ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପାଇଁ ୭୫ ଦିନ ପ୍ରତୀକ୍ଷା କାହିଁକି ? ଜାଣନ୍ତୁ କାରଣ...

Published By : Prameya | November 7, 2024 8:12 AM

ୱାଶିଂଟନ୍‌,୦୭/ ୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ବୁଧବାର ମୋଟାମୋଟି ଭାବେ ସ୍ପଷ୍ଟ ହୋଇଥିଲେ ବି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ  ହିଁ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ଏହି ୭୫ ଦିନ  ମଧ୍ୟରେ ବିଭିନ୍ନ ଔପଚାରିକତା ସମ୍ପନ୍ନ ହେବ । ଶପଥ ପାଇଁ ଦୀର୍ଘ ଦିନ ଲାଗିବା ପଛରେ କାରଣ ରହିଛି । ଆମେରିକାକୁ ୧୭୭୬ରେ ସ୍ୱାଧୀନତା  ପ୍ରାପ୍ତ ହୋଇଥିଲା । ସେ ସମୟରେ ଅଧିକାଂଶ ଲୋକ ଦୂରଦୂରାନ୍ତ ଅଞ୍ଚଳରେ  ବାସ କରୁଥିଲେ । ଦୁର୍ଗମ ଅଞ୍ଚଳ ଯୋଗୁ ଯାତାୟାତ ଦୁରୂହ ଥିଲା । 

ନିର୍ବାଚନ  ପରେ ଭୋଟ ଗଣତି, ଇଲେକ୍ଟରଙ୍କ ବୈଠକ, କଂଗ୍ରେସ ପର୍ଯ୍ୟନ୍ତ ଭୋଟ  ପହଞ୍ଚାଇବାରେ ଅଧିକ ସମୟ ଲାଗୁଥିଲା । ତେଣୁ ଭୋଟିଂରୁ ଶପଥ ଗ୍ରହଣ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ରଖାଯାଇଥିଲା । ପ୍ରାରମ୍ଭିକ ସମୟରେ ଏହି  ବ୍ୟବଧାନ ଆହୁରି ଅଧିକ ଥିଲା । ୧୭୮୯ରେ ପ୍ରଥମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ  ଏପ୍ରିଲ ୩୦ରୁ ହୋଇଥିଲା । ଦ୍ୱିତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୧୭୯୩  ମାର୍ଚ୍ଚ ୪ରୁ ଆରମ୍ଭ ହୋଇଥିଲା ଏବଂ ଏହା ପରମ୍ପରା ହୋଇଯାଇଥିଲା ।  

ନଭେମ୍ବରରେ ନିର୍ବାଚନ ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ  ହେଉଥିଲା । କ୍ୟାବିନେଟ ଗଠନ ଲାଗି ଏତେ ସମୟର ଆବଶ୍ୟକତା ନ  ଥିଲା । ତେଣୁ ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି ରୁଜଭେଲ୍ଟଙ୍କ ଶପଥ  ଗ୍ରହଣ ପୂର୍ବରୁ ବିଂଶତମ ସମ୍ବିଧାନ ସଂଶୋଧନ ଜରିଆରେ ଜାନୁଆରୀ  ୨୦କୁ ନୂଆ କାର୍ଯ୍ୟକାଳର ଆରମ୍ଭ ତାରିଖ ଧାର୍ଯ୍ୟ ହୋଇଥିଲା । ୨୦୧୩ରେ  ବାରାକ୍‌ ଓବାମା ନିଜ କାର୍ଯ୍ୟକାଳ ଜାନୁଆରୀ ୨୧ ସୋମବାରରୁ ଆରମ୍ଭ  କରିଥିଲେ । ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡ୍ୱାଇଟ ଡି ଆଇଜନହାୱର ଏବଂ  ରୋନାଲ୍ଡ ରିଗନ୍‌ ମଧ୍ୟ ଜାନୁଆରୀ ୨୧ରୁ କାର୍ଯ୍ୟଭାର ସମ୍ଭାଳିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.