ନୂଆଦିଲ୍ଲୀ,୧୯।୩: ଭାରତୀୟ କ୍ରିକେଟ ଟିମ୍ ହେଡ୍ କୋଚ୍ ଗୌତମ ଗମ୍ଭୀର ଥରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଥାକୁ ଏଭଳି କାଟିଥିଲେ ଯେ, ସାଂସଦ ଏବେ ବି ତାହା ମନେ ରଖିଛନ୍ତି। ଗମ୍ଭୀରଙ୍କ ସହ କଥାବାର୍ତ୍ତାରେ ଥରୁର ଥରେ ସଞ୍ଜୁ ସାମସନଙ୍କୁ ପ୍ରଶଂସା କରି କହିଥିଲେ ସେ ପରବର୍ତ୍ତୀ ଧୋନି ହେବେ। ଗମ୍ଭୀର ତୁରନ୍ତ ଉତ୍ତର ଦେଇଥିଲେ, ‘ସଞ୍ଜୁ ନିଜେ ହିଁ ନିଜ ଭିତରେ ସ୍ୱତନ୍ତ୍ର; ସେ କେବଳ ସଞ୍ଜୁ। ତାଙ୍କୁ ଦ୍ୱିତୀୟ ଧୋନି ହେବାର ଦରକାର ନାହି।’
ପିଟିଆଇ ସହ ଏକ ସାକ୍ଷାତକାରେ ଗମ୍ଭୀରଙ୍କ ସହ ହୋଇଥିବା ଏହି କଥାକୁ ଥରୁର ଦୋହରାଇଥିଲେ। ସେ ନିକଟରେ ସରିଥିବା ଟି-୨୦ ବିଶ୍ବକପ୍ ଚମ୍ପିଆନ୍ ବେଳେ ସାମସନଙ୍କ ସୁନ୍ଦର ଖେଳକୁ ପ୍ରଶଂସା କରିଥିଲେ। l ସେ କହିଛନ୍ତି, କ୍ଲବ କ୍ରିକେଟର ଭାବରେ ତାଙ୍କ କ୍ୟାରିୟର ଆରମ୍ଭରୁ ସେ ଦେଖି ଆସୁଛନ୍ତି ଏବଂ ସମର୍ଥନ କରନ୍ତି। କ୍ରିକେଟର ଭାବରେ ତାଙ୍କର ଏହି ଉପଲବ୍ଧିକୁ ନେଇ ସେ ଗର୍ବିତ।’
VIDEO | PTI EXCLUSIVE: Congress MP from Thiruvananthapuram Shashi Tharoor (@ShashiTharoor), speaking about Indian cricketer Sanju Samson, says, "I feel tremendous pride. I first met him when he was 14, a young club cricketer with a big smile and immense talent, already excelling… pic.twitter.com/LSPZgQRelG
— Press Trust of India (@PTI_News) March 19, 2026
କଂଗ୍ରେସ ସାଂସଦ ଥରୁର ହେଉଛନ୍ତି ସାମସନଙ୍କ ବଡ଼ ଫ୍ୟାନ୍। ସେ ତାଙ୍କୁ ସେବେଠୁ ଜାଣନ୍ତି ଯେତେବେଳେ ସେ କ୍ଲବ କ୍ରିକେଟ ଖେଳୁଥିଲେ।ଏବେ ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର। ଟି-୨୦ ବିଶ୍ବକପ୍ ୨୦୨୬ ରେ ପ୍ଲେୟାରଅପ୍ ଦ ଟୁର୍ଣ୍ଣାମେଣ୍ଟ ରହି ସାରିଛନ୍ତି। କ୍ବାଟରଫାଇନାଲ,ସେମି ଫାଇନାଲ ଏବଂ ଫାଇନାଲରେ କ୍ରମଶଃ ଯେ, ଅପରାଜିତ ୯୭,୮୯ ଏବଂ ୮୯ ରନ୍ ଇନିଂସ ଖେଳିଥିଳେ। ସଞ୍ଜୁଙ୍କ ଏହି ସଫଳତାକୁ ନେଇ ଥରୁର କହିଛନ୍ତି ମୁଁ ତାଙ୍କୁ ନେଇ ଗର୍ବିତ।
ଥରୁର କହିଛନ୍ତି, ସଞ୍ଜୁଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ମୁଁ ତାଙ୍କୁ ଦେଖିଥିଲି। ସେ ଯୁବ କ୍ଲବ କ୍ରିକେଟର ଥିଲେ। ପତଳା ଦେଖାଯାଉଥିଲେ ବି ଶରୀରରେ ଖୁବ୍ ଶକ୍ତି ଥିଲା। ତାଙ୍କ ଭିତରେ ଭରି ରହିଥିଲା ଖୁବ୍ ପ୍ରତିଭା। ସେତେବେଳେ ସେ ଓ୍ବିକେଟ କିପିଂ ସହ ବ୍ୟାଟିଂ ବି କରୁଥିଲେ।’ ମୁଁ ତାଙ୍କୁ ସେତେବେଳେ କହିଥିଲି ସେ ପରବର୍ତ୍ତୀ ଧୋନି ହେବେ। ବହୁ ବର୍ଷ ପରେ ଯେତେବେଳେ ମୁଁ ସେହି କଥାକୁ ଦୋହରାଇଲି ମୋର ବନ୍ଧୁ ଗୌତମ ଗମ୍ଭୀର କହିଥିଲେ, ନା ନା,ତାଙ୍କୁ ଦ୍ୱିତୀୟ ଧୋନି ହେବାର ଦରକାର ନାହିଁ, ସେ ନିଜ ଭିତରେ ନିଜେ ସ୍ୱତନ୍ତ୍ର। ସେ କେବଳ ବାସ୍ ସଞ୍ଜୁ ସାମସନ୍ ହିଁ ରହିବେ। ଏହା ଏବେ ପୁରା ଠିକ୍ ପ୍ରମାଣିତ ହେଲା।’
ଥରୁର ଆହୁରି କହିଛନ୍ତି, ଯେତେବେଳେ ମୁଁ ତାଙ୍କ ସୁଖ-ଦୁଃଖରେ,କଠିନ ସମୟରେ ଥିଲି ମୋତେ ଲାଗୁଥିଲା ସେ ଯଦି ନିଜକୁ ସମ୍ଭାଳି ନେବେ ତେବେ ସବୁକିଛି ଫେରି ପାଇବେ। ତାଙ୍କ ଭିତରେ ସବୁବେଳେ ପ୍ରତିଭା ଭରି ରହିଥିଲା। ଟି-୨୦ ବିଶ୍ବକପ୍ରେ ଯେତେବେଳେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବା ଆରମ୍ଭ କରିଥିଲେ,ମୁଁ ତାଙ୍କ ଆଖିରେ କିଛି ଏଭଳି ଦେଖିଥିଲି,ଯେଉଁଥି ପାଇଁ ସେତେବେଳେ ହିଁ କହିଥିଲି ଆଜି ଏ ପିଲା ଆଉଟ୍ ହେବନି।’ ତାଙ୍କ ଆଖିରେଓ ଚେହେରାରେ ମୁଁଅଦ୍ଭୁତ ଆତ୍ମବିଶ୍ବାସ ଦେଖିଥିଲି। ଆଉ ସେୟା ହିଁ ହେଲା ସେ ୯୭ ରନ୍ କରି ନଟ୍ ଆଉଟ୍ ଥିଲେ। ପରେ ବି ମୁଁ ତାଙ୍କୁ ଏହି କଥା କହିଥିଲି। କାରଣ ମୁଁ ତାଙ୍କୁ ଟିଭିରେ ଦେଖୁଥିଲି।’
ଆହୁରି ପଢନ୍ତୁ: ଚାମ୍ପିଅନ୍ସ ଟ୍ରଫି ଏବଂ ଟି-୨୦ ବିଶ୍ୱକପ ଜିତିବା ପରେ ବିସିସିଆଇ ଆଗରେ ଅଜିତ ଅଗରକରଙ୍କ ଦାବି,କହିଲେ ୨୦୨୭ ଯାଏଁ...