ପ୍ରମୁଖ ଖବର
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ବିଶ୍ୱ ପୁସ୍ତକ ଦିବସ, ଏ ବର୍ଷର ଥିମ ‘ତୁମ ମାର୍ଗରେ ପଠନ କର’

ନୂଆଦିଲ୍ଲୀ ୨୩/୦୪: ବିଶ୍ୱ ପୁସ୍ତକ ଓ କପିରାଇଟ୍‌ ଦିବସ ସାଧାରଣତଃ ବିଶ୍ୱ ପୁସ୍ତକ  ଦିବସ ବା ଅନ୍ତର୍ଜାତୀୟ ପୁସ୍ତକ ଦିବସ ନାମରେ ଖ୍ୟାତ । ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ  ୨୩ ତାରିଖରେ ଏହା ପାଳିତ ହୁଏ । ପୁସ୍ତକ ବଣ୍ଟନ ଓ ନୂଆ  ପୁସ୍ତକ ପଠନକୁ ଏହି ଦିବସ ଗୁରୁତ୍ୱ ଦିଏ । ପୁସ୍ତକ ଲିଖନ,  ପଠନ, ଅନୁବାଦ, ପ୍ରକାଶନ ଓ କପିରାଇଟ୍‌ର ସୁଫଳକୁ  ସମଗ୍ର ବିଶ୍ୱରେ ପ୍ରୋତ୍ସାହିତ କରିବା ଏହି ଦିବସର ଲକ୍ଷ୍ୟ ।  

ୟୁନେସ୍କୋ ଦ୍ୱାରା ପ୍ରତି ବର୍ଷ ଆୟୋଜିତ ଏହି ଦିବସ ପ୍ରଥମେ  ୧୯୯୫ ମସିହା ଏପ୍ରିଲ ୨୩ ତାରିଖରେ ପାଳିତ ହୋଇଥିଲା । ଏହି ଦିନ ପ୍ରସିଦ୍ଧ ସାହିତ୍ୟିକ ଯଥା- ୱିଲିୟମ୍‌ ସେକ୍ସପିୟର, ମିଗୁଏଲ ସରଭାଣ୍ଟେସ୍‌ ଓ ଇନ୍‌କା ଗାର୍‌ସିଲାସୋ ଡି ଲା ଭେଗାଙ୍କ  ଦେହାନ୍ତ ହୋଇଥିଲା । ସେମାନଙ୍କ ସମ୍ମାନାର୍ଥେ ଏହି ଦିନକୁ ବିଶ୍ୱ  ପୁସ୍ତକ ଓ କପିରାଇଟ୍‌ ଦିବସ ଭାବେ ପାଳନ କରିବାକୁ ଚୟନ  କରାଗଲା । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ତୁମ ମାର୍ଗରେ ପଠନ କର ।’ ଆନନ୍ଦ ଓ ପ୍ରେରଣାର ସ୍ରୋତ ଭାବେ  ପଠନର ଗୁରୁତ୍ୱକୁ ଏହା ପ୍ରଦର୍ଶନ କରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.