ନିଶ୍ଚିନ୍ତକୋଇଲି,୧୨/୧୧: କଟକ ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମରେ ବାଣ ବିସ୍ଫୋରଣ। ଫଳରେ ଜଣେ ମହିଳା ଗୁରୁତର । ଗୁରୁତର ମହିଳା ଜଣକ ୩୩ ବର୍ଷୀୟ ପ୍ରଭାସିନୀ ମଳିକ ବୋଲି ଜଣାପଡିଛି। ସୂଚନା ମୁତାବକ, କଟକ ନତକାଇ ଗ୍ରାମର ଜଣାଶୁଣା ବାଣ କାରିଗର ଭାଗ୍ୟଧର ମଳିକଙ୍କ ଘରେ ଆଜି ମଧ୍ୟାହ୍ନରେ ଆକସ୍ମିକ ଭାବେ ବାଣ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ପ୍ରଭାସିନୀ ମଳିକ ଗୁରୁତର ଭାବେ ଆହତ ହୋଇଥିଲେ। ଏନେଇ ତାଙ୍କୁ ସଂକଟପନ୍ନ ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଦେହର ୭୫ ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।