ପ୍ରମୂଖ ଖବର
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

କାହିଁକି ମୁମ୍ବାଇ ଛାଡ଼ିଲେ ଯଶ୍ବସୀ ଜୈସ୍ବାଲ ? ସାମ୍ନାକୁ ଆସିଲା ଅସଲ କାରଣ

Published By : Ankita S | April 5, 2025 9:29 AM

ନୂଆଦିଲ୍ଲୀ,୦୫/୦୪:  ଭାରତୀୟ କ୍ରିକେଟ ଦଳର ଯୁବ ଓପନର ଯଶସ୍ବୀ ଜୈସ୍ବାଲ ହଠାତ୍ ମୁମ୍ବାଇ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସିଜନରେ ଗୋଆ ପକ୍ଷରୁ ଖେଳିବେ ଜୈସ୍ୱାଲ ।  ମୁମ୍ବାଇ କ୍ରିକେଟ୍‌ ସଂଘ ପକ୍ଷରୁ ତାଙ୍କୁ ଏନ୍‌ଓସି ମିଳି ସାରିଛି । ୨୦୨୫-୨୬ ସିଜନରେ ସେ ଗୋଆ ଦଳରୁ ଘରୋଇ କ୍ରିକେଟରେ ନେତୃତ୍ବ ନେବେ ବୋଲି ଜଣାପଡ଼ିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜୈସ୍ୱାଲ ହଠାତ୍ ଏମିତି କାହିଁକି ନିଷ୍ପତ୍ତି ନେଲେ ? ମୁମ୍ବାଇ ଭଳି ଦଳ ଛାଡ଼ି ଗୋଆ କାହିଁକି ଯିବେ ? ଏଭଳି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ ହୋଇନାହିଁ । ହେଲେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଇପିଏଲ ଭିତରେ ଖବର ଆସେ ମୁମ୍ବାଇ ଛାଡ଼ିବେ ଟେଷ୍ଟ ଓପନର ଯଶସ୍ବୀ ଜୈସ୍ବାଲ । କାରଣ ପ୍ରଶ୍ନ ଘେରରେ ରହିଥିବା ବେଳେ ସୋସିଆଲ ମଡ଼ିଆରେ ଏକ ପୁରୁଣା ଭିଡ଼ିଆ ଘୁରି ବୁଲୁଛି । ସେଥିରେ ଦେଖିବାକୁ ମିଳିଛି କି,ବିଶୃଙ୍ଖଳିତ ଆଚରଣ ପାଇଁ ଅଧିନାୟକ ଅଜିଙ୍କ୍ୟ ରାହାଣେ ଜୈସ୍ୱାଲଙ୍କୁ ପଡ଼ିଆରୁ ବାହାର କରୁଛନ୍ତି । ୨୦୨୨ ଦୁଲିପ ଟ୍ରଫି ଫାଇନାଲ । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଚାଲିଥାଏ ମ୍ୟାଚ । ପଶ୍ଚିମାଞ୍ଚଳରେ ରାହାଣେଙ୍କ ନେତୃତ୍ୱରେ ଜୈସ୍ୱାଲ ଖେଳୁଥିଲେ । ଦକ୍ଷିଣାଞ୍ଚଳ ବ୍ୟାଟିଂ କରୁଥାଏ । 

ବ୍ୟାଟର ଟି. ରବି ତେଜା ବ୍ୟାଟିଂ କରୁଥିଲେ । ସିଲି ମିଡ୍‌ ଅଫ୍‌ରେ ଫିଲ୍ଡିଂ କରୁଥାନ୍ତି ଜୈସ୍ୱାଲ । ଜେତାଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ସ୍ଲେଜିଂ କରୁଥାନ୍ତି ଜୈସ୍ୱାଲ । ଫଳରେ ଦୁଇ ଖେଳାଳି ୫୦ତମ ଓଭରରେ ମୁହାଁମୁହିଁ ହୋଇଥିଲେ । ରାହାଣେ ଏଥିରେ ହସ୍ତକ୍ଷେପ କରି ଜୈସ୍ୱାଲଙ୍କୁ ଶାନ୍ତ କରାଇଥିଲେ । ଅମ୍ପାୟାର ଆସି ଚେତାବନୀ ମଧ୍ୟ ଦେଲେ । ଏହା ପରେ ବି ଜୈସ୍ୱାଲ ସ୍ଲେଜିଂ ଜାରି ରଖିଥିଲେ । ଶେଷରେ ବାଧ୍ୟ ହୋଇ ରାହାଣେ ଚରମ ନିଷ୍ପତ୍ତି ନେଇଥିଲେ । ସେ ଜୈସ୍ୱାଲଙ୍କୁ ପଡ଼ିଆରୁ ବାହାର କରି ଦେଇଥିଲେ ।  ନିରାଶ ହୋଇ ଫେରିଥିଲେ ଜୈସ୍ୱାଲ ।

ଅଧିକ ପଢନ୍ତୁ...ମୁମ୍ବାଇ ଛାଡ଼ିଲେ ଯଶସ୍ୱୀ ଜୈସ୍ୱାଲ୍‌, ଏଣିକି ଗୋଆରୁ ଖେଳିବେ ଘରୋଇ କ୍ରିକେଟ

ପୁଣି ୬୫ତମ ଓଭରରେ ପଡ଼ିଆକୁ ଫେରିବାକୁ ଅନୁମତି ପାଇଥିଲେ । କିନ୍ତୁ ଏ ବହୁ ପୁରୁଣା ଘଟଣା । ଏହା ସହ ବର୍ତ୍ତମାନର କୌଣସି ସଂପର୍କ ନାହିଁ । କିନ୍ତୁ ଏହି କାରଣ ପାଇଁ ହୁଏତ ଜୈସ୍ୱାଲ ମୁମ୍ବାଇ ଛଡ଼଼ିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରଣଜୀରେ ଗୋଆ ଏଲିଟ ବର୍ଗକୁ ଉନ୍ନୀତ ହୋଇଛି । ମୁମ୍ବାଇ ଛାଡ଼ିବା ପ୍ରଶ୍ନରେ ଗୋଆ ତାଙ୍କୁ ଅଫର ଦେଇଥିବା କହିଥିଲେ ଜୈସ୍ବାଲ । ସେପଟେ ଜୈସ୍ୱାଲଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିବ ବୋଲି କହିଛନ୍ତି ଗୋଆ କ୍ରିକେଟ୍‌ ସଂଘର ପୂର୍ବତନ ସମ୍ପାଦକ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.