ପୁରୀ,୨୪/୧୦: ପୁରୀରେ  ବାତ୍ୟା ‘ଦାନା’ର ବଡ଼ ପ୍ରଭାବ ପଡ଼ିବା  ଆଶଙ୍କା ଥିବାରୁ ୨୫ ତାରିଖରେ ତାଳବଣିଆ  ଇଣ୍ଡୋର ଷ୍ଟାଡିୟମଠାରେ ସେନା ପକ୍ଷରୁ  ହେବାକୁ ଥିବା ମହିଳା ଅଗ୍ନିବୀର ନିଯୁକ୍ତି  ରାଲିକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ  ୨୭ ତାରିଖରେ ଏହି ନିଯୁକ୍ତି ରାଲି ହେବ ।  ଯେଉଁଥିରେ ଓଡିଶା, ପଶ୍ଚିମବଙ୍ଗ ଓ ସିକିମର  ଆବେଦନକାରୀମାନେ ଯୋଗଦେଇପାରିବେ ।  ପ୍ରତିଯାଗୀମାନେ ୨୭ ତାରିଖ ଭୋର ୩ ଘଟିକା  ସୁଦ୍ଧା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ  ରିପୋର୍ଟ କରିବାକୁ ଆର୍ମି ରିକ୍ୟୁଟିମେଣ୍ଟ  ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।