ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆପଣ ବି ରାତିସାରା ଓ୍ୱାଇଫାଇ ଚଳାଇବା ଅଭ୍ୟାସ ରଖିଛନ୍ତି କି? ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ...

Published By : Anindita Ratha | January 17, 2025 10:55 AM

ନୂଆଦିଲ୍ଲୀ ,୧୭/୦୧: ଏବେ ଚାଲିଛି  ସ୍ମାର୍ଟଫୋନର  ଯୁଗ। ଯେଉଁଥିପାଇଁ  ବହୁଳ ବ୍ୟବହାର କରାଯାଉଛି ଇଣ୍ଟରନେଟ୍‌ର।  ଯାହାକୁ ନେଇ ଓ୍ବାଇଫାଇର ବ୍ୟବହାର ମଧ୍ୟ ବଢିଛି । ଏହା ଏମିତି ଏକ ସେବା ଯାହା ୨୪ ଘଣ୍ଟା ଇଣ୍ଟରନେଟ ଉପଲବ୍ଧ କରାଏ। ଏନେଇ ଅଧିକାଂଶ ଲୋକ ନିଜ ଘରେ ଲଗାଇଛନ୍ତି  ଓ୍ବାଇଫାଇ ରାଉଟର ମେସିନ । ହେଲେ  ଓ୍ବାଇଫାଇ ରାଉଟରକୁ ନେଇ ନ୍ୟାଶନାଲ ହେଲଥ ଲାଇବ୍ରେରୀ ପକ୍ଷରୁ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ ।  ଓ୍ବାଇଫାଇର ରାଉଟର୍‌ରୁ ରେଡ଼ିଓ  ତରଙ୍ଗ ବାହାରୁଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତରଙ୍ଗ  ସମ୍ପର୍କରେ ଆସିଲେ ମଣିଷର ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ରିପୋର୍ଟ ଜଣାପଡିଛି । ନିକଟରେ  ୩୪ ବର୍ଷୀୟ ୫ ଜଣ ଯୁବକ ଓ୍ବାଇଫାଇ ରାଉଟର ପାଖେ ୫ ରାତି ବିତାଇଥିଲେ । 

ଏହି ସମୟରେ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ଏଥିଯୋଗୁଁ ସେମାନଙ୍କ ଠାରେ ଅନିଦ୍ରା ସମସ୍ୟା ଦେଖାଯାଇଥିଲା । କେବଳ ସେତିକି ନୁହେଁ ରାତି ସାରା ଓ୍ବାଇଫାଇ ଅନ କରି ରଖିବା ଦ୍ବାରା ଏଥିରୁ ବାହାରୁଥିବା କ୍ଷତିକାରକ  ବିକିରଣ ମନୁଷ୍ୟ ଉପରେ ପ୍ରଭାବ ପକାଇପାରେ । ଏହାଦ୍ବାରା ଥକ୍କାପଣ, ନିଦ ନ ହେବା,ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିବା ଯୋଗୁଁ ମୁଣ୍ଡବିନ୍ଧା, ମୁଣ୍ଡ ଘୁରାଇବା,ମାନସିକ ଚାପ ଆଦି ସମସ୍ୟା ହୋଇପାରେ । ଓ୍ବାଇଫାଇ ନେଟଓ୍ବର୍କ ସହିତ ସଂଯୋଗ ସ୍ମାର୍ଟଫୋନ, ଲ୍ୟାପଟପ୍ ଏବଂ ଅନ୍ୟାନ୍ୟ ଉପକରଣରୁ ଉତ୍ପନ ହେଉଥିବା ଚୁମ୍ବକୀୟ ତରଙ୍ଗ ମନୁଷ୍ୟ ସ୍ବାସ୍ଥ୍ୟକୁ ବିଗାଡ଼ିପାରେ। ଫଳରେ ଉଚ୍ଚ ରକ୍ତଚାପ, ହୃଦ ସମ୍ବନ୍ଧୀୟ ସମସ୍ୟା ହେବା ସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିପାରେ । ଏଥିରୁ ସୁରକ୍ଷା ପାଇବା ପାଇଁ ରାତିରେ ଶୋଇବା ସମୟରେ  ରାଉଟକୁ ବନ୍ଦ କରିବା ଅଭ୍ୟାସ ରଖିବା ଭଲ । ଯଦି ସ୍ମାର୍ଟଫୋନ ବ୍ୟବହାର କରୁଥାନ୍ତି ତେବେ ସୋଇବା ସମୟପେ ଇଣ୍ଟରନେଟ ଅଫ୍ କରିବା ଆବଶ୍ୟକ। ସେହିଭଳି ଓ୍ବାଇଫାଇ ରାଉଟରକୁ ଶୟନ କକ୍ଷରୁ ଦୂରରେ ରଖିବା ଆାବଶ୍ୟକ । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.