୬ ପ୍ରତିଶତ ଭୋଟ୍‌ ପାଇଥିଲେ। ତେ‌ବେ ୨୦୧୯ ମସିହାରେ ଅମୀୟ ଦାଶ ସଂଗଠନ କରି ବିଜେପିରୁ ନିର୍ବାଚନ ଲଢିବାକୁ ହେବାକୁ ସବୁ ଯୋଜନା କରିଥିଲେ। ୫ବର୍ଷ ଦିନରାତି ଏକ କରି ସଂଗଠନ କରିଥିଲେ। ହେଲେ ବାବୁ ସିଂକୁ ଦଳକୁ ଆଣି ଦଳର ନେତା ବାବୁ ସିଂଙ୍କୁ ଭୋଟ ଦେଇଥିଲେ । ଫଳରେ ଅମୀୟ ଚୁପ୍‌ ବସିଥିଲେ । ଯାହା ଫଳରେ ବିଜେଡ଼ିରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହଜରେ ବିଜୟ ହୋଇଥିଲା । ଏଥର ବିଜେପି ଦଳ ପୁଣି ବାବୁ ସିଂଙ୍କୁ ଟିକେଟ୍‌ ଦେବା ପରେ ଅମୀୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଅମୀୟ କୁହନ୍ତି ଛୋଟ ବେଳୁ ଆର୍‌ଏସ୍‌ଏସ୍‌ରେ କାମ କରି ୩୫ବର୍ଷ ରାଜ ମନ୍ଦିର ଆନ୍ଦୋଳନରେ ସାମିଲ ଥିଲୁ। ଦଳ ସକ୍ରିୟ ନଥିବା ବେଳେ ୬ବର୍ଷ ଜିଲ୍ଲା ସଭାପତି ରହି ଦଳକୁ ମଜବୁତ କରିବାରେ ବହୁ କାର୍ଯ୍ୟ କରାଯାଇଛି । ତେବେ ଦଳରୁ ଇସ୍ତଫା ସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଇସ୍ତଫା ଦଳର ରାଜ୍ୟ ସଭାପତିଙ୍କୁ ପଠାଇ ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.