ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବାରିପଦା ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର, ତୃତୀୟ ସ୍ଥାନରେ ବାଲେଶ୍ବର

Image Courtesy: Social Media

ନୂଆଦିଲ୍ଲୀ/ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଶର ସର୍ବାଧିକ ଏବଂ ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ  ସହର । ମଙ୍ଗଳବାର ବାରିପଦା ସହରର ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ବିଶ୍ବର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି । ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବରର ତାପମାତ୍ରା ବିଶ୍ବ ରେକର୍ଡ କରିଛି । 

ଆଜି ବାଲେଶ୍ବରର ତାମମାତ୍ରା ୪୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ସେହିଭଳି ଗତ ୮ ବର୍ଷ ମଧ୍ୟରେ ଏପ୍ରିଲ ମାସ‌ରେ ଭୁବନେଶ୍ବରରେ ସର୍ବାଧିକ (୪୫.୪) ତାପମାତ୍ରା ରେକର୍ଡ ହୋଇଛି । ମେ ୪ ଯାଏଁ ରାଜ୍ୟରେ ପ୍ରବଳ ତାତି ଜାରି ରହିବ । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଆହୁରି ୩-୪ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । 

ବାରିପଦା ବିଶ୍ଵର ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୬ ଡିଗ୍ରୀ ସହ ତୃତୀୟ ଉତ୍ତପ୍ତ ସହର ବାଲେଶ୍ଵର । ସେହିଭଳି ୪୫.୪ ଡିଗ୍ରୀ ସହ ଦଶମ ସ୍ଥାନରେ ଭୁବନେଶ୍ଵର ରହିଛି । ତେବେ ୪୯.୨ ଡିଗ୍ରୀ ସହ ଓମାନର ଯୋବା ବିଶ୍ଵର ସବୁଠୁ ଉତ୍ତପ୍ତ ସହର ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି, ଆଜି ଓଡ଼ିଶାର ୧୫ଟି ସହରରରେ ୪୪ ଡିଗ୍ରୀ ଟପିଛି ପାରଦ । 

ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବର ବ୍ୟତୀତ ଅନୁଗୁଳ(୪୪.୭), ତାଳଚେର, ଢ଼େଙ୍କାନାଳ ଓ ଯାଜପୁର (୪୪.୫), ବୌଦ୍ଧ (୪୪.୩), ଝାରସୁଗୁଡ଼ା, କଟକ ଏବଂ କେନ୍ଦ୍ରାପଡ଼ା (୪୪.୨ ଡିଗ୍ରୀ ଲେଖାଏଁ) ଏବଂ ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକରେ ୪୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।  ତେବେ ଏହା ପୂର୍ବରୁ ଏପ୍ରିଲ ୩୦, ମେ ୧ ଏବଂ ମେ ୨ ଲାଗି ରେଡ୍‌ ଆଲର୍ଟ ଜାରି କରିଥିଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।  ଆଜି (ଏପ୍ରିଲ ୩୦) ରେକର୍ଡ ବ୍ରେକ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆହୁରି ଦୁଇ ଦିନ ରାଜ୍ୟର ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତା ପ୍ରକାଶ ପାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.