ନୂଆଦିଲ୍ଲୀ,୨୦/୦୧: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ସରିଛି । ଏବେ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଆଉ କେବେ ମୈଦାନକୁ ଓହ୍ଲାଇବେ ରୋହିତ ଶର୍ମା ଏବଂ ବିରାଟ କୋହଲି ? କେବେ ରୋ-କୋଙ୍କୁ ନୀଳ ଜର୍ସିରେ ଦେଖିବାକୁ ମିଳିବ ? ଗତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ-କୋହଲି ଦିନିକିଆ ସିରିଜ୍ ଖେଳିଥିଲେ ଫ୍ୟାନ୍ସଙ୍କ ବଡ଼ ଆଶ୍ୱସ୍ତି ମିଳିଥିଲା । ଏହାପୂର୍ବରୁ ପ୍ରାୟ ୭ ମାସ ହେବ ଦୁହିଁଙ୍କୁ ପଡ଼ିଆରେ ଦେଖିବାକୁ ମିଳିନଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରଜ୍ ପରେ ପୁଣି ଥରେ ଫ୍ୟାନ୍ସଙ୍କୁ ରୋ-କୋଙ୍କୁ ଦେଖିବାକୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ । ଅର୍ଥାତ ୬ ମାସରେ ରୋ-କୋ ମୈଦାନକୁ ଓହ୍ଲାଇବେ ।
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ଚମକିଲେ, ରୋହିତ ଫିକା- ଗତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ରୋହିତ ନ୍ୟୁଜିଲାଣ୍ଡି ବିପକ୍ଷରେ ଖେଳିଥିଲେ । ନିରାଶ କରିଥିଲେ ହିଟମ୍ୟାନ । ରୋହିତ ୩ ମ୍ୟାଚରେ ମାତ୍ର ୬୧ ରନ୍ କରିଥିଲେ । କୋହଲିଙ୍କର ବିରାଟ ଚମକ ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚରେ ୯୩, ଦ୍ୱିତୀୟ ମ୍ୟାଚରେ ୨୩ ଏବଂ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ସାହାସିକ ଶତକ ହାସଲ କରିଥିଲେ । ୧୨୪ ରନର ବିସ୍ଫୋରକ ପାଳି ଖେଳିଥିଲେ । ଏବେ ପ୍ରଶ୍ନ ରୋହିତ-କୋହଲି ଭାରତ ପାଇଁ କେବେ ଖେଳିବେ ?
ନ୍ୟୁଜିଲାଣ୍ଡ ପରେ କାହା ସହିତ ଭାରତର ପରବର୍ତ୍ତୀ ଦିନିକିଆ- ଭାରତୀୟ କ୍ରିକେଟ ଟିମ୍ର ଦୁଇ ଅଭିଜ୍ଞ, ଷ୍ଟାର ପ୍ଲେୟାର ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଦିନିକିଆ ଏଣ୍ଟ୍ରୀ ଜୁନ ୨୦୨୬ରେ ହେବ । ଏଫଟିଆଇ ବା ଫ୍ୟୁଚର ଟୁର୍ ଅନୁସାରେ ଆଫଗାନ୍ତିସ୍ତାନ ଭାରତ ଗସ୍ତରେ ଆସିବ । ଯେଉଁଥିରେ ଗୋଟିଏ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ । ବର୍ତ୍ତମାନ ସିଡ୍ୟୁଲ ଘୋଷଣା ହୋଇନାହିଁ ମାତ୍ର ସିରିଜ୍ ଖେଳାଯିବାର ସମ୍ଭାବନା ରହିଛି । କାରଣ ଭାରତ ପାଖିରେ ଏସିଆ ଦଳ ସହିତ ଅଧିକ ଦ୍ୱିପାକ୍ଷିକ ବିକଳ୍ପ ନାହିଁ । ଏହା ପରେ ଭାରତ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ । ଜୁଲାଇ ୧୪ରୁ ଦିନିକିଆ ସିରିଜ ଖେଳିବ ।
ଏହା ବି ପଢନ୍ତୁ...'ଆଉ ଆଗକୁ ବଢିପାରିବି ନାହିଁ'; ଅବସର ନିଶ୍ଚିତ କଲେ ଅଲିମ୍ପିକ୍ସ ପଦକ ବିଜେତା ସାଇନା ନେହ୍ୱାଲ
ଭାରତର ଦିନିକିଆ ସୂଚୀ (୨୦୨୫-୨୬) ଭାରତ ଜୁନ୍ ୨୦୨୬ରେ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ମୈଦାନରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହାପରେ ୨୦୨୬ ଜୁଲାଇରେ ଇଂଲଣ୍ଡ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ସେପ୍ଟେମ୍ବର-ଅକ୍ଟୋବର ୨୦୨୬ରେ ୱେଷ୍ଟଇଣ୍ଡିଜ ଟିମ୍ ଭାରତ ଆସିବ । ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ଏହା ପରେ ଅକ୍ଟୋବର-ନଭେମ୍ବର ୨୦୨୬ରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ୩ ଦିନିକିଆ ମ୍ୟାଚ ଖେଳିବ । ବର୍ଷର ଶେଷରେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ମ୍ୟାଚ ଖେଳିବ । ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଏହା ଭାରତ ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ହେବ ।