ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱରରେ ନାମାଙ୍କନ ପାଇଁ ଅଣାୟତ୍ତ ହେବ ସ୍ଥିତି, ଉପଜିଲ୍ଲାପାଳ ଅଫିସରେ ଅଣନିଃଶ୍ୱାସୀ ସ୍ଥିତି ଉପୁଜିବା ଆଶଙ୍କା

ଭୁବନେଶ୍ୱର,୩୦/୦୪: ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସ୍‌ ସମ୍ମୁଖ ସରୁ ରାସ୍ତାରେ ଶତାଧିକ ବାଇକ୍‌ ପାର୍କିଂ ହେଉଛି । ଅଫିସ ଭିତରେ ନୋଟାରି ବସିଛନ୍ତି । ପାହାଚ ଅନ୍ଧାର । ଅଫିସ ପରିସର ବି ସୀମିତ । ଏହି ଅଫିସରେ ୩ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବ । ତେଣୁ ନାମାଙ୍କନ ସମୟରେ ଏକ ସଙ୍ଗେ ପ୍ରାର୍ଥୀ, କର୍ମୀ, ମିଡିଆ, ପୁଲିସ ଏତେ ଲୋକଙ୍କୁ ଏଠାରେ ଜାଗା ହେବ ତ । ପୂରା ଉପଜିଲ୍ଲାପାଳ ଅଫିସରେ ଅଣନିଃଶ୍ୱାସୀ ସ୍ଥିତି ଉପୁଜିବ ।

ସୋମବାରଠୁ ବିଦ୍ଧିବଦ୍ଧ ଭାବେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଦିନ ଫାଙ୍କା ଥିଲା । ମଙ୍ଗଳବାରଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଉଭୟ ବିଜେଡି, ବିଜେପି, କଂଗ୍ରେସ ଏବଂ ଆପ୍‌ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିବାକୁ ସଜବାଜ ହେଉଛନ୍ତି ।  

ଉପଜିଲ୍ଲାପାଳ ଅଫିସରେ ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ବ୍ୟବସ୍ଥା ହୋଇଛି । ସେହି ଗୋଟିଏ କୋଠା ତହସିଲ ଅଫିସରେ ମଧ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ନାମାଙ୍କନ ଭରିବେ । ଗୋଟିଏ ସିଢିରେ ୩ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଯିବାଆସିବା କରିବେ । ତେଣୁ ଠେଲାପେଲା ସ୍ଥିତି ଉପୁଜିବାର ଆଶଙ୍କା ଅଛି ।

ଜୟଦେବ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବ୍ଲକ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ହଜାର ହଜାର କର୍ମୀ ବିରାଟ ଶୋଭାଯାତ୍ରାରେ ଆସିବେ । ଉପ ଜିଲ୍ଲାପାଳ ଅଫିସ ସେହି ରାସ୍ତାରେ ପଡୁଥିବାରୁ ଅନ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଶୋଭାଯାତ୍ରାରେ ଆସିବାବେଳେ ସମସ୍ୟା ସୃଷ୍ଟି ହେବ ।

ସେହିପରି ୩ ତାରିଖରେ ଏକାମ୍ର ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ଶୋଭାଯାତ୍ରାରେ ଆସି ସେମାନେ ଶକ୍ତି ପ୍ରଦର୍ଶନ କରିବେ । ସମୟ ଭିନ୍ନ ଥିଲେ ମଧ୍ୟ ନାମାଙ୍କନ ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ପ୍ରାର୍ଥୀମାନେ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରିବେ । ତେଣୁ ଯଦି ଉଭୟ ଦଳର କର୍ମୀ ଶୋଭାଯାତ୍ରାରେ ମୁହାଁମୁହିଁ ହେବେ, ତେବେ କିଏ ଦାୟୀ ରହିବ । ସୋମବାର ପୁରୀରେ ପ୍ରାର୍ଥିପତ୍ର ଦାଖଲ ବେଳେ ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା ।

ଜଟଣୀ ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବ୍ୟବସ୍ଥା କରାଯାଇଛି । ରାଲି ବେଳେ ପାୱାର ହାଉସ ପଟୁ ଆସୁଥିବା ରାଲି ପାଇଁ ଟ୍ରାଫିକ୍‌ ଜାମ ରହିବ । ସେହିପରି ମାଉସୀ ମା ମନ୍ଦିର ପାଖରୁ ରାଲି ସୁଡା ଗଳି ଦେଇ ଉପଜିଲ୍ଲାପାଳଙ୍କ ଅଫିସକୁ ଯିବ । ଏପଟେ ଜୟଦେବ ରାଲି କଳ୍ପନା ଛକ ପଟୁ ଆସିଲେ ସ୍ଥିତି ଏକ ପ୍ରକାର ଅଣାୟତଃ ହେବ । ଏ ପରିସ୍ଥିତିରେ ପଲଟିକାଲ ଟ୍ରିଫିକ୍‌ ଉପୁଜିବ । ସେଥିରେ ପୁଣି କୋର୍ଟ ଖୋଲା ରହୁଥିବାରୁ ଜାମ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.