ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରେଡମିଲ୍‌ରେ କଏଦୀଙ୍କୁ ୧୦ ଘଣ୍ଟା ଧରି ଦିଆଯାଉଥିଲା ଦଣ୍ଡ, ଭୋଗୁଥିଲେ ଯମ ଯନ୍ତ୍ରଣା...

Published By : Swapna Ray | January 29, 2025 7:56 PM

ନୂଆଦିଲ୍ଲୀ, ୨୯।୧: ଆଜିକାଲି ସୁସ୍ଥ ରହିବାକୁ ଲୋକେ ଫିଟ୍‌ନେସ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । କିଏ ରାସ୍ତାଘାଟ, ପାର୍କରେ ଚଲାବୁଲା, ଯୋଗ ପ୍ରାଣାୟାମ ଆଦି କରୁଛନ୍ତି ତ ଆଉ କିଏ ଜିମ୍ ଯାଇ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ତେବେ ଜିମ୍ ଯାଉଥିବା ଲୋକ ଟ୍ରେଡମିଲ୍ ନିଶ୍ଚୟ ବ୍ୟବହାର କରୁଥିବେ । ଚାଲିବା ଓ ଦୌଡ଼ିବା ପରିବର୍ତ୍ତେ ଲୋକେ ଟ୍ରେଡମିଲ୍‌କୁ ବ୍ୟବହାର କରନ୍ତି । କିନ୍ତୁ, ଏହି ଟ୍ରେଡମିଲ୍‌ର ଆବିଷ୍କାର କାହିଁକି କରାଯାଇଥିଲା ? ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପ୍ରକୃତରେ ଏହି ଟ୍ରେଡମିଲ୍‌ର ବ୍ୟବହାର ଲୋକଙ୍କ ବ୍ୟାୟାମ ପାଇଁ ନୁହେଁ ବରଂ ଲୋକଙ୍କୁ ଦଣ୍ଡ ଦିଆଯିବା ଲାଗି ତିଆରି ହୋଇଥିଲା । ସାର୍ ୱିଲିୟମ୍‌ଙ୍କ ଦ୍ୱାରା ଏହି ଟ୍ରେଡମିଲ୍‌ର ଆବିଷ୍କାର କରିଥିଲେ । ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ ୱିଲିୟମ୍ । ସେ ଏହାକୁ ୧୮୧୮ ମସିହାରେ ନିର୍ମାଣ କରିଥିଲେ । ଯାହା ପ୍ରଥମେ ରନିଙ୍ଗ ହ୍ୱିଲ୍ ଭାବେ ପରିଚିତ ଥିଲା । 

ତେବେ ମକ୍କା ପେଶିବା ଲାଗି ସେ ଏହି ମେସିନ୍‌କୁ ଆବିଷ୍କାର କରିଥିଲେ । ସେହି ସମୟରେ ସେ ଏହାକୁ ଟ୍ରେଡ୍‌ହ୍ୱିଲ୍‌ର ନାଁ ଦେଇଥିଲେ । ଟ୍ରେଡହ୍ୱିଲ୍‌ରେ ୨ଟି ଚକା ଥିଲା । ଯେଉଁଥିରେ ମଣିଷ ଚାଲିପାରିବ । ଲଣ୍ଡନର ବ୍ରିକ୍ସଟନ ଜେଲ୍‌ରେ ଏହି ଟ୍ରେଡହ୍ୱିଲ୍‌ର ସବୁଠୁ ଲୋକପ୍ରିୟ ଡିଜାଇନ ସ୍ଥାପିତ କରାଯାଇଥିଲା । ଏହାର ଚକା ଚଉଡ଼ା ଥିବାବେଳେ ଜେଲ୍‌ରେ ଥିବା କଏଦୀ ନିଜ ଗୋଡ଼ରେ ଏଥିରେ ଲାଗିଥିବା ଚକାକୁ ଘୂରାଉଥିଲେ । କହିରଖୁ କି, ବ୍ରିକ୍ସଟନ ଜେଲ୍‌ରେ ଲାଗିଥିବା ଏହି ଟ୍ରେଡହ୍ୱିଲ୍ ଏକ ଅଣ୍ଡରଗ୍ରାଉଣ୍ଡ ମେସିନ୍ ସହ ସଂଯୋଗ ଥିଲା । ଯାହା ମକା ପେଶିବାରେ ସାହାଯ୍ୟ କରୁଥିଲା । ଏଥିରେ ମକା ପେଶାଯିବା ସହ କଏଦୀଙ୍କୁ ବି ଦଣ୍ଡ ମିଳୁଥିଲା । ଏହି ମେସିନ୍‌ରେ ଏକାସଙ୍ଗେ ୨୪ କଏଦୀଙ୍କୁ ଏଭଳି ଦଣ୍ଡ ଦିଆଯାଉଥିଲା । ଖରାଦିନେ ଦୈନିକ ୧୦ ଘଣ୍ଟା ଏବଂ ଶୀତଦିନ ରାତିରେ ୭ ଘଣ୍ଟା ଧରି କଏଦୀମାନେ ଏଭଳି ଯନ୍ତ୍ରଣାଦାୟକ ଦଣ୍ଡ ଭୋଗୁଥିଲେ । ଏହା କଏଦୀଙ୍କ ପାଇଁ ଥିଲା ଶାରିରୀକ ଓ ମାନସିକ ଅତ୍ୟାଚାରର ଯମ ଯନ୍ତ୍ରଣା । 

ତେବେ ଖୁବ୍‌ଶୀଘ୍ର ଏହି ଟ୍ରେଡହ୍ୱିଲ୍ ମକା ପେଶିବା ବଦଳରେ କେବଳ ଜେଲ୍‌ରେ କଏଦୀଙ୍କୁ ଦଣ୍ଡ ଦେବା ପାଇଁ ହିଁ ରଖାଗଲା । ଏଭଳି ଲଗାତାର କରିବା ଫଳରେ ଏହି ମେସିନ୍‌ରୁ ଖସିପଡ଼ି ଅନେକ କଏଦୀ ଗୁରୁତର ଆଘାତ ହେବା ସହ ଲଗାତାର କଏଦୀଙ୍କର ମୃତ୍ୟୁ ହେବାରେ ଲାଗିଲା । ଧିରେ ଧିରେ ଏହାକୁ ଏତେ କ୍ରୂର ବୋଲି ବିବେଚନା କରାଗଲା ଯେ, ୧୮୯୮ରେ ଇଂଲଣ୍ଡ ଏହାକୁ ବନ୍ଦ କରିଦେଲା । ଏହାପରେ ପୁନର୍ବାର ଆମେରିକାରେ ପ୍ରଥମ ଥର ପାଇଁ ଟ୍ରେଡମିଲ୍ ଦେଖାଗଲା । ଏହି ମେସିନ୍‌ ଉପରେ କିଛି ସମୟ ପର୍ଯ୍ୟନ୍ତ ଚାଲିବା ଫଳରେ ଶରୀର ଫିଟ୍ ରହୁଥିବା ଜଣାପଡ଼ିଥିଲା । ଯାହା ପରେ ଏହାକୁ ଡାକ୍ତରଖାନାରେ ଫିଟନେସ୍ ପାଇଁ ବ୍ୟବହାର କରାଗଲା । ଶରୀରକୁ ମଜବୁତ୍ କରିବା ଲାଗି ପ୍ରଥମ ଥର ଟ୍ରେଡମିଲ୍‌କୁ ଡିଜାଇନ କରାଗଲା । ଯାହା ବର୍ତ୍ତମାନ ଜିମ୍‌ମାନଙ୍କରେ ବ୍ୟବହାର ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.