ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରୋଜଗାର ଦେଉଛି ମିଲେଟ୍‌ କାଫେ, ପ୍ରତି ମାସରେ ବିକ୍ରି ହେଉଛି ୩ କ୍ୱିଣ୍ଟାଲ ମୁଡ଼କି/କୁରୁମା

Published By : Rasmita Pradhan | October 16, 2024 1:46 PM

ଭୁବନେଶ୍ୱର,୧୬/୧୦ : ଓଡ଼ିଶାରୁ ଆମେରିକା ସବୁଠି ମାଣ୍ଡିଆର ଚର୍ଚ୍ଚା। କିଏ ମାଣ୍ଡିଆ ମୁଡ଼ୁକି ମାଗୁଛନ୍ତି ତ ଆଉ କିଏ ମାଣ୍ଡିଆ ପୋଡ଼ ପିଠା ଖାଇବାକୁ ପାଗଳ। ଏବେ ମାଣ୍ଡିଆର ଭେଜ୍‌/ନନ୍‌ ଭେଜ୍‌ ବିରିୟାନି ଏବଂ ମାଣ୍ଡିଆ କେକ୍‌ ଖାଇବାକୁ ବି ପସନ୍ଦ କରୁଛନ୍ତି ଅନେକ । ମାଣ୍ଡିଆର ଲୋକପ୍ରିୟତା ଦେଖି ସବୁ ଫାଷ୍ଟଫୁଡ୍‌ରେ ଦିଆଯାଉଛି ମାଣ୍ଡିଆର ଛୁଙ୍କ । ଲୋକଙ୍କ ଆବଶ୍ୟକତାକୁ ଦେଖି ଗଢ଼ି ଉଠୁଛି ମିଲେଟ୍‌ କାଫେ । ବେଶ୍‌ ରୋଜଗାର ବି ହେଉଛି । ଏହା ଉପରେ ନିର୍ଭର କରୁଥିବା ମହିଳା ଆତ୍ମନିର୍ଭରଶୀଳ ହେଉଛନ୍ତି । ରାଧାରାଣୀ ଏସ୍‌ଏଚ୍‌ଜି ଦ୍ୱାରା ବରମୁଣ୍ଡାରେ ଥିବା ମିଲେଟ୍‌ ଶକ୍ତି କାଫେ ମଧ୍ୟ ବେଶ ଲୋକପ୍ରିୟ ହୋଇଛି । ଗ୍ରାହକଙ୍କ ମନପସନ୍ଦର ମିଲେଟ୍‌ ଖାଦ୍ୟ ପରିଷିବାରେ ସଫଳ ହୋଇପାରିଛି । 

ମାର୍ଚ୍ଚ ୧ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତରେ ରାଧାରାଣୀ ଏସ୍‌ଏଚ୍‌ଜି ଦ୍ୱାରା ଏହି ମିଲେଟ୍‌ ଶକ୍ତି କାଫେ ଆରମ୍ଭ ହୋଇଥିଲା । ସେହି ମାସରେ ୩ ଲକ୍ଷ ଟଙ୍କାର ବେପାର ହୋଇଥିଲା । ଏହାପରେ ପ୍ରତିମାସରେ ୩ରୁ ୪ଲକ୍ଷ ଟଙ୍କାର ବିକ୍ରି ହେଉଛି । ଏହି ଏସ୍‌ଏଚ୍‌ଜି ଅଧୀନରେ ୭ଟି ଗ୍ରୁପର ୨୫ରୁ ଅଧିକ ମହିଳା କାମ କରୁଛନ୍ତି । ସେମାନେ ମାସିକ ୫ରୁ ୧୦ହଜାର ପର୍ଯ୍ୟନ୍ତ ଲାଭ ପାଉଛନ୍ତି । ଏହି କାଫେରେ ୫୦ ପ୍ରକାରରୁ ଅଧିକ ଭେରାଇଟିର ଖାଦ୍ୟ ବିକ୍ରି ହେଉଛି । ଯାହା ୧୦ଟଙ୍କାରୁ ଆରମ୍ଭ ହୋଇ ୧୫୦ଟଙ୍କା ଯାଏ ରହିଛି । ମିଲେଟ୍‌ ଆଳୁ ଚପ୍‌, ଦହିବରା, ମିଲେଟ୍‌ ବିରିୟାନି, ଚିକେନ୍‌ ପକୋଡ଼ା ସହ ଚାଉମିନ୍‌ର ବହୁତ ଚାହିଦା ରହିଛି । ଏହି ସବୁ ଖାଦ୍ୟ ଅଧିକ ପରିମାଣରେ ବିକ୍ରି ମଧ୍ୟ ହେଉଛି । ମିଲେଟ୍‌ରୁ ପ୍ରସ୍ତୁତ ମୁଡ୍‌କି ଓ କୁରୁମା ଅଧିକ ବ୍ରିକି ହେଉଛି । ଏହି ଏସ୍‌ଏଚ୍‌ଜି ଗ୍ରୁପ ଏ ୨ଟି ସାମଗ୍ରୀ ମାସକୁ ୩କ୍ୱିଣ୍ଟାଲରୁ ଅଧିକ ବିକ୍ରି କରୁଛନ୍ତି । 

ସହରରେ ମିଲେଟ୍‌ ମୁଡ଼୍‌କି ଓ କୁରୁମାର ଚାହିଦା ମଧ୍ୟ ବହୁ ଅଧିକ ରହିଛି । ଏହା କେଜି ପିଛା ୨୫୦ରୁ ୩୫୦ ଭିତରେ ରହିଛି ବୋଲି ପୂର୍ଣ୍ଣିମା ବେହେରା କହିଛନ୍ତି । ମିଲେଟ୍‌ କପ୍‌ କେକ୍‌ର ଚାହିଦା ମଧ୍ୟ ଅଧିକ ରହିଛି । ଏହାର ଦାମ୍‌ ୨୦ରୁ ୩୦ଟଙ୍କା ରହିଛି । ଜନ୍ମଦିନ ପାଇଁ ମଧ୍ୟ ମିଲେଟ୍‌ କେକ୍‌ ପ୍ରସ୍ତୁତ କରୁଛନ୍ତି । ଏହି କେକ୍‌ର ବେସ୍‌ ମାଣ୍ଡିଆର । ସରକାରୀ କାର୍ଯ୍ୟକ୍ରମ ଏବଂ ଜନ୍ମଦିନ ପାଇଁ ବହୁ ବରାଦ ଆସୁଛି । ଏହି କେକ୍‌ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଦାମ୍‌ ଅଧିକ ହେଲେ ମଧ୍ୟ କିଣିବାକୁ ପସନ୍ଦ କରୁଛନ୍ତି ଯୁବପିଢ଼ି । ଏହି ଏସ୍‌ଏଚ୍‌ଜି ସଂଘର ସମ୍ପାଦିକା ଦେବଜାନୀ ଦାସ କୁହନ୍ତି, ମିଲେଟ୍‌ ଲସିର ମଧ୍ୟ ବହୁତ ଚାହିଦା ରହିଛି । ରାତିରେ ମାଣ୍ଡିଆକୁ ରାନ୍ଧି ଜାଉ କରାଯାଇ ରଖାଯାଏ । ସକାଳୁ ଦହି, ଡ୍ରାଏଫ୍ରୁଟ, ଗୁଡ଼ ପାଉଡର, ରାବିଡ଼ି ମିଶାଯାଇ ଲୋକଙ୍କୁ ପରଷା ଯାଉଛି । ଗ୍ରାହକଙ୍କ ଆଗ୍ରହକୁ ନଜରରେ ରଖି ଆହୁରି ୧୦ପ୍ରକାରରୁ ଅଧିକ ଆଇଟମ୍‌ ଏହି କାଫେରେ ସାମିଲ ମଧ୍ୟ କରିବାକୁ ଯୋଜନା ରଖାଯାଇଛି । 

ଏହି କାଫେର କର୍ମକର୍ତ୍ତାମାନେ କହିଥିଲେ, ମାଣ୍ଡିଆ ତଥା ମିଲେଟ୍‌ କିଛି ନିର୍ଦ୍ଦିଷ୍ଟ ଜିନିଷରେ ସୀମିତ ରହିଯାଇଛି । ଏହାକୁ ନେଇ ଅଧିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇପାରନ୍ତା, କିନ୍ତୁ ହେଉନାହିଁ । ଯେଉଁ ହିସାବରେ ମିଲେଟ୍‌ ଲୋକାଦୃତ ହେବାରେ ଲାଗିଛି ସେହି ପରିମାଣରେ ବିଭିନ୍ନ ଭେରାଇଟିର ଜିନିଷ ମିଳୁନାହିଁ । ମିଲେଟ୍‌ ଚୁଡ଼ା ଲୋକ ଖୋଜୁଛନ୍ତି, ହେଲେ ତାହାର ପ୍ରୋସେସିଂ ୟୁନିଟ୍‌ ନାହିଁ । ଏଥିପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଓଡ଼ିଶାରେ ମିଲେଟ୍‌କୁ ନେଇ ଏତେ ପରିମାଣରେ ପ୍ରଚାର ପ୍ରସାର ହେଉଛି । କିନ୍ତୁ ଏଥିରୁ ଅଧିକ ଉତ୍ପାଦ ନିର୍ମାଣ କରିବାକୁ ସେମିତି ଓଡ଼ିଶା ସରାକରଙ୍କ ତରଫରୁ ବ୍ୟବସ୍ଥା ନଥିବା ପ୍ରକାଶ କରିଥିଲେ । ମିଲେଟ୍‌ ମୁଢ଼ି ଅନ୍ୟ ରାଜ୍ୟରେ ମିଳୁଛି । ହେଲେ ଓଡ଼ିଶାରେ ମୁଢ଼ି ପାଇଁ ମେସିନ୍‌ ବସିନାହିଁ । ବାହାରୁ ମଗାଇବା ଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ ଏବେ ବଡ଼ ସମସ୍ୟା ପ୍ୟାକେଜିଂକୁ ନେଇ ହେଉଛି । ମିଲେଟ୍‌ ସାମଗ୍ରୀ ରଖିବା ଲାଗି ୧୦୦ଏମ୍‌.ଏମ୍‌ ପେପର୍‌ ବ୍ୟାଗ୍‌ ଦରକାର । କିନ୍ତୁ ଏହି ପେପର୍‌ ବ୍ୟାଗ୍‌ ଓଡ଼ିଶାରେ କେଉଁଠି ମିଳୁନାହିଁ । ଫଳରେ ବେଙ୍ଗାଲୁରୁରୁ ମଗାଯାଉଛି । ଏହି ପେପର୍‌ ବ୍ୟାଗ୍‌ର ଦାମ୍‌ ୯ଟଙ୍କା ରହୁଥିବା ବେଳେ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ୧୭ଟଙ୍କା ପାଖାପାଖି ପଡ଼ି ଯାଉଛି । ଯଦି ଓଡ଼ିଶାରେ ଏହି ବ୍ୟାଗ୍‌ ପ୍ରସ୍ତୁତ ହୁଅନ୍ତା ତାହାଲେ ଦାମ୍‌ ବହୁତ କମ୍‌ ହୁଅନ୍ତା । ମିଲେଟ୍‌ ମାଧ୍ୟମରେ ବିଭିନ୍ନ ଉପାୟରେ ଲୋକ ରୋଜଗାରକ୍ଷମ ହୋଇପାରିବେ । ଏଥିପାଇଁ ଆହୁରି ତାଲିମର ଆବଶ୍ୟକତା ଥିବା ସେ ପ୍ରକାଶ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.