ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିପଦରେ ଚାକିରି ! କୋର୍‌ ଟିମ୍‌ରୁ ୨୦୦ କର୍ମଚାରୀଙ୍କୁ ବିଦା କଲା ଗୁଗଲ୍‌

ଓ୍ବାଶିଂଟନ ଡିସି: ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ୍ ଏବଂ ବଡ଼ ଟେକ୍‌ କମ୍ପାନି ଗୁଗଲ ପୁଣି ଛଟେଇ କରିଛି । ଏଥର କମ୍ପାନି ନିଜର କୋର୍‌ ଟିମରୁ ୨୦୦ କର୍ମଚାରୀଙ୍କୁ ବିଦା କରିଛି । ପ୍ରଥମ ତ୍ରୈମାସିକ ରିପୋର୍ଟ ଆସିବା ପୂର୍ବରୁ ଗୁଗଲ ଏହି ଛଟେଇ କରିବା ଜଣାପଡ଼ିଛି । ଏପ୍ରିଲ ୨୫ରେ କମ୍ପାନି Q1ରେ ପ୍ରଚୁର ଲାଭ ନେଇ ସୂଚନା ଦେଇଥିବା ବେଳେ ଠିକ୍‌ ଏହା ପୂର୍ବରୁ କର୍ମଚାରୀଙ୍କୁ ଛଟେଇ କରିଛି । 

ଆଲ୍ଫାବେଟ୍‌ ଇଙ୍କର ସହାୟକ କମ୍ପାନି ଗୁଗଲ୍‌ରେ ଛଟେଇ ପର୍ବ ଜାରି ରହିଛି । ନିକଟ ଅତରେ କମ୍ପାନି ନିଜର ପୂରା ପାଇଥନ ଟିମ୍‌କୁ ବାହାର କରିଦେଇଥିଲା । ଆଉ ଏବେ କୋର ଟିମ୍‌ରୁ ୨୦୦ କର୍ମଚାରୀଙ୍କୁ ବିଦା କରିଛି । ସେପଟେ ଯେଉଁ କର୍ମାଚାରୀଙ୍କୁ କମ୍ପାନି ବିଦା କରିଛି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭାରତ ଏବଂ ମେକ୍ସିକୋରେ ଚାକିରି ଦେଇପାରେ ବୋଲି କୁହାଯାଉଛି । କୋର୍‌ ଟିମ୍‌ରୁ ପ୍ରାୟ ୨୦୦ କର୍ମଚାରୀଙ୍କୁ କମ୍ପାନି ବିଦା କରିଥିବା ବେଳେ କାର୍ଲିଫର୍ଣ୍ଣିଆରୁ ୫୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇଛି । ତେବେ କମ୍ପାନିର ଡେଭଲପର ଇକୋସିଷ୍ଟମ୍‌ର ଉପାଧ୍ୟକ୍ଷ ଆସିମ ହୁସୈନ ଇମେଲ୍‌ ମାଧ୍ୟମରେ କର୍ମଚାରୀଙ୍କୁ ଛଟେଇ ସଂପର୍କରେ ସୂଚନା ଦେଇଛନ୍ତି ।

 ଯେଉଁ କୋର୍‌ ଟିମ୍‌ର କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେମାନେ, ଗୁଗଲର ଡିଜାଇନ୍‌, ଡେଭେଲପର ପ୍ଲାଟଫର୍ମ ଆଦିରେ କାର୍ଯ୍ୟ କରୁଥିଲେ । କେବଳ ସେତିକି ନୁହେଁ ଗୁଗଲ୍‌ ଚଳିତ ବର୍ଷ ୬,୦୨୦ ଜଣ କର୍ମଚାରୀଙ୍କୁ ବାହାର କରିବାକୁ ଯୋଜନା କରିଛି । ସେପଟେ ଚାହିଦା କମୁଥିବାରୁ ଟେସଲା ମଧ୍ୟ ନୂଆ ରଣନୀତି ଆପଣାଇବା ସହ ଛଟେଇ କରୁଛି । ଫଳରେ ଟେକ୍ସାସ୍‌ ଏବଂ କାଲିଫର୍ଣ୍ଣିଆରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ଏବେ ବିପଦରେ ରହିଛି । 

 

  • Google
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.