ନୂଆଦିଲ୍ଲୀ,୧୫/୦୭: ପ୍ରେମ, ପ୍ରତାରଣା ଆଉ ହତ୍ୟା । ମନେ ହେଉଛି ଏହା ଯେମିତି ସାଧାରଣ ହୋଗଲାଣି । କେଉଁଠି ସ୍ୱାମୀ ସ୍ତ୍ରୀକୁ ମାରିଲାଣି ତ କେଉଁଠି ସ୍ତ୍ରୀ ସ୍ୱାମୀକୁ । ନୀଳ ଡ୍ରମ ହତ୍ୟାକାଣ୍ଡଠୁ ନେଇ ଶୌଚାଳୟରେ ସ୍ୱାମୀର ମୃତଦେହ ପୋତି ଦେବା ଘଟଣା ମନରେ ଆତଙ୍କ ଖେଳାଇଦିଏ । ମହାରାଷ୍ଟ୍ରର କେତନ ଅଗ୍ରୱାଲଙ୍କୁ ତାଙ୍କ ଭାବିପତ୍ନୀ ସିୟା ହତ୍ୟା କରିଥିବା ଅଭିଯୋଗ ଭିତରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।  ଅଟୋ ଡ୍ରାଇଭର ପ୍ରେମରେ ପଡ଼ି ସ୍ୱାମୀକୁ ମାରିଦେଲା । ୩ ଖଣ୍ଡ କରି ଜଙ୍ଗଲେ ଫିଙ୍ଗିଦେଲେ ସ୍ତ୍ରୀ ଓ ତାର ପ୍ରେମିକ ।  ୧୧ ମାସ ପୂର୍ବେ ଘଟିଥିବା ଏକ ଭୟଙ୍କର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ନଭି ମୁମ୍ବାଇ ପୁଲିସ୍ ।

ମହାରାଷ୍ଟ୍ରରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ପ୍ରାୟ ଗୋଟିଏ ବର୍ଷ ପରେ, ଏହି ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ପୁଲିସ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ପୁଲିସ କହିଛି ଯେ, ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ମୃତକଙ୍କ ଭାଇ ତାଙ୍କ ନିଖୋଜ ହେବା ଉପରେ ସନ୍ଦେହ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲା ଗତ ବର୍ଷ ଅଗଷ୍ଟ ମାସର । ସୂଚନା ଅନୁଯାୟୀ, ବଳିରାମ ସୂର୍ଯ୍ୟନାଥ କୁଶୱାହା ତାଙ୍କ ପତ୍ନୀ ସୁନୀତା ଏବଂ ଦୁଇ ପିଲାଙ୍କ ସହିତ ନଭି ମୁମ୍ବାଇର ଏରୋଲିରେ ରହୁଥିଲେ। ଏହି ସମୟରେ ସୁନୀତାଙ୍କର ଜଣେ ଅଟୋ-ରିକ୍ସା ଚାଳକ ରାହୁଲ ଦଶରଥ ପ୍ରଜାପତିଙ୍କ ସହିତ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ ଯେତେବେଳେ ବଳିରାମ ଏହି ସମ୍ପର୍କ ବିଷୟରେ ଜାଣିପାରି ଏହାକୁ ବିରୋଧ କଲେ, ସେତେବେଳେ ଦୁହେଁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ । ୨୦୨୫ ମସିହା ଅଗଷ୍ଟ ୯ ତାରିଖରେ ରାତିରେ ପିଲାମାନଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇବା ପରେ, ସୁନିତା ତାଙ୍କ ପ୍ରେମିକଙ୍କ ସହ ମିଶି ବଳିରାମଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲ। 

ମୃତଦେହକୁ ଖଣ୍ଡ ଖଣ୍ଡ କରି ପିଙ୍ଗି ଦେଲେ-  ଅପରାଧର ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ, ସେମାନେ ତାଙ୍କ ଶରୀରକୁ ୩ ଖଣ୍ଡରେ କାଟି, ଶରୀରର ଅବଶେଷକୁ ବସ୍ତାରେ ଗୁଡ଼ାଇ ପ୍ରଜାପତିଙ୍କ ଅଟୋ-ରିକ୍ସାରେ ଗାୱଲି ଦେବ ପାହାଡ଼ର ଜଙ୍ଗଲକୁ ନେଇ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ପରେ ସୁନିତା ଘରଟି ଭଡା ନେଇ ତାଙ୍କ ପିଲାମାନଙ୍କ ସହିତ ନଭି ମୁମ୍ବାଇର ଘନସୋଲିକୁ ଚାଲିଗଲେ । ସେହି ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଏହି ଘଟଣାଟି ଲୁଚି ରହିଥିଲା । ବଳିରାମଙ୍କ ଭାଇ ସୁନିତାଙ୍କୁ ଦେଖା କରିବା ସମୟରେ ସେ ତାଙ୍କ ଭାଇଙ୍କ ହଠାତ୍ ନିଖୋଜ ହେବା ବିଷୟରେ ପ୍ରଶ୍ନ ପଚାରିଲେ ।

ଏହା ବି ପଢନ୍ତୁ...Landlords Right vs. Live-in Couples: ଲିଭ୍-ଇନ୍ ରିଲେସନସିପ୍ ଓ ଭଡ଼ା ଘର : ଆଇନ ଅନୁସାରେ କ’ଣ ରହିଛି ନିୟମ ?  

ମୃତକଙ୍କ ଭାଇ ସନ୍ଦେହ କରିଥିଲେ- ସୁନିତା ଏହାକୁ ଏଡାଇ ଯିବାକୁ ଲାଗିଲେ, ଏବଂ ମୃତକଙ୍କ ଭାଇ ସନ୍ଦେହ କଲେ । ସେ ଥାନାରେ ଅଭିଯୋଗ ଦାୟର କଲେ, ଏବଂ ତଦନ୍ତରେ ସତ ସାମ୍ନାକୁ ଆସିଲା । ପୁଲିସ କହିଛି ଯେ, ଅଭିଯୁକ୍ତ ଅପରାଧ ଲୁଚାଇବାକୁ ପ୍ରାୟତଃ ସେମାନଙ୍କର ଫୋନ୍ ଏବଂ ସିମ୍ କାର୍ଡ ପରିବର୍ତ୍ତନ କରୁଥିଲେ । ପଚରାଉଚରା ସମୟରେ, ଉଭୟ ଅପରାଧ ସ୍ୱୀକାର କରିଥିଲେ । ପୁଲିସ୍ ସେମାନଙ୍କୁ ଗିରଫ କରିଛି । ପୁଲିସ ଘନ ଗାୱଲି ଦେବ ଜଙ୍ଗଲରୁ ମୃତକଙ୍କ କିଛି ଶରୀର ଅଂଶ ଉଦ୍ଧାର କରିଛି ଏବଂ ଶରୀରର ଅବଶିଷ୍ଟ ଅଂଶ ଖୋଜାଖୋଜି ଜାରି ରଖିଛି । ଦୁହେଁଙ୍କୁ ୭ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି କୋର୍ଟ ।​​​​​​​