ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌: ଲିରେନଙ୍କୁ ହରାଇଲେ ଗୁକେଶ, ୬-୫ ପଏଣ୍ଟରେ ଆଗୁଆ

Published By : Prameya | December 9, 2024 8:59 AM

ସିଙ୍ଗାପୁର,୦୯/୧୨: ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲାର ୧୧ତମ  ରାଉଣ୍ଡ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଟାଇଟଲ୍‌  ପଥରେ ଅଗ୍ରସର ହୋଇଛନ୍ତି । ଏହି ବିଜୟ ବଳରେ ସେ ୬-୫ ପଏଣ୍ଟରେ  ଅଗ୍ରଣୀ ହାସଲ କରିଛନ୍ତି । ଆଉ ୩  ରାଉଣ୍ଡ୍‌ ଖେଳ ବାକି ରହିଛି । ଗୁକେଶଙ୍କ  ନିକଟରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍‌  ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ଆଉ ୧.୫ ପଏଣ୍ଟ ହାସଲ କଲେ ସେ  ପ୍ରସିଦ୍ଧ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କ  ପରେ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱ  ଚାମ୍ପିଅନ୍‌ ମୁକୁଟ ପରିଧାନ କରିବେ । 

୧୧ତମ ରାଉଣ୍ଡ୍‌ରେ କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଗୁକେଶ ଧଳା ଏବଂ ଲିରେନ  କଳା ଗୋଟିରେ ଖେଳିଥିଲେ । ଗୁକେଶ ପ୍ରଥମେ ଘୋଡ଼ାକୁ ଆଗକୁ ବଢ଼ାଇଥିଲେ ।  ମାତ୍ର ଲିରେନ ବେନୋନି ଓପନିଂ ରଣନୀତି ସହ ଗୋଟି ଚାଳନା କରି  ତାଙ୍କୁ ଚକିତ କରି ଦେଇଥିଲେ ।  ମାତ୍ର ୫ଟି ଗୋଟି ଚାଳନା ମଧ୍ୟରେ ଚୀନ ତାରକା ବହୁ ସମୟ ଅପଚୟ କରି ସାରିଥିଲେ । ପରବର୍ତ୍ତୀ ଗୋଟି ଚାଳନାରୁ ହିଁ ସେ ଚାପରେ ଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା । ଫଳରେ ସେ  ତ୍ରୁଟି କରିଥିଲେ । ଗୁକେଶ ଏହାର  ଫାଇଦା ଉଠାଇ ବିଜୟ ପାଇଁ ପଥ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲେ । ଶେଷରେ ୨୯ଟି ଗୋଟି ଚାଳନା ପରେ  ଲିରେନ ହାର୍‌ ମାରିଥିଲେ ଏବଂ ଗୁକେଶ ବିଜୟ ହାସଲ କରିଥିଲେ । 

କ୍ରମାନ୍ୱୟରେ ୭ଟି ରାଉଣ୍ଡ୍‌ ଡ୍ର’  ରହିବା ପରେ ଶେଷରେ ଗୁକେଶ  ଚଳିତ ମୁକାବିଲାରେ ଦ୍ୱିତୀୟ ବିଜୟ  ସହ ପ୍ରଥମ ଥର ଅଗ୍ରଣୀ ହାସଲ କରିଛନ୍ତି । ଗୁକେଶଙ୍କ ବିଜୟ ପରେ  ସେଠାରେ ଉପସ୍ଥିତ ଥିବା ସମର୍ଥକମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.