ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

WGC ରିପୋର୍ଟ; ଚଳିତ ବର୍ଷ ୩୦% ମହଙ୍ଗା ସୁନା, ଭାଙ୍ଗିଲା ୧୦ ବର୍ଷର ରେକର୍ଡ

Published By : Ankita S | December 14, 2024 11:15 AM

ନୂଆଦିଲ୍ଲୀ,୧୪/୧୨: ସୁନା ସଉକ ଥିବା ଲୋକଙ୍କୁ ନିରାଶ କରିବା ପରି ଖବର ଆସିଛି । ଚଳିତବର୍ଷ ଦେଶରେ କାହିଁକି ସୁନା ଦର ହୁ ହୁ ହୋଇ ବଢୁଛି ତାହା ଜଣାପଡିଛି । ୨୦୨୪ରେ ୩୦% ମହଙ୍ଗା ହୋଇଛି ସୁନା । ଯାହା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ବିଶ୍ବ ସୁନା ପରିଷଦ (ଡବ୍ଲୁଜିସି) ସଦ୍ୟ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଡବ୍ଲୁଜିସି ରିପୋର୍ଟ ଅନୁସାରେ ଚଳିତ ବର୍ଷ ସୁନା ମୂଲ୍ୟରେ ଗ୍ରାମ ପିଛା ୭,୩୦୦ ଟଙ୍କା ବୃଦ୍ଧି ଘଟିଛି । ସାରା ବିଶ୍ବରେ ସୁନା ମୂଲ୍ୟରେ ବୃଦ୍ଧି ମୁଖ୍ୟତ ଭାବେ ସାରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କରେ ନିବେଶକଙ୍କର କ୍ରୟ ଯୋଗୁଁ ଆସିଥିବା ବିଶ୍ବ ସୁନା ପରିଷଦ ରିପୋର୍ଟରେ କୁହାଯାଇଛି । 

ଡବ୍ଲୁଜିସି ଅନୁସାରେ, ୨୦୨୫ ସୁନା ପାଇଁ ସକାରତ୍ମକ ହେବ । ୨୦୨୪ ପରି ୨୦୨୫ରେ ସୁନା ଦରରେ ଏତେମାତ୍ରରେ ବୃଦ୍ଧି ଦେଖିବାକୁ ମିଳିବ ନାହିଁ । ଯଦିବି ବଢିବ ତେବେ ତାହା ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତିର ପ୍ରଭାବ ଜରିଆରେ ଦେଖିବାକୁ ମିଳିବ । ୨୦୨୫ ପର୍ଯ୍ୟନ୍ତ ସୁନାର ମୂଲ୍ୟ ପ୍ରତି ଆଉନ୍ସ ପିଛା ୧୫୦ ଡଲାରରେ ପହଞ୍ଚିବ । ଯାହାର ବର୍ତ୍ତମାନ ସ୍ତର ଅପେକ୍ଷା ହାରାହାରି ୧୭ ପ୍ରତିଶତ ଅଧିକ । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ପ୍ରତି ଆଉନ୍ସ ପିଛା ହାରାହାରି ୨୭ ହଜାର ଡଲାର ରହିଛି । ଏ ନେଇ ଭାରତୀୟ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୦ ହଜାର ଅତିକ୍ରମ କରିଛି । ଚଳିତ ବର୍ଷ ସୁନା ୩୦% ମହଙ୍ଗା ହୋଇଛି ଯାହା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଦ୍ଧିତ ଦର ଧନୀ ଲୋକଙ୍କ ପାଇଁ ଚିନ୍ତାଜନକ ନଥିଲେ ବି ସାଧାରଣ ଲୋକଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି । ସୁନା କିଣିବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.