କେନ୍ଦ୍ରାପଡ଼ା, ୧୪/୦୫ : ରଖେ ହରି ତ ମାରେ କିଏ ? ଏହି ଉକ୍ତିଟି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଛବି ପାତ୍ରଙ୍କ ପାଇଁ ଖୁବ୍ ପ୍ରଯୁଜ୍ୟ। ନଦୀରେ ବାସନ ମାଜୁଥିବା ବେଳେ ଛବିଙ୍କୁ ଟାଣି ନେଇଥିଲା କୁମ୍ଭୀର। ଭାଗ୍ୟ ଜୋର ଥିବାରୁ ସେ କୁମ୍ଭୀର ମୁହଁରୁ ଖସି ଆସିଛନ୍ତି। ମହାକାଳପଡ଼ା ଜଙ୍ଗଲଘେରୀ ଗାଁର ଛବି ପାତ୍ର କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ଛବି ପାତ୍ର ଗୁରୁବାର ଗାଁ ନିକଟ ରାମଚଣ୍ଡି ଗଳିଆ ନଦୀରେ ବାସନ ମାଜୁଥିଲେ। ଏତିକି ବେଳେ ଏକ କୁମ୍ଭୀର ହଠାତ୍ ତାଙ୍କର ପେଟ ଓ ହାତକୁ କାମୁଡି ପାଣି ଭିତରକୁ ଟାଣି ନେଇଥିଲା। କୁମ୍ଭୀର ଟାଣିନେବା ସମୟରେ ମହିଳା ଜଣଙ୍କ ଛାଟିପିଟି ହୋଇ କୁମ୍ଭୀର ମୁହଁରୁ ଖସି ଆସିଥିଲେ। ଗୁରୁତର ଆହାତ ମହିଳାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଭାରରେ ଛପାଲି - ରାମନଗର ମୁଖ୍ୟା ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ଖବରପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ପହଁଚି ମହିଳାଙ୍କୁ ପୋଲିସ ଭ୍ୟାନରେ ବସାଇ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଏହି ଖବରଟିକୁ ପଢନ୍ତୁGovernment EV plan : ରାଜ୍ୟରେ ସବୁ ସରକାରୀ ଗାଡ଼ି ହେବ ଇଭି, ପ୍ରତିଷ୍ଠା ହେବ ୧୦୦ ଚାର୍ଜିଂ ଷ୍ଟେସନ